ଦ୍ବିତୀୟ ଟ୍ବେଣ୍ଟି-୨୦: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଦ୍ବିତୀୟ ବିଜୟ

ଦ୍ବିତୀୟ ଟ୍ବେଣ୍ଟି-୨୦: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଦ୍ବିତୀୟ ବିଜୟ

ରାୟପୁର:  ରାୟପୁରର ସହିଦ ବୀରନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆଜି ଖେଳାଯାଇଥିବା ଦ୍ବିତୀୟ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତ ୭ ୱିକେଟ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଫଳରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ମ୍ୟାଚ୍‌ ଶୃଙ୍ଖଳାରେ -୦ରେ ଭାରତ ଆଗୁଆ ହୋଇଛି। ୨୦୯ ବିଜୟ ଲକ୍ଷ୍ୟକୁ ଭାରତ ୨୮ ବଲ୍‌ ପୂର୍ବରୁ ହାସଲ କରିବାରେ ସଫଳ ହୋଇଛି। ଟସ୍‌ ଜିତି ସୂର୍ଯ୍ୟକୁମାର ଯାଦବ ନ୍ୟୁଜିଲାଣ୍ଡ୍‌କୁ ବ୍ୟାଟିଂ ପାଇଁ ଡାକିଥିଲେ। ପାୱାର ପ୍ଲେ ଭିତରେ ଭାରତ ୱିକେଟ୍‌ ବାହାର କରିଥିଲେ ମଧ୍ୟ ନ୍ୟୁଜିଲାଣ୍ଡ୍‌ ୬୪ ରନ୍‌ ସଂଗ୍ରହ କରି ନେଇଥିଲା। ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ରାଚିନ ରବୀନ୍ଦ୍ର (୨୬ ବଲ୍‌ରୁ ୪୪ ରନ୍) ଏବଂ ଶେଷ ଭାଗରେ ଅଧିନାୟକ ମିଚେଲ୍‌ ସାଣ୍ଟନର୍‌ (୨୭ ବଲ୍‌ରୁ ୪୭* ରନ୍) ନ୍ୟୁଜିଲାଣ୍ଡ୍‌କୁ ୨୦୮ ରନ୍‌ରେ ପହଞ୍ଚାଇ ଦେଇଥିଲେ। ଜବାବରେ ଭାରତ ମଧ୍ୟ ଅନୁରୂପ ଭାବେ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ପ୍ରଥମ ବଲ୍‌ ଭିତରେ ସଂଜୁ ସାମସନ୍‌ ଅଭିଷେକ ଶର୍ମାଙ୍କୁ ହରାଇଥିଲା। ତଥାପି ପାୱାର ପ୍ଲେ ଭିତରେ ଭାରତ ୱିକେଟ୍‌ରେ ୭୫ ରନ୍‌ ସଂଗ୍ରହ କରିଥିଲା। 

ସମ୍ବନ୍ଧିତ ଖବର ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟ୍ବେଣ୍ଟି-୨୦ ଆଜି

 ଈଶାନ କିଶନ ନିଜ ଖେଳ ଜୀବନର ଆଜି ଏକ ଅନ୍ୟତମ ଶ୍ରେଷ୍ଠ ପାଳି ଖେଳିଥିଲେ। ୨୧ ବଲ୍‌ରୁ ଅର୍ଦ୍ଧଶତକ ହାସଲ ପରେ ୩୨ ବଲ୍‌ରୁ ୭୬ ରନ୍‌ କରି ଆଉଟ୍‌ ହୋଇଥିଲେ। ଏଥିରେ ୧୧ ଚୌକା ଛକା ସାମିଲ ଥିଲା। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବି ଏକ ବହୁ ପ୍ରତୀକ୍ଷିତ ପାଳି ଖେଳିଥିଲେ। ସେ ୨୩ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଏଥି ସହ ସେ ୧୫ ମାସ ୨୬ ମ୍ୟାଚ୍‌ ପରେ ଟ୍ବେଣ୍ଟି-୨୦ ଅର୍ଦ୍ଧଶତକ ପ୍ରତୀକ୍ଷାର ଅନ୍ତ ଘଟାଇଥିଲେ। ଈଶାନ ସୂର୍ଯ୍ୟ ଓଭରରେ ୧୨୨ ରନ୍‌ ଯୋଡ଼ିବା କଷ୍ଟସାଧ୍ୟ ଲକ୍ଷ୍ୟକୁ ସହଜ କରି ଦେଇଥିଲା। ସୂର୍ଯ୍ୟଙ୍କ ୩୭ ବଲ୍‌ ୮୨* ରନ୍‌ ପାଳିରେ ଛକା, ଚୌକା ସାମିଲ ଥିଲା। ଶିବମ ଦୁବେ ମଧ୍ୟ ୧୮ ବଲ୍‌ରୁ ଛକା ବଳରେ ୩୬* ରନ୍‌ ସଂଗ୍ରହ କରି ବିଜୟରେ ନିଜ ଯୋଗଦାନ ରଖିଥିଲେ।  

ସମ୍ବନ୍ଧିତ ଖବର ଅଷ୍ଟ୍ରେଲିଆନ୍ ଓପନ୍: ସେମିଫାଇନାଲରେ ଏଲେନା ରିବାକିନା-ଜେସିକା ପେଗୁଲା ମୁକାବିଲା

 

Tags: