ଆଇପିଏଲକୁ ଅଲବିଦା ! ଏବେ କେଉଁ ରୂପରେ ଥାଲା?

ଆଇପିଏଲକୁ ଅଲବିଦା ! ଏବେ କେଉଁ ରୂପରେ ଥାଲା?
Samaya Live News Picture
Published On

ଏତେ ବର୍ଷର କ୍ରିକେଟ୍ ଯାତ୍ରା... ଅଗଣିତ ରେକର୍ଡ, ଅସଂଖ୍ୟ ବିଜୟ ଆଉ କୋଟି କୋଟି ପ୍ରଶଂସକଙ୍କ ଭଲପାଇବା। ଯେତେବେଳେ ସେ ପଡ଼ିଆକୁ ଓହ୍ଲାଉଥିଲେ, ପୂରା ଷ୍ଟାଡିୟମ୍ରେ ଗୋଟିଏ ନାଁ ଗୁଞ୍ଜରି ଉଠୁଥିଲା। ତାଙ୍କ ବ୍ୟାଟରୁ ବାହାରୁଥିବା ସେହି ହେଲିକପ୍ଟର ସଟ୍ ଦେଖିବାକୁ ଚାହିଁ ବସିଥାନ୍ତି କୋଟି କୋଟି କ୍ରିକେଟ୍ ପ୍ରେମୀ। କିନ୍ତୁ ଏବେ ହଠାତ୍ ଏମିତି କ'ଣ ହେଲା ଯେ, ତାଙ୍କ ଓଚଖ ଭବିଷ୍ୟତକୁ ନେଇ ଆରମ୍ଭ ହୋଇଗଲା ବଡ଼ ଚର୍ଚ୍ଚା? ଯେଉଁ ଦଳକୁ ନିଜର ଘର ବୋଲି ଭାବି ଆସିଛନ୍ତି, ସେହି ଦଳରେ ଆଉ ଖେଳାଳି ଭାବେ ନଜର ଆସିବେ ନା ଏବେ ତୁଲାଇବେ ଏକ ବଡ଼ ଦାୟିତ୍ୱ? ଅବସର ନା ନୂଆ ଇନିଂସ୍? ପଡ଼ିଆ ବାହାରେ ରହି ଏବେ କେମିତି ଚେନ୍ନାଇର ଭାଗ୍ୟ ବଦଳାଇବେ ଏହି ମହାନାୟକ? ଆସନ୍ତୁ ଜାଣିବା ପୂରା ଖବର। 

