ମେସି ଙ୍କୁ ନଦେଖି ତାତିଲେ ଫ୍ୟାନ

ମେସି ଙ୍କୁ ନଦେଖି ତାତିଲେ ଫ୍ୟାନ
Samaya Live News Picture
Published On

କଲକତା : ଫୁଟବଲ ପ୍ରେମୀ କ୍ଷୁବ୍ଧ । ପ୍ରିୟ ଫୁଟବଲର ଲିଓନେଲ୍ ମେସିଙ୍କୁ ନଦେଖି ତାତିଲେ ଫ୍ୟାନ । ପଡିଆ ଭିତରକୁ ଫିଙ୍ଗିଲେ ପାଣି ବୋତଲ ଓ ଚେୟାର । କଲକାତା ସ୍ଲଟଲେକ ଷ୍ଟାଡ଼ିୟମରେ ଥିଲା କାର୍ଯ୍ୟକ୍ରମ । କିନ୍ତୁ ମେସି ସେଠାରେ ମାତ୍ର ୧୦ ମିନିଟ ରହିଥିଲେ । ଏହି ସମୟରେ ତାଙ୍କୁ ନେତା ଓ ମନ୍ତ୍ରୀମାନେ ଘେରି ଯାଇଥିଲେ । ଅଳ୍ପ ସମୟ ରହଣୀକୁ ନେଇ ମେସିଙ୍କ ଫ୍ୟାନ ନିରାଶ ହୋଇ ହଙ୍ଗାମା କରିଥିଲେ । ମେସିଙ୍କ ସାକ୍ଷାତ କିମ୍ବା ସେଲ୍ଫି ନେବା ସମ୍ଭବ ହୋଇ ପାରି ନଥିଲା । ମେସିଙ୍କୁ ଦେଖିବା ପାଇଁ ପ୍ରାୟ ୫୦ ହଜାର ଦର୍ଶକ ପଡିଆରେ ଏକାଠି ହୋଇଥିଲେ । ୧୨ ହଜାର ଦେଇ ଟିକେଟ କିଣି ଘଣ୍ଟା ଘଣ୍ଟା ଧରି ପଡିଆରେ ଅପେକ୍ଷା କରିଥିଲେ । ମେସିଙ୍କୁ ଦେଖିବା ପାଇଁ ଦିଲ୍ଲୀ,ହାଇଦ୍ରାବାଦ ଏବଂ ବେଙ୍ଗଲୁରୁରୁ ମଧ୍ୟ ଫ୍ୟାନ ମାନେ ଆସିଥିଲେ । କାର୍ଯ୍ୟକ୍ରମକୁ ଶାହରୁଖ ଖାଁ ଆସିବେ ବୋଲି ମଧ୍ୟ ଆୟୋଜକ ମାନେ କହିଥିଲେ । ମାତ୍ର ମେସିଙ୍କୁ ଦେଖି ନପାରି ଦର୍ଶକମାନେ କ୍ଷୁବ୍ଧ ହୋଇ ପଡିଆରେ ବନ୍ଧା ଯାଇଥିବା ଟେଣ୍ଟ ଓପାଡି ଦେବାସହ ହଙ୍ଗାମା କରିଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ପୋଲିସକୁ ଲାଠି ଚାଳନା କରିବାକୁ ପଡିଥିଲା । 

ସୂଚନାନୁସାରେ,ଆଜି ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍ ମେସି ନିଜର ୭୦ ଫୁଟ ଉଚ୍ଚ ପ୍ରତିମୂର୍ତ୍ତିକୁ ଭର୍ଚୁଆଲ୍ ରେ ଉନ୍ମୋଚନ କରିଥିଲେ । କଲକାତା ସ୍ଲଟଲେକ୍ ଟାଉନ୍ ସ୍ଥିତ ଶ୍ରୀଭୂମି ସ୍ପୋର୍ଟିଂ କ୍ଲବରେ ନିଜ ଏହି କାର୍ଯ୍ୟକ୍ରମ ଥିଲା । ମେସି ଡିସେମ୍ବର ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଭାରତରେ ରହିବେ । ଏହିସମୟରେ କଲକାତା, ହାଇଦ୍ରାବାଦ, ମୁମ୍ବାଇ ଏବଂ ଦିଲ୍ଲୀ ଚାରୋଟି ଭିନ୍ନ ଭିନ୍ନ ସହର ପରିଦର୍ଶନ କରିବେ । ତାଙ୍କର ଏହି ଗସ୍ତକୁ ‘ଗୋଟ୍ ଇଣ୍ଡିଆ ଟୁର୍’ ବୋଲି ନାମ ଦିଆଯାଇଛି ।

ମେସି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଏବଂ ଦେଶର ଅନେକ ମୁଖ୍ୟମନ୍ତ୍ରୀ ସମେତ ଅନେକ ପ୍ରମୁଖ ବ୍ୟକ୍ତିଙ୍କୁ ମଧ୍ୟ ଭେଟିବେ। ଏହା ବ୍ୟତୀତ, ତାଙ୍କ ଦୀର୍ଘକାଳୀନ ସାଥୀ ଏବଂ ସୁପରଷ୍ଟାର ଫୁଟବଲ୍ ଖେଳାଳି ଲୁଇସ୍ ସୁଆରଜେ ଏବଂ ବିଶ୍ୱକପ୍ ବିଜେତା ରୋଡ୍ରିଗୋ ଡି ପଲ୍ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।

Tags: