ହକି ବିଶ୍ୱକପ ୨୦୨୩ : ଆଜି ଉଦ୍‌ଘାଟନୀ ଉତ୍ସବ,ବାରବାଟୀରେ ରଣବୀର ଓ ଦିଶା ପଟାନୀ ମଚାଇବେ ଧୂମ

କଟକ :ବିଶ୍ବକପ୍‌ ହକି ଚଳିତ ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ଓ ରାଉରକେଲାଠାରେ ଖେଳାଯିବ। ଏହି ଅବସରରେ ଆଜି କଟକ ବାରବାଟୀ ଷ୍ଟାଡିୟମରେ ବିଶ୍ୱକପ୍‌ର ଉଦ୍ଘାଟନୀ ଉତ୍ସବ ସମାରୋହ ଆୟୋଜିତ ହେଉଛି । ଏହି କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିବାକୁ ପୁରା ସହର ସମେତ ଷ୍ଟାଡିୟମକୁ ସଜାଯାଇଛି । ଅତିଥି ରାଷ୍ଟ୍ର ସହ ସାରା ଦେଶରେ ଏକ ସୁନ୍ଦର ଅନୁଭବ ଦେବା ଲାଗି ଏହି ଉଦ୍‌ଘାଟନୀ ଉତ୍ସବକୁ ରୋମାଞ୍ଚକର କରିବାକୁ ଆୟୋଜକ ପୂରା ଜୋର୍‌ସୋର୍‌ରେ ଉଦ୍ୟମ […]

Samaya Live Picture
Published On

କଟକ :ବିଶ୍ବକପ୍‌ ହକି ଚଳିତ ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ଓ ରାଉରକେଲାଠାରେ ଖେଳାଯିବ। ଏହି ଅବସରରେ ଆଜି କଟକ ବାରବାଟୀ ଷ୍ଟାଡିୟମରେ ବିଶ୍ୱକପ୍‌ର ଉଦ୍ଘାଟନୀ ଉତ୍ସବ ସମାରୋହ ଆୟୋଜିତ ହେଉଛି । ଏହି କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିବାକୁ ପୁରା ସହର ସମେତ ଷ୍ଟାଡିୟମକୁ ସଜାଯାଇଛି । ଅତିଥି ରାଷ୍ଟ୍ର ସହ ସାରା ଦେଶରେ ଏକ ସୁନ୍ଦର ଅନୁଭବ ଦେବା ଲାଗି ଏହି ଉଦ୍‌ଘାଟନୀ ଉତ୍ସବକୁ ରୋମାଞ୍ଚକର କରିବାକୁ ଆୟୋଜକ ପୂରା ଜୋର୍‌ସୋର୍‌ରେ ଉଦ୍ୟମ ଚଳାଇଛନ୍ତି। ଅନ୍ୟ କିଛି ରାଜ୍ୟର ଅତିଥି ବି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମକୁ ଆଜି ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ।

