ହକି ବିଶ୍ୱକପ ୨୦୨୩ : ଭୁବନେଶ୍ୱରରେ ପହଞ୍ଚିଲା ନେଦରଲାଣ୍ଡ ହକି ଟିମ୍‌

ଭୁବନେଶ୍ୱର : ଆଉ ୮ ଦିନ ପରେ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ ୨୦୨୩ ମହାକୁମ୍ଭ I ଭୁବନେଶ୍ୱର-ରାଉରକେଲା ଖେଳାଯିବ ଏହି ବିଶ୍ୱକପ । ଭାରତୀୟ ଦଳ ପରେ ପରେ ଆଜି ନେଦରଲାଣ୍ଡ ଟିମ ଭୁବନେଶ୍ୱରରବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛି । ଭୁବନେଶ୍ୱରରେ ନେଦରଲାଣ୍ଡ୍ସ ହକି ଟିମ୍ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ପୁରୁଷ ହକି ବିଶ୍ୱକପ୍‌ ପାଇଁ ପ୍ରଥମ ବିଦେଶୀ ଦଳ ଭାବେ ନେଦରଲାଣ୍ଡ୍ସ ଭୁବନେଶ୍ୱରରେ […]

Samaya Live Picture
Published On

ଭୁବନେଶ୍ୱର : ଆଉ ୮ ଦିନ ପରେ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ ୨୦୨୩ ମହାକୁମ୍ଭ I ଭୁବନେଶ୍ୱର-ରାଉରକେଲା ଖେଳାଯିବ ଏହି ବିଶ୍ୱକପ । ଭାରତୀୟ ଦଳ ପରେ ପରେ ଆଜି ନେଦରଲାଣ୍ଡ ଟିମ ଭୁବନେଶ୍ୱରରବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛି ।

ଭୁବନେଶ୍ୱରରେ ନେଦରଲାଣ୍ଡ୍ସ ହକି ଟିମ୍ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ପୁରୁଷ ହକି ବିଶ୍ୱକପ୍‌ ପାଇଁ ପ୍ରଥମ ବିଦେଶୀ ଦଳ ଭାବେ ନେଦରଲାଣ୍ଡ୍ସ ଭୁବନେଶ୍ୱରରେ ପହଞ୍ଚିଛି । ୨୦୧୮ ସଂସ୍କରଣର ରୌପ୍ୟ ବିଜେତା ନେଦରଲାଣ୍ଡ୍ସର ଅଧିନାୟକ ଥିଏରି ବ୍ରିଙ୍କାମାନ୍‌ଙ୍କ ନେତୃତ୍ୱରେ ଟିମ୍‌ ପହଞ୍ଚିଛି ।

୧୦ ତାରିଖରେ ରାଉରକେଲା ଗସ୍ତ କରି ୧୪ରେ ମ୍ୟାଚ ଖେଳିବ । ୮ ତାରିଖ ପର୍ଯ୍ୟନ୍ତ ଦଳଗୁଡ଼ିକ ଭୁବନେଶ୍ୱରରେ ପହଞ୍ଚିବା ଲାଗି ରହିବ । ଆଉ ୯ ଦିନ ପରେ ଆରମ୍ଭ ହେବ ଏଫ୍‌ଆଇଏଚ୍ ଓଡ଼ିଶା ହକି ବିଶ୍ୱକପ୍ ।