ବର୍ମିଂହାମର ସ୍ମୃତିସମ୍ପୁଟ
ରାଜ୍ୟଗୋଷ୍ଠୀ କ୍ରୀଡ଼ାର ହଟଚମଟ ଶେଷ ହୋଇଛି । ବର୍ମିଂହାମରେ ଦୁଇ ସପ୍ତାହରୁ ଅଧିକ ସମୟ ଧରି ଲାଗିରହିଥିବା ଗହଳିଚହଳିରେ ବିରାମ ଲାଗିଛି । ଗୋଟିଏ ଦିନର ଅନ୍ତରାଳ ପରେ ଚାରିଆଡ଼େ ଖାଁ ଖାଁ । ହେଲେ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସ୍ମୃତିସମ୍ପୁଟ ନେଇ ଅନେକ ପ୍ରତିଯୋଗୀ ଘରମୁହାଁ ହୋଇଛନ୍ତି । ବହୁ ପଦକ ଦାବିଦାର ରଣାଙ୍ଗନରେ ଫେଲ ମାରିଥିବାବେଳେ ନବାଗତଙ୍କ ଚମକ କ୍ରୀଡ଼ାର ଗାରିମାକୁ ରଙ୍ଗୀନ କରିଦେଇଛି । ଏଥର ଭାରତର ପ୍ରଦର୍ଶନ ଆଶା ଠାରୁ ଅଧିକ […]
ରାଜ୍ୟଗୋଷ୍ଠୀ କ୍ରୀଡ଼ାର ହଟଚମଟ ଶେଷ ହୋଇଛି । ବର୍ମିଂହାମରେ ଦୁଇ ସପ୍ତାହରୁ ଅଧିକ ସମୟ ଧରି ଲାଗିରହିଥିବା ଗହଳିଚହଳିରେ ବିରାମ ଲାଗିଛି । ଗୋଟିଏ ଦିନର ଅନ୍ତରାଳ ପରେ ଚାରିଆଡ଼େ ଖାଁ ଖାଁ । ହେଲେ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସ୍ମୃତିସମ୍ପୁଟ ନେଇ ଅନେକ ପ୍ରତିଯୋଗୀ ଘରମୁହାଁ ହୋଇଛନ୍ତି । ବହୁ ପଦକ ଦାବିଦାର ରଣାଙ୍ଗନରେ ଫେଲ ମାରିଥିବାବେଳେ ନବାଗତଙ୍କ ଚମକ କ୍ରୀଡ଼ାର ଗାରିମାକୁ ରଙ୍ଗୀନ କରିଦେଇଛି । ଏଥର ଭାରତର ପ୍ରଦର୍ଶନ ଆଶା ଠାରୁ ଅଧିକ ନଥିଲେ ବି ପୂର୍ବାପେକ୍ଷା ପ୍ରତିଯୋଗୀଙ୍କ ପରାକ୍ରମ ବଢ଼ିଛି । ରାଜ୍ୟଗୋଷ୍ଠୀର ସର୍ବାଧିକ ପଦକ ହାତଉଥିବା ବର୍ଗ ସୁଟିଂକୁ ଏଥର ବର୍ମିଂହାମରେ ସ୍ଥାନ ମିଳି ନଥିଲା ।

ତଥାପି ଭାରତୀୟଙ୍କ ପ୍ରଦର୍ଶନ ଓ ପଦକ ସାଫଲ୍ୟତାରେ ଉଣା ହୋଇନାହିଁ । ହାତଗଣତି ଫରକ ବ୍ୟତୀତ ଭାରତୀୟ କ୍ରୀଡ଼ାବିତ୍ଙ୍କ ପ୍ରଦର୍ଶନ ଚଳିତ ସଂସ୍କରଣରେ ଆମ ଗୌରବକୁ ଦ୍ୱିଗୁଣିତ କରିଛି । ଏଥର ଭାରତ ୧୨ଟି କ୍ରୀଡ଼ାରେ ମୋଟ ୬୧ଟି ପଦକ ଜିତିଛି । ଏଥିରେ ୨୨ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ପଦକ ସାମିଲ ରହିଛି । ସ୍ୱର୍ଣ୍ଣ ପଦକ ସଂଖ୍ୟା ଦୃଷ୍ଟିରୁ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ତାଲିକାର ୪ର୍ଥ ସ୍ଥାନରେ ପହଞ୍ଚିଛି । ପଦକ ଦୃଷ୍ଟିରୁ ଏହା ଭାରତର ୫ମ ସର୍ବୋତ୍ତମ ପ୍ରଦର୍ଶନ ।
୯ ଦଶକ ଧରି ରାଜ୍ୟଗୋଷ୍ଠୀ କ୍ରୀଡ଼ା ପରମ୍ପରା ଧାରା ଚାଲିଆସିଛି । ପରାଧୀନ ଭାରତ ୧୯୩୪ ଲଂଣ୍ଡନ ସଂସ୍କରଣରେ ଅଂଶ ଗ୍ରହଣ କରିଥିଲା । ଏହି ସଂସ୍କରଣରେ ଭାରତ ଗୋଟିଏ ବ୍ରୋଞ୍ଜ ପଦକ ଜିତି ଦ୍ୱାଦଶ ସ୍ଥାନରେ ରହିଥିଲା । ଏହାପରେ ୧୯୩୮, ୧୯୫୪ ସଂସ୍କରଣରେ ଭାରତ ଅଂଶ ଗ୍ରହଣ କରିଥିଲେ ମଧ୍ୟ ପଦକ ଜିତିପାରି ନଥିଲା । ୧୯୫୮ କାର୍ଡିଫ୍ ସଂସ୍କରଣରେ ଭାରତକୁ ୩ଟି ପଦକ ସଫଳତା ମିଳିଥିଲା ।

ଏଥିରେ ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଥିଲା । ୧୯୬୬ ଜାମାଇକା ସଂସ୍କରଣରେ ୧୦ଟି ପଦକ, ୧୯୭୦ ଇଡେନ୍ବର୍ଗ ସଂସ୍କରଣରେ ୧୨ ପଦକ ସହ ଷଷ୍ଠ ସ୍ଥାନ, ୧୯୭୪ ଖ୍ରୀଷ୍ଟଚର୍ଚ୍ଚ ସଂସ୍କରଣରେ ୧୫ଟି ପଦକ ସହ ଷଷ୍ଠ ସ୍ଥାନ, ୧୯୭୮ ଏଡମଣ୍ଟନ ସଂସ୍କରଣରେ ୧୫ ପଦକ ସହ ଷଷ୍ଠ ସ୍ଥାନ, ୧୯୮୨ ବି୍ରସ୍ବେନ ସଂସ୍କରଣରେ ୧୬ ପଦକ ସହ ଷଷ୍ଠ ସ୍ଥାନ, ୧୯୯୦ ଅକ୍ଲାଣ୍ଡ ସଂସ୍କରଣରେ ୩୨ ପଦକ ସହ ୫ମ ସ୍ଥାନ, ୧୯୯୪ ଭିକେଫାରିଆ ସଂସ୍କରଣରେ ୨୪ ପଦକ ସହ ଷଷ୍ଠ, ୧୯୯୮ କ୍ୱାଲାଲମ୍ପୁରୁ ସଂସ୍କରଣରେ ୨୫ ପଦକ ସହ ୭ମ, ୨୦୦୨ ମାଞ୍ଚେଷ୍ଟର ସଂସ୍କରଣରେ ୬୯ ପଦକ ସହ ୪ର୍ଥ ସ୍ଥାନ, ୨୦୦୬ ମେଲବୋର୍ଣ୍ଣ ସଂସ୍କରଣରେ ୫୦ ପଦକ ସହ ୪ର୍ଥ, ୨୦୧୦ ନୂଆଦିଲ୍ଲୀ ସଂସ୍କରଣରେ ୧୦୧ ପଦକ ସହ ଦ୍ୱିତୀୟ, ୨୦୧୪ ଗ୍ଲାସ୍ଗୋ ସଂସ୍କରଣରେ ୬୪ ପଦକ ସହ ୫ମ, ୨୦୧୮ ଗୋଲïକୋଷ୍ଟ ସଂସ୍କରଣରେ ୬୬ ପଦକ ସହ ତୃତୀୟ ଏବଂ ଚଳିତ ୨୦୨୨ ବର୍ମିଂହାମ ସଂସ୍କରଣରେ ୬୧ ପଦକ ସହ ୪ର୍ଥ ସ୍ଥାନରେ ରହିଛି ଭାରତ ।
୨୦୧୦ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ

୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସ ଭାରତ ପାଇଁ ଶୁଭଙ୍କର ଥିଲା । ଏହି ସଂସ୍କରଣକୁ ଭାରତ ଆୟୋଜନ କରିବାର ଅଧିକାର ହାତେଇବା ସହ ୧୦୦ରୁ ଊର୍ଦ୍ଧ୍ୱ ପଦକ ଜିତି ରେକର୍ଡ଼ କରିଥିଲା । ଆୟୋଜକ ରାଷ୍ଟ୍ର ଭାବେ ଭାରତର ସର୍ବାଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ମୋଟ ୩୮ଟି ସ୍ୱର୍ଣ୍ଣ ସହ ୨୭ ରୌପ୍ୟ ଓ ୩୬ଟି ବ୍ରୋଞ୍ଜ ଜିତି ୧୦୧ ପଦକ ହାତେଇଥିଲେ ଆମ ପ୍ରତିଯୋଗୀ । ତେଣୁ ଏହି ସଂସ୍କରଣରେ ଭାରତ ପଦକ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିଲା । ଏହା ପୂର୍ବରୁ ୨୦୦୨ ମାଞ୍ଚେଷ୍ଟର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୬୯ ପଦକ ଜିତିଥିବାବେଳେ ୨୦୧୪ରେ ୬୪ଟି ୨୦୧୮ରେ ୬୬ଟି ପଦକ ଜିତିଥିଲା ।
କୁସ୍ତି, ଭାରୋତ୍ତୋଳନରୁ ୨୨ ପଦକ

ଏଥର ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଭାରୋତ୍ତୋଳନ ଓ କୁସ୍ତିରେ କମାଲ କରିଛି । ଏହି ଦୁଇ ବର୍ଗରେ ଭାରତ ମୋଟ ୨୨ଟି ପଦକ ଜିତିଛି । ଭାରତୀୟ କୁସ୍ତିଯୋଦ୍ଧା ୧୨ଟି ଓ ଭାରୋତ୍ତଳ ୧୦ଟି ପଦକ ଜିତିଛନ୍ତି । କୁସ୍ତିରେ ୬ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ୫ଟି ବ୍ରୋଞ୍ଜ ପଦକ ରହିଛି । ଭାରୋତ୍ତୋଳନରେ ୩ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ରହିଛି । ଟେବୁଲ ଟେନିସରୁ ଭାରତ ୭ଟି ପଦକ ଜିତିଛି । ଏଥିରେ ୪ଟି ସ୍ୱର୍ଣ୍ଣ ରହିଛି ।
ବକ୍ସିଂରୁ ଭାରତ ୭ଟି ପଦକ ଜିତିଛି । ଏଥିରେ ୩ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ରହିଛି । ବ୍ୟାଡ୍ମିଣ୍ଟନରୁ ୬ଟି ପଦକ (୩ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ, ୨ଟି ବ୍ରୋଞ୍ଜ), ଆଥଲେଟିକ୍ସରୁ ୮ ପଦକ ଆସିଛି । ଏଥିରେ ଗୋଟିଏ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ରହିଛି । ଲନ୍ ବଲ୍ସରୁ ୨ଟି ପଦକ ଆସିଛି । ଏଥିରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ସାମିଲ ରହିଛି ।
ପାରା ପାୱାର ଲିଫଫିଂରୁ ମାତ୍ର ଗୋଟିଏ ପଦକ ମିିଳିଛି । ଜୁଡୋରେ ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ, ହକିରୁ ୨ଟି ପଦକ ଆସିଛି । ପୁରୁଷ ହକି ଦଳ ରୌପ୍ୟ ପଦକ ଜିତିଥିବାବେଳେ ମହିଳା ବ୍ରୋଞ୍ଜ ପଦକରେ ସ;ୁଷ୍ଟ ହୋଇ ୧୬ ବର୍ଷର ପଦକ ଶୂନ୍ୟତାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । କି୍ରକେଟ୍ରୁ ରୌପ୍ୟ ପଦକ ମିଳିଛି । ଭାରତୀୟ ମହିଳା ଦଳ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇ ରୌପ୍ୟ ଜିତିଛି । ପୁଣି ସ୍କ୍ୱାଶ୍ରୁ ମିଳିଛି ଦୁଇଟି ବ୍ରୋଞ୍ଜ ପଦକ ।
