ଫ୍ରେଞ୍ଚ ଓପନ: ମ୍ଲାଡେନୋଭିକ୍‌-ଗାର୍ସିଆଙ୍କୁ ଡବଲ୍ସ ଟାଇଟଲ

ପ୍ୟାରିସ : ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ ଓପନର ମହିଳା ଡବଲ୍ସରେ ସ୍ଥାନୀୟ ପ୍ରତିଯୋଗୀ କାରୋଲିନ୍‌ ଗାର୍ସିଆ ଓ କ୍ରିଷ୍ଟିନା ମ୍ଲାଡେନୋଭିକ୍‌ ଚାମ୍ପିଅନ୍‌ ହୋଇଛନ୍ତି । ରବିବାର ଅନୁଷ୍ଠିତ ଡବଲ୍ସ ମୁକାବିଲାରେ ଗାର୍ସିଆ-ମ୍ଲାଡେନୋଭିକ୍‌ଙ୍କ ଯୋଡି ଆମେରିକାର କୋକୋଗଫ ଓ ଜେସିକା ପେଗୁଲାଙ୍କୁ ଭେଟିଥିଲେ । ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଗାର୍ସିଆ-ମ୍ଲାଡେନୋଭିକ୍‌ ୨-୬, ୬-୩, ୬-୨ ସେଟ୍‌ରେ ବିଜୟୀ ହୋଇଥିଲେ । ଶେଷଥର ପାଇଁ ଏହି ଯୋଡି ୨୦୧୬ ସଂସ୍କରଣରେ ଡବଲ୍ସ ଟାଇଟଲ ହାତେଇଥିଲେ । ଏହା ଉଭୟଙ୍କ […]

Samaya Live Picture
Published On

ପ୍ୟାରିସ : ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ ଓପନର ମହିଳା ଡବଲ୍ସରେ ସ୍ଥାନୀୟ ପ୍ରତିଯୋଗୀ କାରୋଲିନ୍‌ ଗାର୍ସିଆ ଓ କ୍ରିଷ୍ଟିନା ମ୍ଲାଡେନୋଭିକ୍‌ ଚାମ୍ପିଅନ୍‌ ହୋଇଛନ୍ତି । ରବିବାର ଅନୁଷ୍ଠିତ ଡବଲ୍ସ ମୁକାବିଲାରେ ଗାର୍ସିଆ-ମ୍ଲାଡେନୋଭିକ୍‌ଙ୍କ ଯୋଡି ଆମେରିକାର କୋକୋଗଫ ଓ ଜେସିକା ପେଗୁଲାଙ୍କୁ ଭେଟିଥିଲେ ।

ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଗାର୍ସିଆ-ମ୍ଲାଡେନୋଭିକ୍‌ ୨-୬, ୬-୩, ୬-୨ ସେଟ୍‌ରେ ବିଜୟୀ ହୋଇଥିଲେ । ଶେଷଥର ପାଇଁ ଏହି ଯୋଡି ୨୦୧୬ ସଂସ୍କରଣରେ ଡବଲ୍ସ ଟାଇଟଲ ହାତେଇଥିଲେ । ଏହା ଉଭୟଙ୍କ ପାଇଁ ମିଳିତ ଭାବେ ଚତୁର୍ଥ ଟାଇଟଲ । ଦୁହେଁ ୬ଟି ଗୁରୁତ୍ୱପୂର୍ଣ୍ଣ ଡବଲ୍ସ ଟାଇଟଲ ଜିତିଛନ୍ତି । ୨୦୧୮ ଓ ୨୦୨୦ରେ ଏହି ଯୋଡି ଅଷ୍ଟ୍ରେଲିଆନ୍‌ ଓପନ ମହିଳା ଡବଲ୍ସ ଟାଇଟଲ ଜିତିବାକୁ ସକ୍ଷମ ହୋଇଥିଲେ ।