ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟ୍ବେଣ୍ଟି-୨୦ ଆଜି

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟ୍ବେଣ୍ଟି-୨୦ ଆଜି
Samaya Live Desk Picture
Published On

ନାଗପୁର : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ଦିନିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଆଜି ନାଗପୁରର ବିଦର୍ଭ କ୍ରିକେଟ ଏସୋସିଏସନ୍‌ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍‌ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ। ଦିନିକିଆ ଶୃଙ୍ଖଳାକୁ ହାରିବା ପରେ ଭାରତ ଏହି ଶୃଙ୍ଖଳା ଜିତି ସମ୍ମାନ ରଖିବା ସହ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବରୁ ଆତ୍ମବିଶ୍ବାସ ବଢ଼ାଇବ। ଖରାପ ଫର୍ମ ପାଇଁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଭାରତୀୟ ଦଳର ନ୍ୟୁଜିଲାଣ୍ଡ ବିପକ୍ଷରେ ଲଜ୍ଜାଜନକ ଦିନିକିଆ ଶୃଙ୍ଖଳା ପରାଜୟ ପାଇଁ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ରଣନୀତି ଉପରେ ସମସ୍ତଙ୍କ ନଜର ରହିବ। ସୂର୍ଯ୍ୟକୁମାରଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଭଲ ନଥିଲେ ବି ତାଙ୍କ ନେତୃତ୍ବରେ ଭାରତୀୟ ଦଳ ଟ୍ବେଣ୍ଟି-୨୦ ଫର୍ମାଟରେ ଭଲ ପ୍ରଦର୍ଶନ କରି ଚାଲିଛି। ତେ‌ବେ ଆଉ ୨ ସପ୍ତାହ ପରେ ‌ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆରମ୍ଭ ହେଉଥିବାରୁ ଏହି ଶୃଙ୍ଖଳା ଉଭୟ ଦଳ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଏହି ଶୃଙ୍ଖଳା ମାଧ୍ୟମରେ ଭାରତୀୟ ଦଳ ନିଜର ବିଶ୍ବକପ୍‌ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେବ।

Tags: