ଖେଳାଳିଙ୍କ ପାଇଁ ଟଏଲେଟ୍ରେ ତିଆରି ହେଲା ଖାଦ୍ୟ
ସାହାରନପୁର : କବାଡି ଖେଳାଳିଙ୍କ ପ୍ରତି ଅସମ୍ମାନ। ଟଏଲେଟ୍ ଭିତରେ ଖେଳାଳିଙ୍କ ପାଇଁ କରାଗଲା ରୋଷଇ। ଏବେ ଏହାର ଭିଡିଓ ଭାଇରାଲ ହେବାପରେ ସାହାରନ୍ପୁର କ୍ରୀଡା ଅଧିକାରୀ ଅନିମେଷ ସକ୍ସେନାଙ୍କୁ ସସପେଣ୍ଡ କରାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଡ଼ିଏମ ରଜନୀଶ କୁମାରଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି I ରାଜ୍ୟ ଖେଳ ମନ୍ତ୍ରାଳୟ ମଧ୍ୟ ଏହି ଘଟଣାର ରିପୋର୍ଟ ମାଗିଛନ୍ତି I ସୂଚନାନୁସାରେ ସହାରନପୁର ଡକ୍ଟର ଭୀମରାଓ ସ୍ପୋଟର୍ସ ଷ୍ଟାଡିୟମ୍ରେ ସବ୍ ଜୁନିଅର(ବାଳିକା) […]
ସାହାରନପୁର : କବାଡି ଖେଳାଳିଙ୍କ ପ୍ରତି ଅସମ୍ମାନ। ଟଏଲେଟ୍ ଭିତରେ ଖେଳାଳିଙ୍କ ପାଇଁ କରାଗଲା ରୋଷଇ। ଏବେ ଏହାର ଭିଡିଓ ଭାଇରାଲ ହେବାପରେ ସାହାରନ୍ପୁର କ୍ରୀଡା ଅଧିକାରୀ ଅନିମେଷ ସକ୍ସେନାଙ୍କୁ ସସପେଣ୍ଡ କରାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଡ଼ିଏମ ରଜନୀଶ କୁମାରଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି I ରାଜ୍ୟ ଖେଳ ମନ୍ତ୍ରାଳୟ ମଧ୍ୟ ଏହି ଘଟଣାର ରିପୋର୍ଟ ମାଗିଛନ୍ତି I
ସୂଚନାନୁସାରେ ସହାରନପୁର ଡକ୍ଟର ଭୀମରାଓ ସ୍ପୋଟର୍ସ ଷ୍ଟାଡିୟମ୍ରେ ସବ୍ ଜୁନିଅର(ବାଳିକା) କବାଡି ପ୍ରତିଯୋଗିତାର ତିନି ଦିବସୀୟ ଆୟୋଜନ କରାଯାଇଛି। ରାଜ୍ୟ ସ୍ତରରେ ଏହି କବାଡି ପ୍ରତିଯୋଗିତା ୧୬ ସେପ୍ଟେମ୍ବରରୁ ୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିଥିଲା, ଯେଉଁଥିରେ ୧୭ଟି ଟିମ୍ ଯୋଗ ଦେଇଥିଲେ। ଅର୍ଥାତ ପ୍ରାୟ ୨୦୦ରୁ ଅଧିକ ଖେଳାଳି ଆସିଥିଲେ। ତେବେ ଏହି ଖେଳାଳିଙ୍କ ପାଇଁ ଟଏଲେଟ୍ରେ ରୋଷେଇ କରାଯାଉଥିଲା। କେବଳ ସେତିିକି ନୁହେଁ ଡାଲି, ପନିପରିବା, ଚାଉଳ ଆଦି କଞ୍ଚା ଥିଲା। ଏହି ଘଟଣା ଭିଡିଓ ଭାଇରାଲ ହେବା ପରେ ଚାରିଆଡେ ଏହାକୁ ନେଇ ତୀବ୍ର ବିରୋଧ କରାଯାଇଛି। ଏହି ଘଟଣା ଏବେ ଲକ୍ଷ୍ନୌ ଯାଏଁ ପହଞ୍ଚିଛି। ତଦନ୍ତ ପାଇଁ ଏକ ଟିମ୍ ମଧ୍ୟ ଗଠନ କରାଯାଇଛି। ସେପଟେ ନିଲମ୍ବିତ ହୋଇଥିବା କ୍ରୀଡା ଅଧିକାରୀ ଅନିମେସ ସକ୍ସେନା କହିଛନ୍ତି, ‘ଖାଦ୍ୟ ପ୍ରସ୍ତୁତ ହେବା ପରେ ଭାତ ନଷ୍ଟ ହୋଇଯାଇଥିଲା। ତେଣୁ ଆଉଥରେ ଭାତ ତିଆରି କରାଯାଇଥିଲା। ଷ୍ଟାଡିୟମରେ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି କାରଣରୁ ଏଠାରେ କୌଣସି ସ୍ଥାନ ନଥିଲା। ଖୋଲା ସ୍ଥାନରେ ଖାଦ୍ୟ ପ୍ରସ୍ତୁତ କରାଯାଉଥିଲା। ବର୍ଷା ହେତୁ ଖାଦ୍ୟ ଶୌଚାଳୟରେ ରଖାଯାଇଥିଲା। ଚାଉଳ ମଧ୍ୟ ଖରାପ ଗୁଣରେ ପହଞ୍ଚିଥିଲା। ଯାହାକୁ ପରେ ଫେରସ୍ତ କରାଯାଇଥିଲା।’ ଏହି କାରଣରୁ ଆମେ ସୁଇମିଂ ପୁଲରେ ଚାର୍ଜିଂ ରୁମ୍ରେ ଖାଦ୍ୟ ତିଆରି କରିବାର ବ୍ୟବସ୍ଥା କରିଥିଲୁ। ହେଲେ ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କିଭଳି ଟଏଲେଟ୍ରେ ଖାଦ୍ୟ ତିଆରି କରାଯାଉଛି।
ଏହା ସହିତ ସେ କହିଛନ୍ତି, ପ୍ରତିଯୋଗୀତାରେ ଭାଗ ନେବାକୁ ପହଁଞ୍ଚିଥିବା ଖେଳାଳିଙ୍କ ମୋବାଇଲକୁ ଫୋନ୍ କରି ପ୍ରକୃତ ଘଟଣା କ’ଣ ଥିବା ତାହା ପଚରାଯାଉ। ଏହା ସହିତ ସହ ଯେଉଁ ପ୍ରମାଣ ମିଳିଛି ତା’ର ରିପୋର୍ଟ ପ୍ରସ୍ତୁତ କରାଯାଉ। ଏହା ଭିତରେ ସାହାରନପୁର କ୍ରୀଡା ଅଧିକାରୀ ଅନିମେଷ ସକସେନାଙ୍କୁ ନିଲମ୍ବିତ କରିଛି।




