ବିଶ୍ୱକପ୍ ହକି ୨୦୨୩: ବେଲଜିୟମ୍ ଟିମ୍ ପହଁଚିଲା ଭୁବନେଶ୍ୱର
ଭୁବନେଶ୍ୱର: ଚଳିତ ମାସ ୧୩ ତାରିଖରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ମହାକୁମ୍ଭ I ଏନେଇ ଚଳଚଞ୍ଚଳ ହୋଇଛି ଓଡିଶାର ରାଜଧାନୀ ଭୁବନେଶ୍ୱର ସହର । ବିଭିନ୍ନ ଦେଶର ଖେଳାଳୀମାନେ ଓଡିଶାରେ ପହଞ୍ଚୁଥିବା ବେଳେ ଆଜି ୩ୟ ଦଳ ଭାବରେ ବେଲିଜମ୍ ହକି ଟିମ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି I ଏହା ପୂର୍ବରୁ ଅନ୍ୟ ଦୁଇଟି ବିଦେଶି ହକି ଟିମ୍ ଚିଲି ଏବଂ ନେଦରଲାଣ୍ଡ ଓଡିଶାରେ ପହଞ୍ଚି ଥିବା ଜଣାପଡିଛି । ବେଲଜିୟମ୍ […]
ଭୁବନେଶ୍ୱର: ଚଳିତ ମାସ ୧୩ ତାରିଖରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ମହାକୁମ୍ଭ I ଏନେଇ ଚଳଚଞ୍ଚଳ ହୋଇଛି ଓଡିଶାର ରାଜଧାନୀ ଭୁବନେଶ୍ୱର ସହର । ବିଭିନ୍ନ ଦେଶର ଖେଳାଳୀମାନେ ଓଡିଶାରେ ପହଞ୍ଚୁଥିବା ବେଳେ ଆଜି ୩ୟ ଦଳ ଭାବରେ ବେଲିଜମ୍ ହକି ଟିମ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି I ଏହା ପୂର୍ବରୁ ଅନ୍ୟ ଦୁଇଟି ବିଦେଶି ହକି ଟିମ୍ ଚିଲି ଏବଂ ନେଦରଲାଣ୍ଡ ଓଡିଶାରେ ପହଞ୍ଚି ଥିବା ଜଣାପଡିଛି । ବେଲଜିୟମ୍ ଟିମ୍ ୨୦୧୮ ମସିହାରେ ହୋଇତିବା ବିଶ୍ୱକପ୍ ହକିରେ ଚମ୍ପିୟନ ହୋଇଥିଲା ।
ଜାନୁଆରୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡିଶାର ରାଉଲକେଲା ଏବଂ ଭୁବନେଶ୍ୱରରେ ହକି ବିଶ୍ୱକପ୍ ୨୦୨୩ ଅନୁଷ୍ଟିତ ହେବ । ଯାହାକୁ ନେଇ ଚଳଞ୍ଚଳ ହୋଇଛି ରାଜଧାନୀ ଭୁବନେଶ୍ୱର ଏବଂ ଷ୍ଟିଲ ସିଟି ରାଉଲକେଲା । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍ ଖେଳାଯିବ । ଏହି ହକି ବିଶ୍ୱକମ୍ପରୁ ନେଇ ଖେଳ ପ୍ରେମୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଉତ୍ସାହିତ ଥିବା ଜଣା ପଡିଛି ।




