ଆଜିଠୁ ଚେସ୍‌ ଅଲିମ୍ପିଆଡ

ଚେନ୍ନାଇ: ୨୦୨୨ ଭାରତୀୟ ଚେସ୍‌ ପାଇଁ ଐତିହାସିକ ବର୍ଷ ହୋଇଛି । ଭାରତରୁ ଚେସ୍‌ ଖେଳରୁ ଉତ୍ପତି ହୋଇଥିଲେ ମଧ୍ୟ ପ୍ରଥମଥର ପାଇଁ ଏହା ଚେସ୍‌ ଅଲିମ୍ପିଆଡ ଆୟୋଜନ କରିବାକୁ ଯାଉଛି । ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତାର ୪୪ତମ ସଂସ୍କରଣ ତାମିଲନାଡୁର ମହାବଳୀପୁରମ୍‌ରେ ୨୮ରୁ ଆରମ୍ଭ ହୋଇ ୧୦ ତାରିଖ ଶେଷ ହେବ । ଚେସ୍‌ ଅଲିମ୍ପିଆଡରେ ୧୮୭ ଦେଶର ଖେଳାଳି ଭାଗ ନେବାକୁ ଯାଉଛନ୍ତି । ଚେନ୍ନାଇରେ ଗୋଟିଏ ଖେଳ ପାଇଁ ୧୧ ଦିନ ଧରି […]

Samaya Live Picture
Published On

ଚେନ୍ନାଇ: ୨୦୨୨ ଭାରତୀୟ ଚେସ୍‌ ପାଇଁ ଐତିହାସିକ ବର୍ଷ ହୋଇଛି । ଭାରତରୁ ଚେସ୍‌ ଖେଳରୁ ଉତ୍ପତି ହୋଇଥିଲେ ମଧ୍ୟ ପ୍ରଥମଥର ପାଇଁ ଏହା ଚେସ୍‌ ଅଲିମ୍ପିଆଡ ଆୟୋଜନ କରିବାକୁ ଯାଉଛି । ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତାର ୪୪ତମ ସଂସ୍କରଣ ତାମିଲନାଡୁର ମହାବଳୀପୁରମ୍‌ରେ ୨୮ରୁ ଆରମ୍ଭ ହୋଇ ୧୦ ତାରିଖ ଶେଷ ହେବ ।

ଚେସ୍‌ ଅଲିମ୍ପିଆଡରେ ୧୮୭ ଦେଶର ଖେଳାଳି ଭାଗ ନେବାକୁ ଯାଉଛନ୍ତି । ଚେନ୍ନାଇରେ ଗୋଟିଏ ଖେଳ ପାଇଁ ୧୧ ଦିନ ଧରି ୧୮୭ ଦେଶର ପ୍ରତିଯୋଗୀ ଏକତ୍ରୀତ ହେବେ । ଅଲିମ୍ପିଆଡରେ ଭାରତରୁ ଦୁଇଟି ଦଳ ଭାଗ ନେବେ । ଏଥିରେ ମୋଟ୍‌ ୨୫ ଜଣ ଖେଳାଳି ରହିଛନ୍ତି ।

ଏଥର ଚେସ୍‌ ଅଲିମ୍ପିଆଡରେ ଭାରତର କିମ୍ବଦନ୍ତ ଖେଳାଳି ବିଶ୍ୱନାଥ ଆନନ୍ଦ ଅଂଶଗ୍ରହଣ କରିବେ ନାହିଁ । ଏଥର ମାର୍ଗଦର୍ଶକ ଭାବେ ଭାରତୀୟ ଖେଳାଳିଙ୍କୁ ବାଟ କଢ଼ାଇବେ । ତାଙ୍କ ସଂସ୍ପର୍ଶରେ ରହିଥିବା ୧୦ରୁ ୧୫ ଜଣ ଖେଳାଳିଙ୍କ ପାଇଁ ଭଲ ପ୍ରଦର୍ଶନ ମିଳୁଛି । ଓଡ଼ିଶାର ଅପରାଜିତା ଗୋଚ୍ଛିକାର ଶୃଙ୍ଖଳିତ ଖେଳ ସମ୍ମତି ବିଶେଷଜ୍ଞ ବା ଫେୟାର ପ୍ଲେ ପ୍ୟାନେଲ ଏକ୍ସପୋର୍ଟ ଭାବେ ଦାୟିତ୍ୱ ତୁଳାଇବେ ।

ବିଶ୍ୱ ଚେସ୍‌ ମହାସଂଘ ତାଙ୍କୁ ଏଥିଲାଗି ଚୟନ କରିଥିଲେ । ଏହି ସମ୍ମାନଜନକ ପଦ ପାଇବାରେ ଅପରାଜିତ ଏକମାତ୍ର ଭାରତୀୟ ମହିଳା ହୋଇଛନ୍ତି । ସାରାବିଶ୍ୱର ମାତ୍ର ୧୮ ଜଣ ଏଫ୍‌ପିପି ବିଶେଷଜ୍ଞଙ୍କୁ ନିଯୁକ୍ତି ଦେଇଛି । ଏମାନଙ୍କ ମଧ୍ୟରେ ଅପରାଜିତା ଅନ୍ୟତମ ।