୨ ସପ୍ତାହ IPL ଖେଳିବେ ନାହିଁ ଧୋନି
ନୂଆଦିଲ୍ଲୀ : IPL (ଇଣ୍ଡିଆନ୍ ପ୍ରିମିୟର ଲିଗ) ରୁ ସାମୟିକ ବାଦ ପଡିବେ ଧୋନି । ଆହତ କାରଣରୁ ପ୍ରଥମ ୨ ସପ୍ତାହ IPL ଖେଳି ନପାରନ୍ତି ଚେନ୍ନାଇ ସୁପର କିଙ୍ଗସ (CSK) ର ଷ୍ଟାର ୱିକେଟ କିପର ମହେନ୍ଦ୍ର ସିଂ ଧୋନି । ଗୋଡ଼ର ମାଂସପେଶୀ (Calf injury) ଟାଣି ହୋଇଯିବା କାରଣରୁ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି । ଏନେଇ ଶନିବାର ଏକ ପ୍ରେସମିଟ କରି ସୂଚନା ଦେଇଛି ଚେନ୍ନାଇ ସୁପର କିଙ୍ଗସ ।
ଧୋନିଙ୍କ ଗୋଡ଼ର ମାଂସପେଶୀରେ ତୀବ୍ର ଯନ୍ତ୍ରଣା ପରେ ମେଡିକାଲ୍ ଟିମ୍ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ଅତିକମରେ ୧୪ ଦିନ ବା ୨ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ଟୁର୍ଣ୍ଣାମେଣ୍ଟର ଆରମ୍ଭରୁ ହିଁ ଧୋନିଙ୍କ ଭଳି ଜଣେ ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତି ସିଏସକେ (CSK) ପାଇଁ ଏକ ବଡ଼ ଝଟକା ବୋଲି କ୍ରୀଡ଼ା ବିଶେଷଜ୍ଞମାନେ ମତ ଦେଇଛନ୍ତି । ଆଇପିଏଲ ୨୦୨୬ ସିଜିନର ପ୍ରଥମ ଚାରୋଟି ମ୍ୟାଚ୍ ଖେଳିପାରିବେ ନାହିଁ ବୋଲି ଆଶା କରାଯାଉଛି । ଧୋନିଙ୍କ ସ୍ଥାନରେ, ସଞ୍ଜୁ ସାମସନ କିମ୍ବା ଉର୍ଭିଲ ପଟେଲ ଦଳ ପାଇଁ ୱିକେଟକିପିଂ ଦାୟିତ୍ୱ ଗ୍ରହଣ କରିବେ ବୋଲି ଆଶା କରାଯାଉଛି ।
ସୂଚନାନୁସାରେ ,IPLର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ସନ୍ଧ୍ୟା ସାଢେ ୭ଟାରେ ଏମ୍ ଚିନ୍ନାସ୍ବାାମୀ ଷ୍ଟାଡିୟମରେ ମ୍ୟାଚ୍ ଖେଳିବା ନେଇ କାର୍ଯ୍ୟସୂଚି ରହିଛି।



