ନୁ୍ୟଜିଲାଣ୍ଡ-ଇଣ୍ଡିଆ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରୁ ବାଦ ପଡିଲେ ଭାରତର ୩ ପ୍ରମୁଖ ଖେଳାଳୀ

ଦିଲ୍ଲୀ: ଡିସେମ୍ବର ୦୩ : ନୁ୍ୟଜିଲାଣ୍ଡ ବନାମ ଭାରତ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ହେବା ପୂର୍ବରୁ ୩ ଜଣ ପ୍ରମୁଖ ଭାରତୀୟ ଖେଳାଳୀ ବାଦ ପଡ଼ିଛନ୍ତି । ଆହତ କାରଣରୁ ସେମାନେ ବାଦ ପଡ଼ିଥିବା ସୂଚନା ମିଳିଛି । ଏନେଇ ବିସିସିଆଇ ଟୁଇଟ୍‌ କରି ସୂଚନା ଦେଇଛି । ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଥିବା ୩ ଜଣ ଖେଳାଳୀଙ୍କ ମଧ୍ୟରେ ରହିଛନ୍ତି ରବିନ୍ଦ୍ର ଜାଡେଜା, ସ୍ପେଶ ବୋଲର ଇଶାନ୍ତା ଶର୍ମା ଓ ଆଜିଙ୍କ୍ୟ ରାହାଣେ । କାନପୁର […]

Samaya Live Picture
Published On

ଦିଲ୍ଲୀ: ଡିସେମ୍ବର ୦୩ : ନୁ୍ୟଜିଲାଣ୍ଡ ବନାମ ଭାରତ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ହେବା ପୂର୍ବରୁ ୩ ଜଣ ପ୍ରମୁଖ ଭାରତୀୟ ଖେଳାଳୀ ବାଦ ପଡ଼ିଛନ୍ତି । ଆହତ କାରଣରୁ ସେମାନେ ବାଦ ପଡ଼ିଥିବା ସୂଚନା ମିଳିଛି । ଏନେଇ ବିସିସିଆଇ ଟୁଇଟ୍‌ କରି ସୂଚନା ଦେଇଛି । ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଥିବା ୩ ଜଣ ଖେଳାଳୀଙ୍କ ମଧ୍ୟରେ ରହିଛନ୍ତି ରବିନ୍ଦ୍ର ଜାଡେଜା, ସ୍ପେଶ ବୋଲର ଇଶାନ୍ତା ଶର୍ମା ଓ ଆଜିଙ୍କ୍ୟ ରାହାଣେ ।

କାନପୁର ଟେଷ୍ଟର ଶେଷ ଦିନର ଏକ ଘଟଣାକ୍ରମେ ଇଶାନ୍ତା ଶର୍ମାଙ୍କର ବାମ ହାତର କାଣି ଆଙ୍ଗୁଠିରେ ଆଘାତ ଲାଗିଥିଲା ବେଳେ ସେହି ଦିନରେ ଆଜିଙ୍କ୍ୟ ରାହାଣେ ଫିଲ୍‌ଡିଂ କରୁଥିବା ବେଳେ ତାଙ୍କୁ ମଧ୍ୟ ଆଘାତ ଲାଗିଥିଲା । ସେହିପରି ପ୍ରଥମ ଟେଷ୍ଟରେ ରବିନ୍ଦ୍ର ଜାଡେଜାଙ୍କ ଡାହାଣ ହାତରେ ଆଘାତ ଲାଗିଛି । ଖେଳ ହେବା ପୂର୍ବରୁ ୩ ପ୍ରମୁଖ ଖେଳାଳୀ ବାଦ ପଡ଼ିଥିଲା ବେଳେ ପ୍ଲେଇଙ୍ଗ ଇଲେଭେନରେ କିଏ ରହିବ ତାହାକୁ ନେଇ ଏବେ ଆଲୋଚନା ଚାଲିଛି । ସୂଚନା ଥାଉଯେ, ଗତକାଲି ରାତିରେ ବର୍ଷା କାରଣରୁ ଆଜିର ମ୍ୟାଚ୍‌ ବିଳମ୍ବରେ ଆରମ୍ଭ ହେବ ।