ଉଦଘାଟନୀ ଉତ୍ସବରେ ବଲିଉଡ୍ ସୁପରଷ୍ଟାର ରଣବୀର ସିଂ, ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ୍ ଏବଂ ଅଭିନେତ୍ରୀ ଦିଶା ପଟ୍ଟାନିଙ୍କ ସମେତ ବ୍ଲାକ ସ୍ୱାନ୍ ଗ୍ରୁପ୍ ଏହି ମହୋତ୍ସବରେ ନିଜର ଜଲୱା ଦେଖାଇବେ I ଏହାବାଦ ଓଲିଉଡ୍ ଷ୍ଟାର୍ କପଲ୍ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ଜବରଦସ୍ତ ଡ୍ୟାନ୍ସ ବି ଦେଖିବାକୁ ମିଳିବ ଏ ମାନଙ୍କ ସହିତ ଯୋଗ ଦେବେ ସୁନାମଧନ୍ୟ କଣ୍ଠ ଶିଳ୍ପୀ ବେନି ଦୟାଲ, ନୀତି ମୋହନ, ଲିସା ମିଶ୍ର, ଅମିତ ମିଶ୍ର, ଅନ୍ତରା ମିତ୍ର, ଶ୍ରୀମା ଚନ୍ଦ୍ରା, ନକାଶ ଅଜିଜ, ଶାଲମାଲି ଖୋଲଗାଡେ ଓ ନମିତା ମେଲେକାଙ୍କ ସହ ହକି ବିଶ୍ବକପ୍‌ ୨୦୨୩ ଗୀତର ଲେଖକ ପ୍ରୀତମ ଷ୍ଟେଜ୍‌କୁ ଆସିବେ। ନୃତ୍ୟୁ ଗୁରୁ ଅରୁଣା ମହାନ୍ତି ଓ ଜାତୀୟ ପୁରସ୍କାରପ୍ରାପ୍ତ ସିଆମକ ଡାଭର ନୃତ୍ୟ ପ୍ରଦର୍ଶନର କୋରିଓଗ୍ରାଫ କରିଛନ୍ତି। ଏମାନଙ୍କ ସହ ଓଡ଼ିଶାର ଅନେକ କଳାକାର ମଧ୍ୟ ଯୋଗ ଦେବାର କାର୍ଯକ୍ରମ ରହିଛି।

ହକି ବିଶ୍ୱକପ୍ ଉଦ୍‌ଘାଟନୀ ପାଇଁ ୧୧ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି । ସାଧାରଣ ଦର୍ଶକଙ୍କ ଗାଡ଼ି ପାଇଁ ୨ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି । ଡିସିପି ଅଫିସ ନିକଟ ଓ କ୍ୟାଣ୍ଟନମେଣ୍ଟ ଥାନା ପାଖ ତଳ ବାଲିଯାତ୍ରା ପଡିଆରେ ପାର୍କିଂ ବ୍ୟବସ୍ଥା ହୋଇଛି । ସେହିପରି ଭିଭିଆଇପି ଏବଂ ଭିଆଇପିଙ୍କ ପାଇଁ ଗଡ଼ଗଡ଼ିଆ ମନ୍ଦିର ପାଖ ତଳ ବାଲିଯାତ୍ରା ପଡ଼ିଆ, ଖ୍ରୀଷ୍ଟିଆନ ପଡ଼ିଆ, ଦୟାଶ୍ରମ ପଡ଼ିଆ, ଜାଭିୟର ସ୍କୁଲ, ଓସିଏ ଲନ୍‌ରେ ପାର୍କିଂ ବ୍ୟବସ୍ଥା ହୋଇଛି । ଏପଟେ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ କେମ୍ବ୍ରିଜ ସ୍କୁଲ ପଡ଼ିଆରେ ପାର୍କିଂ ବ୍ୟବସ୍ଥା ହୋଇଛି । ସେହିପରି କଳାକାରଙ୍କ ପାଇଁ କ୍ଲବ ହାଉସ, ଉପର ବାଲିଯାତ୍ରା ଏବଂ ବାସ୍କେଟବଲ ପଡ଼ିଆରେ ପାର୍କିଂ ବ୍ୟବସ୍ଥା ହୋଇଛି । ଉଦଘାଟନ ଉତ୍ସବ ପୂର୍ବରୁ ଖୋର୍ଦ୍ଧାରୁ କଟକ ଓ କଟକରୁ ଭୁବନେଶ୍ୱର ଭାରିଯାନ ଚଳାଚଳ ବନ୍ଦ କରାଯିବ । ଟ୍ରାଫିକ ନିୟନ୍ତ୍ରଣରେ ପୋଲିସ୍ ମିତ୍ର, ସ୍ୱେଛାସେବୀ ଓ କିଛି ଏନଜିଓଙ୍କ ସହଯୋଗ ନେବ ପୋଲିସ୍ ।