ଧୂଳି ଚାଟିଲା ପାକିସ୍ତାନ: ସୁପର୍‌-୮ରେ ଭାରତ

ଧୂଳି ଚାଟିଲା ପାକିସ୍ତାନ: ସୁପର୍‌-୮ରେ ଭାରତ
Samaya Live Desk Picture
Published On

କଲମ୍ବୋ: କଲମ୍ବୋରେ ଭାରତୀୟ କ୍ରିକେଟ୍‌ ଦଳ କମାଲ୍‌ କରିଛି ଚିର ଶତ୍ରୁ ପାକିସ୍ତାନର ଦମ୍ଭ, ବାହାସ୍ଫୋଟ ଆତ୍ମଗର୍ବକୁ ଦଳିମକଚି ପୁଣି ବିଜୟୀ ହେବାର ଗୌରବ ଅର୍ଜନ କରିଛି। ରବିବାର ପବିତ୍ରଜାଗରଅବସରରେ ଖାଲି ସ୍ମରଣୀୟ ବିଜୟ ହାସଲ କରିନି, ବିଶ୍ବକପ୍‌ ବିଜୟ ରଥକୁ ସଫଳତାର ସହ ଆଗକୁ ନେଇ ପାକିସ୍ତାନ ବିପକ୍ଷରେ ୬୧ ରନ୍‌ର ଏକତରଫା ବିଜୟ ହାସଲ କରିଛି। ପାକିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜୟ ଧାରାକୁ ମଧ୍ୟ -୧ରେ ପହଞ୍ଚାଇଛି। ଏହା ସହିତ ୧୪୫ କୋଟି ଭାରତୀୟଙ୍କ ହୃଦୟରେ ଅପୂର୍ବ ଖୁସି ଅନନ୍ୟ ଉଲ୍ଲାସର ଭାବନା ଭରିଛି। ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ବିଶ୍ବକପ୍‌ରେ ନିଜର ସର୍ବୋଚ୍ଚ ଦଳଗତ ସ୍କୋର୍‌ କରିବାର ରେକର୍ଡ କରିଛି। ସେପଟେ ପାକିସ୍ତାନର ବିଶ୍ବକପ୍‌ ମ୍ୟାଚ୍‌ ବର୍ଜନ ନାଟକର ପରିସମାପ୍ତି ଏହି ଦଳର ଲଜ୍ଜାଜନକ ପରାଜୟରେ ହୋଇଛି। ଏହି ବଡ଼ ବିଜୟ ବଳରେ ଭାରତ ଚଳିତ ବିଶ୍ବକପ୍‌ର ସୁପର- ପର୍ଯ୍ୟାୟରେ ସ୍ଥାନ ସୁରକ୍ଷିତ କରିଛି। ଗତ ସଂସ୍କରଣର ବିଜେତା ଭାରତ ମଧ୍ୟ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଲଗାତାର ୧୧ ମ୍ୟାଚ୍‌ ଜିତିବାର ଅସାଧାରଣ ସଫଳତା ଲାଭ କରିଛି। ରବିବାର ବହୁ ପ୍ରତୀକ୍ଷିତ ଏହି ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ରେ ରୋଚକ ସ୍ଥିତି ଦେଖିବାକୁ ମିଳିବ ବୋଲି ସଭିଁଏ ଆଶା ବାନ୍ଧିଥିଲେ। ହେଲେ ପାକିସ୍ତାନର ଦୟନୀୟ ବ୍ୟାଟିଂ ପାଇଁ ମ୍ୟାଚ୍‌ଟି ଏକତରଫା ହୋଇ ଯାଇଥିଲା। ଭାରତ ୧୭୬ ରନ୍‌ର ଲକ୍ଷ୍ୟ ଦେବା ପରେ ୧୮ ଓଭରରେ ମାତ୍ର ୧୧୪ ରନ୍‌ କରି ଅଲ୍‌ଆଉଟ୍ ହୋଇଯାଇଥିଲା ପାକିସ୍ତାନ। ଦଳର ୭ଜଣ ବ୍ୟାଟର୍‌ ଏକ ଅଙ୍କ ଆଗକୁ ବଢ଼ି ନପାରିବା ପୂରା ମ୍ୟାଚ୍‌ରେ ଭାରତୀୟ ଖେଳାଳିଙ୍କ ଦବ୍‌ଦବାକୁ ଦର୍ଶାଇବା ସହ ଈଶାନ କିଶନଙ୍କ ବ୍ୟାଟିଂ ଝଡ଼ ହିଁ ପାକିସ୍ତାନର ଫୁଟାଣିକୁ ଭାଙ୍ଗିବାକୁ ଯଥେଷ୍ଟ ହୋଇଥିଲା। ଅନ୍ୟପକ୍ଷରେ ଅଣପାରମ୍ପରିକ ତଥା ବିବାଦୀୟ ବୋଲିଂ ଶୈଳୀ ବୋଲର୍‌ ଉସମାନ ତାରିକଙ୍କୁ ଅସ୍ତ୍ର କରି ଭାରତକୁ ଘାଇଲା କରିବ ବୋଲି ପାକିସ୍ତାନ କରିଥିବା ଦାବି ଫୁସ୍‌କି ଯାଇଛି। ରବିବାର କିଶନଙ୍କ ଧମାକାଦାର ୭୭ ରନ୍‌ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୱିକେଟ୍‌ ହରାଇ ୧୭୫ ରନ୍‌ କରିଥିଲା। ଜବାବରେ ଆରମ୍ଭରୁ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ପାକିସ୍ତାନ ଓଭର ପୂର୍ବରୁ ଅଲ୍‌ଆଉଟ୍‌ ହୋଇଯାଇଥିଲା। ପାକିସ୍ତାନର ପଶ୍ଚାତଧାବନ ଥିଲା ଅନ୍ୟନ୍ତ ନୈରାଶ୍ୟଜନକ।

Tags: