ହକି ବିଶ୍ୱକପ କାଉଣ୍ଟଡାଉନ: ରହିବନି ବାଧ୍ୟତାମୂଳକ ଗାଇଡ୍‌ଲାଇନ

ଭୁବନେଶ୍ୱର : ହକି ବିଶ୍ୱକପ ଏଥର ଭରପୂର ଦର୍ଶକଙ୍କ ଗହଣରେ ଆୟୋଜିତ ହେବ । ବିଶ୍ୱକପ ପାଇଁ କୌଣସି ବାଧ୍ୟତାମୂଳକ ଗାଇଡଲାଇନ ରହିବ ନାହିଁ । ହକି ବିଶ୍ୱକପ ରୂପରେଖ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରତିକି୍ରୟା ରଖି ଏହା କହିଛନ୍ତି । ହକି ମହାକୁମ୍ଭ ପାଇଁ ରାଜ୍ୟ ସମ୍ପୂର୍ଣ୍ଣ ଥିବା ବେଳେ ସମସ୍ତ ଚ୍ୟାଲେଞ୍ଜକୁ ସାମ୍ନା କରି ଓଡ଼ିଶା ଇତିହାସ ରଚିବ ବୋଲି ସେ ଦୃଢ଼ତାର ସହ କହିଛନ୍ତି । ଆଗାମୀ ୧୩ […]

Samaya Live Picture
Published On

ଭୁବନେଶ୍ୱର : ହକି ବିଶ୍ୱକପ ଏଥର ଭରପୂର ଦର୍ଶକଙ୍କ ଗହଣରେ ଆୟୋଜିତ ହେବ । ବିଶ୍ୱକପ ପାଇଁ କୌଣସି ବାଧ୍ୟତାମୂଳକ ଗାଇଡଲାଇନ ରହିବ ନାହିଁ । ହକି ବିଶ୍ୱକପ ରୂପରେଖ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରତିକି୍ରୟା ରଖି ଏହା କହିଛନ୍ତି । ହକି ମହାକୁମ୍ଭ ପାଇଁ ରାଜ୍ୟ ସମ୍ପୂର୍ଣ୍ଣ ଥିବା ବେଳେ ସମସ୍ତ ଚ୍ୟାଲେଞ୍ଜକୁ ସାମ୍ନା କରି ଓଡ଼ିଶା ଇତିହାସ ରଚିବ ବୋଲି ସେ ଦୃଢ଼ତାର ସହ କହିଛନ୍ତି । ଆଗାମୀ ୧୩ ତାରିଖ ଭୁବନେଶ୍ୱର ଏବଂ ରାଉରକେଲାରେ ହକି ବିଶ୍ୱକପ ମ୍ୟାଚଗୁଡ଼ିକ ଖେଳାଯିବ । ରାଉରକେଲା ଷ୍ଟାଡିୟମରେ ୧୬ଟି ଅଂଶଗ୍ରହଣକାରୀ ଦଳ ରହିବେ । ତେବେ ହୋଟେଲ ତାଜଗ୍ରୁପ ସେଠାରେ ଦାୟିତ୍ୱ ପରିଚାଳନାରେ ନିୟୋଜିତ ହେବ । ଖେଳାଳି, କୋଚ, ଅଫିସିଆଲଙ୍କ ଚାକଚକ୍ୟ ରହଣି ସାଙ୍ଗକୁ ତାଜ ହୋଟେଲ ସୁସ୍ୱାଦୁ ଖାଦ୍ୟ ପରସିବ ।

ପୋଲିସ ଡିଜି ସୁନୀଲ ବଂଶଲ କହିଛନ୍ତି, ହକି ବିଶ୍ୱକପ ପୋଲିସ ପାଇଁ ଚ୍ୟାଲେଞ୍ଜ ହେବ । ଅନ୍ତର୍ଜାତୀୟ ପ୍ରତିଯୋଗିତା ହୋଇଥିବାରୁ ରାଜ୍ୟ ନିମନ୍ତେ ଏହା ପ୍ରତିଷ୍ଠାର ବିଷୟ । ଦେଶୀ ବିଦେଶୀ ହକିପ୍ରେମୀମାନେ ଖେଳି ଦେଖିବାକୁ ଆସିବେ । ତେଣୁ ବିଶ୍ୱକପ ସୁପରିଚାଳନା ଯଥା ଖେଳାଳିଙ୍କ ସୁରକ୍ଷା ଓ ଟ୍ରାଫିକ ପରିଚାଳନା ପୋଲିସ ପାଇଁ ଚ୍ୟାଲେଞ୍ଜିଂ ରହିବ । ସେହିପରି ଚଳିତବର୍ଷ ସାଇବର କ୍ରାଇମ, ନକ୍ସଲ ଦମନ, ନିଶା ଚୋରା ଚାଲାଣ ରୋକିବା, ଅପରାଧ ନିୟନ୍ତ୍ରଣ ପୋଲିସର ପ୍ରାଥମିକତା ହେବ ବୋଲି ଶ୍ରୀ ବଂଶଲ କହିଛନ୍ତି ।

କରୋନା ମହାମାରୀ ଏବେ ଚୀନ ସମେତ ୫ଟି ଦେଶରେ କାୟା ବିସ୍ତାର କରିଥିବାବେଳେ ହକି ବିଶ୍ୱକପ କଟକଣା ଭିତରେ ହେବ ନାହିଁ, ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି । ଭାରତ ଖେଳିବାକୁ ଥିବା ସମସ୍ତ ମ୍ୟାଚର ଅନ୍‌ଲାଇନ ଓ ଅଫ୍‌ଲାଇନ ଟିକେଟ ବିକି୍ର ହୋଇସାରିଛି । ତେଣୁ ହକି ବିଶ୍ୱକପ ଦେଖିବାକୁ ଦର୍ଶକଙ୍କ ଭିତରେ ପ୍ରବଳ ଉତ୍କଣ୍ଠା ଲାଗିରହିଛି । ତେଣୁ କେବଳ ଅପେକ୍ଷା ବିଶ୍ୱକପ ବିଗୁଲକୁ ।