ହକି ବିଶ୍ୱକପ୍୨୦୨୩: ଭୁବନେଶ୍ୱର ବିମାନ ବନ୍ଦରରେ ବେଲଜିୟମ୍ ଟିମ୍
ଭୁବନେଶ୍ୱର : ଜାନୁଆରୀ ୧୩ ରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ I ଭାଗ ନେବାପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ଆସି ପହଞ୍ଚିଛନ୍ତି ବେଲିଜମ୍ ଦଳ । ତେବେ ତୃତୀୟ ବିଦେଶୀ ଦଳ ଭାବରେ ଏହି ଦଳ ଆଜି ଓଡିଶାରେ ପହଞ୍ଚିଛନ୍ତି । ଏହା ପୂର୍ବରୁ ଅନ୍ୟ ଦୁଇଟି ବିଦେଶି ହକି ଟିମ୍ ଚିଲି ଏବଂ ନେଦରଲାଣ୍ଡ ଓଡିଶାରେ ପହଞ୍ଚି ଥିବା ଜଣାପଡିଛି । ତେବେ ବେଲଜିୟମ୍ ଟିମ୍ ୨୦୧୮ ମସିହାରେ ହୋଇତିବା ବିଶ୍ୱକପ୍ […]
ଭୁବନେଶ୍ୱର : ଜାନୁଆରୀ ୧୩ ରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ I ଭାଗ ନେବାପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ଆସି ପହଞ୍ଚିଛନ୍ତି ବେଲିଜମ୍ ଦଳ । ତେବେ ତୃତୀୟ ବିଦେଶୀ ଦଳ ଭାବରେ ଏହି ଦଳ ଆଜି ଓଡିଶାରେ ପହଞ୍ଚିଛନ୍ତି । ଏହା ପୂର୍ବରୁ ଅନ୍ୟ ଦୁଇଟି ବିଦେଶି ହକି ଟିମ୍ ଚିଲି ଏବଂ ନେଦରଲାଣ୍ଡ ଓଡିଶାରେ ପହଞ୍ଚି ଥିବା ଜଣାପଡିଛି । ତେବେ ବେଲଜିୟମ୍ ଟିମ୍ ୨୦୧୮ ମସିହାରେ ହୋଇତିବା ବିଶ୍ୱକପ୍ ହକିରେ ଚମ୍ପିୟନ ହୋଇଥିଲା ।
ସୂଚନାନୁସାରେ ଚଳିତ ମାସ ୧୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଏବଂ ରାଉରକେଲା ରେ ଅନୁଷ୍ଠିତ ହେଉଛି ପୁରୁଷ ହକି ବିଶ୍ୱ କପ I ଯାହାକୁ ନେଇ ଚଳଞ୍ଚଳ ହୋଇଛି ରାଜଧାନୀ ଭୁବନେଶ୍ୱର ଏବଂ ଷ୍ଟିଲ ସିଟି ରାଉଲକେଲା ।
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍ ଖେଳାଯିବ । ଗତ କାଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଉରକେଲା ଗସ୍ତରେ ଯାଇ ୨୬୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଦେଶ ସର୍ବ ବୃହତ ହକି ଷ୍ଟାଡିଅମ କୁ ଲୋକାର୍ପଣ କରିଛନ୍ତି । ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମକୁ ଉଦଘାଟନ କରିବା ସହ ବିଶ୍ୱ କ୍ରୀଡ଼ା ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଥିବା କହିଛନ୍ତି । ହକିକୁ ଭଲ ପାଉଥିବା ସମସ୍ତ ଖେଳାଳି, ସାଧାରଣ ଜନତା, ଓଡ଼ିଶାର ହକିପ୍ରେମୀ, ଦେଶର ହକି କ୍ରୀଡ଼ାବିତ ସମସ୍ତଙ୍କ ଉଦ୍ଦେଶ୍ୟରେ ଏହି ଷ୍ଟାଡ଼ିୟମକୁ ଉତ୍ସର୍ଗ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ହକି ବିଶ୍ୱକପ୍ ଭବ୍ୟ ଉତ୍ସବରେ ସାମିଲ ହେବାକୁ ସେ ସମସ୍ତଙ୍କୁ ନିମନ୍ତ୍ରଣ କରିଛନ୍ତି । ଏହି ହକି ବିଶ୍ୱକମ୍ପରୁ ନେଇ ଖେଳ ପ୍ରେମୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଉତ୍ସାହିତ ଥିବା ଜଣା ପଡିଛି ।




