ଭାରତ ପାଇଁ ଐତିହାସକ ମୁହୂର୍ତ୍ତ: ୧୬ ବର୍ଷ ପରେ ମହିଳା ହକିରେ ଭାରତକୁ କାଂସ୍ୟ

ବର୍ମିଂହାମ : ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ବା କମନୱେଲ୍ଥ ଗେମ୍ସ ମହିଳା ହକି ଦଳ ଐତିହାସିକ କାଂସ୍ୟ ପଦକ ଜିତିଛି । ପ୍ରାୟେ ଦେଢ଼ ଦଶନ୍ଧିରୁ ଅଧିକ ସମୟ ପରେ ଆଜି ପୁଣି ଭାରତ ପାଇଁ ଗୌରବ ଐତିହାସକ ସମୟ ଆସିଛି। ଶେଷ ଥର ପାଇଁ ଭାରତ ୨୦୦୬ ମେଲବର୍ଣ୍ଣ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ହକିରୁ ପଦକ ଜିତିଥିଲା। ଭାରତୀୟ ହକି ଦଳ ତୃତୀୟ/ ଚତୁର୍ଥ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୨-୧ ଗୋଲ୍‌ରେ […]

Samaya Live Picture
Published On

ବର୍ମିଂହାମ : ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ବା କମନୱେଲ୍ଥ ଗେମ୍ସ ମହିଳା ହକି ଦଳ ଐତିହାସିକ କାଂସ୍ୟ ପଦକ ଜିତିଛି । ପ୍ରାୟେ ଦେଢ଼ ଦଶନ୍ଧିରୁ ଅଧିକ ସମୟ ପରେ ଆଜି ପୁଣି ଭାରତ ପାଇଁ ଗୌରବ ଐତିହାସକ ସମୟ ଆସିଛି। ଶେଷ ଥର ପାଇଁ ଭାରତ ୨୦୦୬ ମେଲବର୍ଣ୍ଣ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ହକିରୁ ପଦକ ଜିତିଥିଲା।

Commonwealth games

ଭାରତୀୟ ହକି ଦଳ ତୃତୀୟ/ ଚତୁର୍ଥ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୨-୧ ଗୋଲ୍‌ରେ ପରାସ୍ତ କରିଛି ।

ରବିବାରର ଖେଳ ଯାଇଥିବା ଏହି ରୋମାଞ୍ଚକର ମୁକାବିଲାର ନିର୍ଦ୍ଧାରିତ ସମୟରେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ଗୋଟିଏ ଲେଖାଏଁ ଗୋଲ୍ ଦେଇ ସମାନ ସ୍ଥିତିରେ ରହିଥିଲେ। ଭାରତ ପକ୍ଷରୁ ପ୍ରଥମ ଗୋଲ୍ ସଲିମା ଟେଟେ ୨୯ ମିନିଟ୍‌ରେ ଦେଇଥିଲା।

Commonwealth games

ନ୍ୟୁଜିଲାଣ୍ଡ ପକ୍ଷରୁ ଅଲିଭା ମେରି ଏହି ଗୋଲ୍‌ଟିକୁ ଶୁଝି ଦେଇଥିଲେ। ତାଙ୍କ ଶେଷ ମିନିଟ୍‌ ଗୋଲ୍ ବଳରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ସମୟରେ ହାରିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା। ତେବେ ସୁଟଆଉଟ୍‌ରେ ଭାରତ ବାଜି ମାରି ନେଇଥିଲା। ଅଧିନାୟିକା ତଥା ଗୋଲ୍‌ରକ୍ଷକ ସବିତା ପୁନିଆ ଚମତ୍କାର ଢଙ୍ଗରେ ନ୍ୟୁଜିଲାଣ୍ଡର ଚାରିଜଣ ଖେଳାଳିଙ୍କ ପ୍ରୟାସକୁ ବିଫଳ କରି ଦେଇଥିଲେ। କିୱି ଦଳ ପାଇଁ ଏକାକୀ ମେଗାନ ହଲ୍‌ ସଫଳ ହୋଇଥିଲେ।

Commonwealth games

ଅନ୍ୟପକ୍ଷରେ ହୋପ ରାଲ୍ଫ, ରୋଜ୍ ତିନାନ, କାଟି ଡୋର୍‌ ଓ ଓଲିଭିଆ ସାନନ ବିଫଳ ହୋଇଥିଲେ। ଭାରତ ପକ୍ଷରୁ ସଂଗୀତା କୁମାରୀ ଓ ନେହା ବିଫଳ ହୋଇଥିଲେ। ତେବେ ସୋନିକା ଓ ନଭନୀତ କୌର ନ୍ୟୁଜିଲାଣ୍ଡକୁ ହରାଇବାର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।