ଶରତ ସଫଳ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ସଫଳ ଖେଳାଳି ହୋଇଛନ୍ତି ଶରତ କମଲ । ୪୦ ବର୍ଷୀୟ ଟେବୁଲ ଟେନିସ ଖେଳାଳି ମୋଟ ୪ଟି ପଦକ ଜିତିଛନ୍ତି । ଏଥିରୁ ୩ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ରହିଛି । ସିଙ୍ଗଲ୍ସ, ଦଳଗତ ଓ ମିକ୍ସଡ୍ ଡବଲ୍ସରେ ସ୍ୱର୍ଣ୍ଣ ଜିତିଥିବାବେଳେ ଡବଲ୍ସରେ ରୌପ୍ୟ ପଦକ ଜିତିଛି । ଏହି ପଦକ ସଫଳତାକୁ ମିଶାଇ ଶରତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ମୋଟ ୧୩ଟି ପଦକ ଜିତିଛନ୍ତି ।
ଭାଗନେଲେ ୨୧୦, ସଫଳ ୫୪

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୨୧୦ ଜଣ ଭାରତୀୟ କ୍ରୀଡ଼ାବିତ ଅଂଶ ଗ୍ରହଣ କରିଥିଲେ । ୧୬ଟି କ୍ରୀଡ଼ାରେ ଭାଗ ନେଇଥିବା ଆମ ଭାରତୀୟ ପ୍ରତିଯୋଗୀଙ୍କ ମଧ୍ୟରେ ୫୪ ଜଣ ପଦକ ସଫଳତା ହାସଲ କରିଛନ୍ତି । ମୀରାବାଈ ଚାନୁ, ଜେରେମୀ ଲାଲରିନୁଙ୍ଗା, ଅଚିନ୍ତା ଶିଉଳୀ, ରୂପାରାଣୀ ତୀର୍କି, ନୟନମୋନୀ ସାଇକିଆ, ଲଭ୍ଲୀ ଚୋବେ, ପିଙ୍କି ସିଂହ, ହେମନ୍ତ ଦେଶାଇ, ସନୀଲ ସେଟ୍ଟୀ, ଅଚନ୍ତା ଶରତ, ସାଥିଆନ ଗଣଶେଖର, ସୁଧିର, ବଜରଙ୍ଗପୁନିଆଁ, ସାକ୍ଷୀ ମଲ୍ଲିକ, ଦୀପକ ପୁନିଆଁ, ରବି କୁମାର ଦାହିୟା, ଭିନେଶ ଫୋଗତ, ନବୀନ ମଲ୍ଲିକ, ଭବିନା ପଟେଲ, ନିତୁ ଘନଘାସ, ଅମିତ ପଙ୍ଘଲ, ଏଲେïାସ ପଲ, ନିଖତ ଜରିନ, ଅଚନ୍ତା ଶରତ-ଶ୍ରୀଜା ଆକୁଲା, ପିଭି ସିନ୍ଧୁ, ଲକ୍ଷ ସେନ, ଚିରାଗ ସେଟ୍ଟୀ- ସାତ୍ତ୍ୱିକ ସାଇରାଜ, ଅଚନ୍ତା ଶରତ (ଏମାନେ ସମସ୍ତେ ସ୍ୱର୍ଣ୍ଣ) । ସଂକେତ ସାଗର, ବିଦ୍ୟାରାଣୀ ଦେବୀ, ସୁଶିଲା ଲିକମାବାମ୍, ବିକାଶ ଠାକୁର, ବ୍ୟାଡ୍ମିଣ୍ଟନ ମିକ୍ସଡ୍ ଟିମ୍, ତୁଳିକା ମାନ, ମୁରଲୀ ଶ୍ରୀଶଙ୍କର, ଅଂଶୁ ମଲ୍ଲିକ, ପ୍ରିୟଙ୍କା ଗୋସ୍ୱାମୀ, ଅବିନାଶ ସାବଲେ, ସୁନୀଲ ବାହାଦୁର-ଚନ୍ଦନ ସିଂହ-ନବନିତ ସିଂହ- ଦିନେଶ କୁମାର, ଅବ୍ଦୁଲ ଆବୁବକର, ସାଥିଆନ-ଅଚନ୍ତା, ମହିଳା କ୍ରିକେଟ, ସାଗର ଆହ୍ଲୱତ, ପୁରୁଷ ହକି (ଏମାନେ ସମସ୍ତେ ରୌପ୍ୟ) । ଗୁରୁରାଜ ପୂଜାରୀ, ବିଜୟ କୁମାର ଯାଦବ, ହରଜିନ୍ଦର କୌର, ଲଭପ୍ରୀତ ସିଂହ, ସୌରଭ ଘୋସାଲ, ଗୁରୁଦୀପ ସିଂହ, ତେଜସ୍ୱୀନ ଶଙ୍କର, ଦିବ୍ୟା କକ୍ରନ, ମୋହିତ ଗ୍ରେୱାଲ, ଜାସ୍ମିନ ଲମ୍ବୋରିଆ, ପୁଜା ଗେହଲଟ, ପୁଜା ସିଂହ, ମହମ୍ମଦ ହୁସାମୁଦ୍ଦିନ, ଦୀପକ ମେହେରା, ସୋନାଲ ବେନ୍ ପଟେଲ, ରୋହିତ ଟୋକାସ, ମହିଳା ହକି, ସନ୍ଦୀପ କୁମାର, ଅନୁରାଣୀ, ସୌରଭ ଘୋଷାଲ- ଦିପିକା ପାଲିକର, ଶ୍ରୀକାନ୍ତ କିଦାମ୍ବି, ଗାୟତ୍ରୀ ଗୋପିଚାନ୍ଦ- ତ୍ରିସା ଜୋଲି ଓ ସାଥିଆନ ଗଣଶେଖରନ ବ୍ରୋଞ୍ଜ ପଦକ ଜିତିଛନ୍ତି ।
ସୁଟିଂ, ଆର୍ଚେରୀ ଯୋଗୁ କମିଲା ପଦକ

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏଥର ସୁଟିଂ ଓ ଆର୍ଚେରୀକୁ ସାମିଲ କରାଯାଇ ନଥିଲା । ସୁଟିଂ କ୍ରୀଡ଼ାରୁ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସର୍ବାଧିକ ପଦକ ଜିତିଛି । ଇତିହାସ ଅବଲୋକନ କଲେ ସୁଟିଂରୁ ଭାରତ ମୋଟ ୧୩୫ଟି ପଦକ ଜିତିଛି । ଆର୍ଚେରୀରୁ ମଧ୍ୟ ୮ଟି ପଦକ ଭାରତୀୟ ଝୁଲାକୁ ଆସିଛି । ଏଥର ବର୍ମିଂହାମରେ ଏହି ଦୁଇ କ୍ରୀଡ଼ା ନଥିବାରୁ ଭାରତର ପଦକ ସଂଖ୍ୟା କମିଗଲା । ଗତ ୨୦୧୮ ଗୋଲïକୋଷ୍ଟ ସଂସ୍କରଣରେ ଭାରତ ସୁଟିଂ ବର୍ଗରୁ ୧୬ଟି ପଦକ ଜିତିଥିଲା । ରେସଲିଂରୁ ୧୨ଟି ଏବଂ ଭାରୋତ୍ତୋଳନରୁ ୯ଟି ପଦକ ମିଳିଥିଲା ।

୨୦୨୨ ସଂସ୍କରଣରେ ରେସ୍ଲିଂ ଓ ଭାରୋତ୍ତୋଳନରେ ଗତ ଥର ଅପେକ୍ଷା ମାତ୍ର ଗୋଟିଏ ପଦକ ବଢ଼ିଛି । ଟେବୁଲ ଟେନିସରେ ଗୋଟିଏ ପଦକ କମିଥିବାବେଳେ ବକ୍ସିଂରେ ଦୁଇଟି କମିଛି, ବ୍ୟାଡ୍ମିଣ୍ଟନରେ ପଦକ ସଂଖ୍ୟା ସମାନ ୬ ରହିଛି । ଏଥର ଆଥ୍ଲେଟିକ୍ସରେ ୬ ପଦକ ଆସିଥିଲାବେଳେ ଗତଥର ୩ଟି ପଦକ ଆସିଥିଲା । ସ୍କ୍ୱାଶ୍୍ରୁ ୨ଟି, କ୍ରିକେଟ୍ରୁ ଗୋଟିଏ, ଜୁଡୋରୁ ୩ଟି, ହକିରୁ ୨ଟି, ଲନ୍ ବଲ୍ସରୁ ୨ଟି ଏପରି ସର୍ବମୋଟ ୧୦ଟି ପଦକ ଆସିଛି । ଅର୍ଥାତ୍ ଭାରତୀୟ ପ୍ରତିଯୋଗୀ ସୁଟିଂର ଅନୁପସ୍ଥିତିକୁ ପୂରଣ କରିପାରିଛନ୍ତି ।




