ଟି ୨୦ ପାଇଁ ଶେଷ ହେଲା ସମସ୍ତ ପ୍ରସ୍ତୁତି

କଟକ: ଜୁନ ୯: କଟକ ବାରବାଟୀ ଷ୍ଟାଡିୟମରେ ଟି ୨୦ ମ୍ୟାଚ୍‌ ପାଇଁ କାଉଣ୍ଟରରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି । ତେବେ ଟିକେଟ୍‌ ପାଇଁ ଗତକାଲି ରାତିରୁ କ୍ରିକେଟପ୍ରେମୀଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି । ଟିକେଟ୍‌ ବିକ୍ରି ପାଇଁ କାଉଣ୍ଟର ଆଗରେ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏତେ ଭିଡ଼ ଯେ ଟିକେଟ୍‌ ପାଇଁ ଠେଲାପେଲା, ପାଟିତୁଣ୍ଡ ସହ […]

Samaya Live Picture
Published On

କଟକ: ଜୁନ ୯: କଟକ ବାରବାଟୀ ଷ୍ଟାଡିୟମରେ ଟି ୨୦ ମ୍ୟାଚ୍‌ ପାଇଁ କାଉଣ୍ଟରରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି । ତେବେ ଟିକେଟ୍‌ ପାଇଁ ଗତକାଲି ରାତିରୁ କ୍ରିକେଟପ୍ରେମୀଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି । ଟିକେଟ୍‌ ବିକ୍ରି ପାଇଁ କାଉଣ୍ଟର ଆଗରେ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏତେ ଭିଡ଼ ଯେ ଟିକେଟ୍‌ ପାଇଁ ଠେଲାପେଲା, ପାଟିତୁଣ୍ଡ ସହ ଲୋକଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ଲାଇନରେ ଛିଡ଼ା ହେବାକୁ ନେଇ କିଛି ଯୁବତୀ ହାତାହାତି ହୋଇଥିବା ଦେଖିବାକୁ ମିଳିଛି । ଏଥିପାଇଁ ପୋଲିସକୁ ନାକେଦମ୍‌ ହେବାକୁ ପଡ଼ିଛି । ତେବେ ଆଜି ଓ କାଲି ଦୁଇ ଦିନ ଧରି କାଉଣ୍ଟରରେ ଦର୍ଶକଙ୍କ ଲାଗି ଟିକେଟ୍‌ ବିକ୍ରି ହେବ । ଏଥିପାଇଁ ମୋଟ୍‌ ୯ଟି କାଉଣ୍ଟର କରାଯାଇଛି । ପୁରୁଷ ଦର୍ଶକଙ୍କ ଲାଗି ୭ଟି କାଉଣ୍ଟର ରହିଥିବା ବେଳେ ମହିଳାଙ୍କ ଲାଗି ୨ଟି ସ୍ୱତନ୍ତ୍ର କାଉଣ୍ଟର ରହିଛି । ସୂଚନାଥାଉ କି, ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବେ ଭାରତ ଓ ଦକ୍ଷିଣ ଆଫ୍ରିକାର ଖେଳାଳି । ଏଥିପାଇଁ ହୋଟେଲରୁ ଆରମ୍ଭ କରି ବିମାନ ବନ୍ଦର ପର୍ଯ୍ୟନ୍ତ ସୁରକ୍ଷା ଓ ଟ୍ରାଫିକ ଉପରେ ଗୁରୁତ୍ୱ ଦିଆଯାଇଛି । ହୋଟେଲ ମେ ଫେୟାରରେ ଖେଳାଳିଙ୍କୁ ଆତିଥ୍ୟ ପ୍ରଦାନ ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି । ହୋଟେଲର ସମସ୍ତ ରୁମ୍‌ ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ବୁକିଂ ହୋଇଛି । ଉଭୟ ଦେଶର ଖେଳାଳି ଓ ସପୋର୍ଟିଂ ଷ୍ଟାଫ୍‌ଙ୍କ ଲାଗି ଲୋ କ୍ୟାଲୋରୀ ଡାଏଟ ଆଣ୍ଡ୍‌ ଏନର୍ଜି ଫୁଡ୍‌ ପ୍ରସୁତ କରିବାକୁ ବିସିସିଆଇ ପକ୍ଷରୁ ଚିଠି କରାଯାଇଛି । ୨୦୧୫ ପରେ ଅର୍ଥାତ ୭ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଦକ୍ଷିଣ ଆଫ୍ରିକା ଟିମ୍‌ ଓଡ଼ିଶା ଆସିବେ । ହୋଟେଲର ସମସ୍ତ କର୍ମଚାରୀ କୋଭିଡ୍‌ ଗାଇଡ୍ଲାଇନକୁ ମାନି ସେବା ପ୍ରଦାନ କରିବେ । ଡବଲ ଡୋଜ୍‌ ନେଇଥିବା କର୍ମଚାରୀଙ୍କୁ ହିଁ ଖେଳାଳିଙ୍କ ସେବା କାର୍ଯ୍ୟରେ ଲଗାଯିବ । ସେମାନଙ୍କର ୪୮ ଘଣ୍ଟା ପୂର୍ବରୁ କୋଭିଡ ଟେଷ୍ଟ୍‌ କରାଯିବ । ସମସ୍ତେ ମାସ୍କ ପିନ୍ଧି ସେବା ପ୍ରଦାନ କରିବେ ବୋଲି ହୋଟେଲ୍‌ ପକ୍ଷରୁ କୁହାଯାଇଛି । ହୋଟେଲର ସୁରକ୍ଷା ସାଙ୍ଗକୁ ଟ୍ରାଫିକ ସମସ୍ୟା ଯେଭଳି ନହେବ ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦେଇଛି କମିଶନରେଟ ପୋଲିସ ।