କ୍ରିକେଟ୍ ପଡ଼ିଆରେ ଆଉ ଦେଖିବାକୁ ମିଳିବନି ତାଙ୍କର ସେହି ହେଲିକପ୍ଟର ସଟ୍। ଷ୍ଟାଡିୟମରେ ଗୁଞ୍ଜରିତ ହେବନି ତାଙ୍କ ନାଁର ନାରା। ହଳଦିଆ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବେନି ଚେନ୍ନାଇର ଏହି ମହାନାୟକ। କୋଟି କୋଟି କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ ଭାବପ୍ରବଣ ମୁହୂର୍ତ୍ତ। ହଁ, ଆମେ କଥା ହେଉଛୁ ଭାରତୀୟ କ୍ରିକେଟ୍ର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ମହେନ୍ଦ୍ର ସିଂହ ଧୋନିଙ୍କ ବିଷୟରେ। ୨୦୨୦ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ଅଲବିଦା କହିଥିଲେ ମାହି। ଆଉ ଏବେ ଓଚଖକୁ ନେଇ ତାଙ୍କର ପରବର୍ତ୍ତୀ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା। ନଭେମ୍ବର ୧୭ ତାରିଖରେ ଓଚଖ ରିଟେନସନ୍ ତାଲିକା ଦାଖଲର ଶେଷ ଦିନ। ଏହି ସମୟରେ ଧୋନିଙ୍କ ଖେଳାଳି ଭାବରେ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଆଗକୁ ସେ ଓଚଖରେ ଖେଳିବେ ନା ନାହିଁ? ଯଦି ଖେଳିବେନି, ତେବେ କେଉଁ ଭୂମିକାରେ ନଜର ଆସିବେ? ଧୋନିଙ୍କ ଓଚଖ କ୍ୟାରିୟର ଉପରେ ନଜର ପକାଇଲେ ତାଙ୍କର ସଫଳତାର ଲମ୍ବା ତାଲିକା ସାମ୍ନାକୁ ଆସେ। ଓଚଖରେ ସେ ମୋଟ ୨୭୮ଟି ମ୍ୟାଚ୍ ଖେଳି ୫,୪୩୯ ରନ୍ ସଂଗ୍ରହ କରିଛନ୍ତି। ୩୮.୩୦ ହାରାହାରି ଏବଂ ୧୩୭ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ରେ ରନ୍ କରିଛନ୍ତି ମାହି। ତାଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ୍ ପାଞ୍ଚ ଥର ଓଚଖ ଟ୍ରଫି ଜିତିଛି। ୨୦୦୮ରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଧୋନି କେବଳ ଜଣେ ଖେଳାଳି ନୁହେଁ, ବରଂ ଚେନ୍ନାଇ ସୁପର କିଙ୍ଗସ୍ର ପରିଚୟ ପାଲଟିଥିଲେ। ଦୁଇ ବର୍ଷ ପାଇଁ ଚେନ୍ନାଇ ଦଳ ଉପରେ ପ୍ରତିବନ୍ଧକ ଲାଗିବା ସମୟରେ ସେ ରାଇଜିଂ ପୁଣେ ସୁପରଜାଏଣ୍ଟସ୍ ପକ୍ଷରୁ ଖେଳିଥିଲେ । ହେଲେ ଚେନ୍ନାଇକୁ ଫେରିବା ପରେ ପୁଣି ଥରେ ହଳଦିଆ ଜର୍ସିରେ ନିଜ ଯାଦୁ ଦେଖାଇଥିଲେ। ତେବେ ଏବେ ତାଙ୍କୁ ନେଇ ଆସିଛି ଏକ ନୂଆ ଚର୍ଚ୍ଚା। ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ଧୋନିଙ୍କୁ ନେଇ ନୂଆ ଭୂମିକାର ସଙ୍କେତ ଦିଆଯାଇଛି । ଦଳର ଘୋଷଣାରେ କୁହାଯାଇଛି, ଜୀବନରେ ଥରେ ମିଳୁଥିବା ଖେଳାଳି, ଏବେ ଏକ ନୂଆ ଭୂମିକାରେ। ଅର୍ଥାତ୍ ଖେଳାଳି ଭାବରେ ଧୋନିଙ୍କ ଭୂମିକାରେ ପରିବର୍ତ୍ତନ ଆସିପାରେ, କିନ୍ତୁ ଚେନ୍ନାଇ ସହିତ ତାଙ୍କର ସମ୍ପର୍କ ଶେଷ ହେବନାହିଁ। ସେ ଦଳର ପରାମର୍ଶଦାତା ଭାବରେ ନୂଆ ଦାୟିତ୍ୱ ତୁଲାଇବେ ବୋଲି ଚର୍ଚ୍ଚା ହେଉଛି। ଦଳର ଯୁବ ଖେଳାଳିଙ୍କୁ ମାର୍ଗଦର୍ଶନ ଦେବା ସହିତ ଦଳର ରଣନୀତି ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ତାଙ୍କ ଅଭିଜ୍ଞତା କାମରେ ଆସିପାରେ । ଧୋନିଙ୍କ ପାଇଁ ଚେନ୍ନାଇ କେବଳ ଏକ ଓଚଖ ଦଳ ନୁହେଁ, ଏହା ତାଙ୍କର ଦ୍ୱିତୀୟ ଘର। ଚେନ୍ନାଇର ପ୍ରଶଂସକମାନେ ତାଙ୍କୁ ଥାଲା ବୋଲି ଡାକନ୍ତି । ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ଷ୍ଟାଡିୟମ୍ରେ ହଜାର ହଜାର ଦର୍ଶକଙ୍କ ଭିଡ଼ ଜମେ। ତେବେ ଧୋନିଙ୍କ ଏହି ନୂଆ ଭୂମିକା ଚେନ୍ନାଇ ପାଇଁ କେତେ ଲାଭଦାୟକ ହେବ? ଖେଳାଳି ଭାବରେ ତାଙ୍କୁ ଆଉ ଦେଖିବାକୁ ନମିଳିଲେ ମଧ୍ୟ ତାଙ୍କ ଅଭିଜ୍ଞତା କ'ଣ ଚେନ୍ନାଇକୁ ଆଗାମୀ ଦିନରେ ଆଉ ଏକ ଟ୍ରଫି ଜିତାଇପାରିବ? ପଡ଼ିଆରେ ଧୋନିଙ୍କ ଯୁଗ ଶେଷ ହେଲେ ମଧ୍ୟ ଚେନ୍ନାଇ ସୁପର କିଙ୍ଗସ୍ରେ ତାଙ୍କର ଅଧ୍ୟାୟ ଏବେ ବି ଜାରି ରହିବ ।

Tags: