କମନ୍‌େୱଲ୍‌ଥ ଗେମ୍‌ସ: ପାକିସ୍ତାନ ବକ୍ସରଙ୍କୁ ହରାଇଲେ ଶିବ ଥାପା

ବର୍ମିଂହାମ୍‌ : ରାଜ୍ୟଗୋଷ୍ଠୀ କ୍ରୀଡାର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ତାରକା ବକ୍ସର ଶିବ ଥାªା ଜମାଣିଆ ପ୍ରଦର୍ଶନ ଦେଖାଇଛନ୍ତି । ସେ ୬୩.୫ କିଲୋଗ୍ରାମ୍‌ ବର୍ଗର ରାଉଣ୍ଡ-୩୨ ମୁକାବିଲାରେ ପାକିସ୍ତାନର ସୁଲେମାନ ବାଲୋଚଙ୍କୁ ଏକତରଫା ଭାବେ ହରାଇଛନ୍ତି । ଏହି ମ୍ୟାଚ ୫ ଜଣ ବିଚାରପତିଙ୍କ ସର୍ବସମ୍ମତିକ୍ରମେ ଥାପା ୫-୦ରେ ଜିତିଛନ୍ତି । ଏହି ମ୍ୟାଚ୍‌ରେ ପାକିସ୍ତାନ ବକ୍ସର ସୁଲେମାନଙ୍କ ସବୁ ପ୍ରୟାସ ବ୍ୟର୍ଥ ଯାଇଥିଲା । ସେ ଶିବ ଥାªାଙ୍କୁ ଅଡୁଆରେ ପକାଇବାକୁ ସେ ସକ୍ଷମ […]

Samaya Live Picture
Published On

ବର୍ମିଂହାମ୍‌ : ରାଜ୍ୟଗୋଷ୍ଠୀ କ୍ରୀଡାର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ତାରକା ବକ୍ସର ଶିବ ଥାªା ଜମାଣିଆ ପ୍ରଦର୍ଶନ ଦେଖାଇଛନ୍ତି । ସେ ୬୩.୫ କିଲୋଗ୍ରାମ୍‌ ବର୍ଗର ରାଉଣ୍ଡ-୩୨ ମୁକାବିଲାରେ ପାକିସ୍ତାନର ସୁଲେମାନ ବାଲୋଚଙ୍କୁ ଏକତରଫା ଭାବେ ହରାଇଛନ୍ତି । ଏହି ମ୍ୟାଚ ୫ ଜଣ ବିଚାରପତିଙ୍କ ସର୍ବସମ୍ମତିକ୍ରମେ ଥାପା ୫-୦ରେ ଜିତିଛନ୍ତି ।

ଏହି ମ୍ୟାଚ୍‌ରେ ପାକିସ୍ତାନ ବକ୍ସର ସୁଲେମାନଙ୍କ ସବୁ ପ୍ରୟାସ ବ୍ୟର୍ଥ ଯାଇଥିଲା । ସେ ଶିବ ଥାªାଙ୍କୁ ଅଡୁଆରେ ପକାଇବାକୁ ସେ ସକ୍ଷମ ହୋଇନଥିଲେ । ଶିବ ଦମ୍‌ଦାର ପଞ୍ଚିଂ ମାରି ସୁଲେମାନଙ୍କୁ ଧରାଶାୟୀ କରିଥିଲେ । ୫ ଜଣ ବିଚାରପତି ଶିବ ଥାପାଙ୍କୁ ୫୦ ପଏଣ୍ଟ ଏବଂ ସୁଲେମାନଙ୍କୁ ୪୪ ପଏଣ୍ଟ ଦେଇଥିଲେ । ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ଶିବ ଥାପାଙ୍କୁ ପୂର୍ଣ୍ଣ ସଂଖ୍ୟକ ପଏଣ୍ଟ ମିଳିଥିବା ବେଳେ ତୃତୀୟ ରାଉଣ୍ଡ ଲଢ଼େଇରେ ଶିବ ୫-୦ରେ ମ୍ୟାଚ ଜିତି ନେଇଥିଲେ । ଏହି ବିଜୟ ସହ ଶିବ ପ୍ରି-କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି ।