ସୁଟିଂ ରେ ଭାରତକୁ ରୌପ୍ୟ

ସୁଟିଂ ରେ ଭାରତକୁ ରୌପ୍ୟ
Samaya Live News Picture
Published On

ନୂଆଦିଲ୍ଲୀ : ଏସିଆନ୍ସ ଗେମ୍ସ ସୁଟିଂ ରେ ଭାରତ ଜିତିଛି ରୌପ୍ୟ ପଦକ । ଜାପାନର ଆଇଚି-ନାଗୋୟାଠାରେ ଚାଲିଥିବା ଏସିଆନ ଗେମ୍ସ -୨୦୨୬ ର ନବମ ଦିନରେ ଭାରତୀୟ ମହିଳା ସୁଟର ଇଶା ସିଂ ୨୫ମିଟର ପିସ୍ତଲ ସୁଟିଂରେ ରୌପ୍ୟ ପଦକ ହାସଲ କରି ଭାରତକୁ ଗୌରବାନ୍ୱିତ କରିଛନ୍ତି ।

ସେ ଫାଇନାଲରେ ଚୀନର ଜିଆରୁଇଜୁଆନ ସିଆଓଙ୍କ ସହ ୩୮ ପଏଣ୍ଟ ସ୍କୋର କରି ସମାନ ସ୍ଥିତିରେ ରହିଥିଲେ, କିନ୍ତୁ ପରେ ହୋଇଥିବା ରୋମାଞ୍ଚକର ଶୁଟ୍-ଅଫ୍‌ରେ ସାମାନ୍ୟ ବ୍ୟବଧାନରେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇ ରୌପ୍ୟ ପଦକ ବିଜେତା ହୋଇଛନ୍ତି । ଏହି ଗେମ୍ସରେ କିମ୍ ୩୪ ପଏଣ୍ଟ ସ୍କୋର ସହିତ କାଂସ୍ୟ ପଦକ ଜିତିଛନ୍ତି ।

ଇଶା ସିଂ ପାଇଁ କ୍ରମାଗତ ଭାବରେ ମହିଳା ୨୫ମିଟର ପିସ୍ତଲ ସୁଟିଂରେ ଦ୍ୱିତୀୟ ଏସୀୟ କ୍ରୀଡା ରୌପ୍ୟ ପଦକ ହାସଲ କରିଛନ୍ତି । ଏହା ପୂର୍ବରୁ ସେ ମନୁ ଭାକର ଏବଂ ରିଦମ୍ ସାଙ୍ଗୱାନଙ୍କ ସହିତ ଭାରତକୁ ଦଳଗତ ସ୍ୱର୍ଣ୍ଣ ଜିତାଇଥିଲେ ଏବଂ ହାଙ୍ଗଜୌ ୨୦୨୩ରେ ରନର୍ସଅପ୍ ହୋଇଥିଲେ।

Tags: