ଆଇସିସି ଟି-୨୦ ର୍ୟାଙ୍କିଙ୍ଗ୍,ଶୀର୍ଷରେ ସୂର୍ଯ୍ୟ କୁମାର
ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଟି-୨୦ ର୍ୟାଙ୍କିଙ୍ଗ୍ ତାଲିକା ଘୋଷଣା କରାଯାଇଛି । ଚଳିତ ଟି-୨୦ ବିଶ୍ୱକପରେ ଦମଦାର ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆର ସୂର୍ଯ୍ୟକୁମାର ଯାଦବ ପୂର୍ବଭଳି ୧ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ସେ ମାତ୍ର ୧୪ ରନ କରିଥିବାରୁ ରେଟିଂ ପଏଣ୍ଟରେ ହ୍ରାସ ଘଟିଛି । ସେ ୮୫୯ ପଏଣ୍ଟ ସହ ଏବେବି ୧ ନମ୍ବର ସ୍ଥାନରେ ରହିଛନ୍ତି । ପୂର୍ବରୁ ତାଙ୍କ ପଏଣ୍ଟ […]
ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଟି-୨୦ ର୍ୟାଙ୍କିଙ୍ଗ୍ ତାଲିକା ଘୋଷଣା କରାଯାଇଛି । ଚଳିତ ଟି-୨୦ ବିଶ୍ୱକପରେ ଦମଦାର ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆର ସୂର୍ଯ୍ୟକୁମାର ଯାଦବ ପୂର୍ବଭଳି ୧ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ସେ ମାତ୍ର ୧୪ ରନ କରିଥିବାରୁ ରେଟିଂ ପଏଣ୍ଟରେ ହ୍ରାସ ଘଟିଛି । ସେ ୮୫୯ ପଏଣ୍ଟ ସହ ଏବେବି ୧ ନମ୍ବର ସ୍ଥାନରେ ରହିଛନ୍ତି । ପୂର୍ବରୁ ତାଙ୍କ ପଏଣ୍ଟ ୮୬୯ ଥିଲା । ଟି-୨୦ ବିଶ୍ୱକପର ସୁପର-୧୨ ପର୍ଯ୍ୟାୟରେ ସୂର୍ଯ୍ୟକୁମାର ୩ଟି ଅର୍ଦ୍ଧଶତକ ସହ ୨୩୯ ରନ କରିଥିଲେ । ଇଂଲଣ୍ଡ ଓପନର ଆଲେକ୍ସ ହେଲ୍ସ ବ୍ୟାଟର ର୍ୟାଙ୍କିଙ୍ଗର ୨୨ଟି ଉପରକୁ ଉଠି ୧୨ ନମ୍ବରରେ ପହଞ୍ଚିଛନ୍ତି । ଭାରତ ବିପକ୍ଷ ସେମିଫାଇନାଲରେ ହେଲ୍ସ ୪୭ ବଲରୁ ଅପରାଜିତ ୮୬ ରନର ଇନିଂସ ଖେଳିଥିଲେ । ସେ ଇଂଲଣ୍ଡ ପାଇଁ ଚଳିତ ବିଶ୍ୱକପରେ ଦ୍ୱିତୀୟ ସର୍ବାଧିକ ରନ ସଂଗ୍ରହକାରୀ କ୍ରିକେଟର ବନିଛନ୍ତି ।
Suryakumar Yadav holds his #1 spot, while several England stars move up in the latest @MRFWorldwide ICC Men’s T20I Player Rankings ?https://t.co/7qVza25vTv
— ICC (@ICC) November 17, 2022
ଦକ୍ଷିଣ ଆଫି୍ରକାର ରୁଷୋ ମଧ୍ୟ ଶ୍ରେଷ୍ଠ ୧୦ରେ ପ୍ରବେଶ କରିଛନ୍ତି । ସେ ର୍ୟାଙ୍କିଙ୍ଗ୍ର ୭ମ ସ୍ଥାନରେ ରହିଛନ୍ତି । ନୁ୍ୟଜିଲାଣ୍ଡର ଗ୍ଲେନ ଫିିଲି« ଗୋଟିଏ ସ୍ଥାନ ତଳକୁ ଖସି ଅଷ୍ଟମରେ ରହିଛନ୍ତି । ରୁଷୋ ବିଶ୍ୱକପ ସୁପର-୧୨ରେ ବାଂଲାଦେଶ ବିପକ୍ଷରେ ବିସ୍ପୋରକ ଶତକୀୟ ଇନିଂସ ଖେଳିଥିଲେ । ପାକିସ୍ତାନର ବାବର ଆଜାମ ଗୋଟିଏ ସ୍ଥାନ ଉପରକୁ ଉଠି ତୃତୀୟରେ ରହିଛନ୍ତି । ସୂର୍ଯ୍ୟକୁମାର ଓ ବାବରଙ୍କ ବ୍ୟତୀତ ଟପ ୫ରେ ମହମ୍ମଦ ରିଜୱାନ (ପାକିସ୍ତାନ), ନୁ୍ୟଜିଲାଣ୍ଡର ଦେବନ କନେୱ ଏବଂ ମାକ୍ରାମ ରହିଛନ୍ତି । ରିଜୱାନ ଓ ମାକ୍ରାମ ଯଥାକ୍ରମେ ୨ ଓ ୫ମ ସ୍ଥାନରେ ପୂର୍ବଭଳି ଥିବାବେଳେ ଦେବନ କନେୱ ଗୋଟିଏ ସ୍ଥାନ ତଳକୁ ଖସି ୪ର୍ଥରେ ରହିଛନ୍ତି ।
ବୋଲିଂ ର୍ୟାଙ୍କିଙ୍ଗ୍ରେ ବଡ଼ ଧରଣର ପରିବର୍ତ୍ତନ ହୋଇନାହିଁ । କି;ୁ ଭାରତ ବିପକ୍ଷ ସେମି ଓ ପାକିସ୍ତାନ ବିପକ୍ଷ ଫାଇନାଲରେ ଜମାଣିଆ ବୋଲିଂ କରିଥିବା ଇଂଲଣ୍ଡର ଆଦିଲ ରସିଦ ୫ଟି ସ୍ଥାନରେ ଉପରକୁ ଉଠି ତୃତୀୟରେ ପହଞ୍ଚିଛନ୍ତି । ଫାଇନାଲ ମ୍ୟାଚ୍ରେ ମ୍ୟାନ୍ ଅଫ୍ ଦି ମ୍ୟାଚ ଓ ମ୍ୟାନ୍ ଅଫ ଦି ସିରିଜ ହୋଇଥିବା ସାମ କୁରନ ଦୁଇଟି ସ୍ଥାନ ଉପରକୁ ଉଠିଛନ୍ତି । ସେ ର୍ୟାଙ୍କିଙ୍ଗ୍ର ୫ମ ସ୍ଥାନରେ ପହଞ୍ଚିଛନ୍ତି । ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ୧ନମ୍ବର ସ୍ଥାନରେ ଥିବାବେଳେ ଆଫଗାନିସ୍ତାନର ରସିଦ ଖାନ୍ ଦ୍ୱିତୀୟରେ ରହିଛନ୍ତି । ଅଲରାଉଣ୍ଡର ତାଲିକାର ପ୍ରଥମ ୩ଟି ସ୍ଥାନରେ ଯଥାକ୍ରମେ ବାଂଲାଦେଶର ସାକିବ ଅଲ ହାସନ, ଆଫଗାନିସ୍ତାନର ମହମ୍ମଦ ନବୀ ଓ ଭାରତର ହାର୍ଦ୍ଦିକ ପାଣ୍ଡ୍ୟା ସ୍ଥାନ ପାଇଛନ୍ତି ।




