କୋହଲିଙ୍କୁ ୨୦ ମିନିଟ ଭେଟିବାକୁ ଚାହାନ୍ତି ଗାଭାସ୍କର
ଦିଲ୍ଲୀ : ଖରାପ ଫର୍ମ ଦେଇ ଗତି କରୁଥିବା ବିରାଟ କୋହଲିଙ୍କ ସପକ୍ଷରେ ବାହାରିଛନ୍ତି ପୂର୍ବତନ କି୍ରକେଟର ସୁନୀଲ ଗାଭାସ୍କର । କୋହଲିଙ୍କୁ ୨୦ ମିନିଟ୍ ପାଇଁ ଭେଟିଲେ ମୁଁ ତାଙ୍କୁ ଖରାପ ଫର୍ମରୁ ବାହାର କରିପାରିବି ବୋଲି ଗାଭାସ୍କର କହିଛନ୍ତି । ବିରାଟଙ୍କ ଖରାପ ସମୟରେ ତାଙ୍କୁ ସହଯୋଗ କରିବାକୁ ଆଗେଇ ଆସିଛନ୍ତି କିମ୍ବଦନ୍ତୀ କ୍ରିକେଟର ଗାଭାସ୍କର । ବିରାଟଙ୍କ ଫର୍ମ କାହିଁକି ଖରାପ ହୋଇଛି ? ସେ କାହିଁକି ଖେଳିପାରୁ ନାହାନ୍ତି ବୋଲି ତାଙ୍କ […]
ଦିଲ୍ଲୀ : ଖରାପ ଫର୍ମ ଦେଇ ଗତି କରୁଥିବା ବିରାଟ କୋହଲିଙ୍କ ସପକ୍ଷରେ ବାହାରିଛନ୍ତି ପୂର୍ବତନ କି୍ରକେଟର ସୁନୀଲ ଗାଭାସ୍କର । କୋହଲିଙ୍କୁ ୨୦ ମିନିଟ୍ ପାଇଁ ଭେଟିଲେ ମୁଁ ତାଙ୍କୁ ଖରାପ ଫର୍ମରୁ ବାହାର କରିପାରିବି ବୋଲି ଗାଭାସ୍କର କହିଛନ୍ତି । ବିରାଟଙ୍କ ଖରାପ ସମୟରେ ତାଙ୍କୁ ସହଯୋଗ କରିବାକୁ ଆଗେଇ ଆସିଛନ୍ତି କିମ୍ବଦନ୍ତୀ କ୍ରିକେଟର ଗାଭାସ୍କର ।
ବିରାଟଙ୍କ ଫର୍ମ କାହିଁକି ଖରାପ ହୋଇଛି ? ସେ କାହିଁକି ଖେଳିପାରୁ ନାହାନ୍ତି ବୋଲି ତାଙ୍କ ପାଖରେ ଏହାର ଉପଚାର ଅଛି ବୋଲି ଗାଭାସ୍କର କହିଛନ୍ତି । ତାଙ୍କର ଜ୍ଞାନ ବିରାଟଙ୍କୁ ଖରାପ ଫର୍ମରୁ ବାହାରିବାକୁ ସହଯୋଗ କରିପାରିବ ବୋଲି ଗାଭାସ୍କର ଦାବି କରିଛନ୍ତି । ଏଥିପାଇଁ ସେ ମାତ୍ର ୨୦ ମିନିଟ୍ ବିରାଟଙ୍କ ସହ କଥା ହେବା ପାଇଁ ଚାହୁଁଛନ୍ତି । ଦୁଇବର୍ଷରୁ ଅଧିକ ସମୟ ହେବ କୋହଲି ଖରାପ ଫର୍ମ ଦେଇ ଗତି କରୁଛନ୍ତି । ୨୦୨୦ ପରଠାରୁ ଏପର୍ଯ୍ୟନ୍ତ କୋହଲି ଅନ୍ତର୍ଜାତୀୟ ଶତକ ହାସଲ କରିପାରି ନାହାନ୍ତି ।




