ସୁପର କିଙ୍ଗ୍ସର ନେତୃତ୍ୱ ନେବେ ଧୋନୀ
ଚେନ୍ନାଇ : ୨୦୨୩ରେ ଆଇପିଏଲ୍ର ୧୬ତମ ସଂସ୍କରଣ ଆୟୋଜନ ହେବାକୁ ଯାଉଛି । ଚେନ୍ନାଇ ସୁପରକିଙ୍ଗସ ମଧ୍ୟ ଦଳ ଘୋଷଣା କରିସାରିଛି । ୨୦୨୩ ସିଜନ ପାଇଁ କିଛି ଖେଳାଳିଙ୍କୁ ପ୍ରାଞ୍ଚାଇଜ ବାଦ୍ ଦେଇଥିବାବେଳେ କିଛି ତାରକା ଖେଳାଳି ଦଳରେ ସ୍ଥାନ ବଜାୟ ରଖିଛନ୍ତି । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଦଳର ନେତୃତ୍ୱ ନେବାକୁ ଯାଉଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ଧୋନୀଙ୍କ ପ୍ରଶଂସକ ମଧ୍ୟରେ ଉତ୍ସାହ ବଢ଼ିଯାଇଛି । ଚେନ୍ନାଇ […]
ଚେନ୍ନାଇ : ୨୦୨୩ରେ ଆଇପିଏଲ୍ର ୧୬ତମ ସଂସ୍କରଣ ଆୟୋଜନ ହେବାକୁ ଯାଉଛି । ଚେନ୍ନାଇ ସୁପରକିଙ୍ଗସ ମଧ୍ୟ ଦଳ ଘୋଷଣା କରିସାରିଛି । ୨୦୨୩ ସିଜନ ପାଇଁ କିଛି ଖେଳାଳିଙ୍କୁ ପ୍ରାଞ୍ଚାଇଜ ବାଦ୍ ଦେଇଥିବାବେଳେ କିଛି ତାରକା ଖେଳାଳି ଦଳରେ ସ୍ଥାନ ବଜାୟ ରଖିଛନ୍ତି । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଦଳର ନେତୃତ୍ୱ ନେବାକୁ ଯାଉଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ଧୋନୀଙ୍କ ପ୍ରଶଂସକ ମଧ୍ୟରେ ଉତ୍ସାହ ବଢ଼ିଯାଇଛି ।
ଚେନ୍ନାଇ ସୁପର କିଙ୍ଗ୍ସ ଫ୍ରାଞ୍ଚାଇଜ ସିଇଓ କେଏସ୍ ବିଶ୍ୱନାଥ କହିଛନ୍ତି, ଏଥର ଧୋନୀଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କରିବ । ସିଏସ୍କେ ସହିତ ଯେଉଁ ଖେଳାଳିମାନେ ବିଜୟ ଅଭିଯାନରେ ଥିଲେ, ତାଙ୍କୁ ଦଳରୁ ବିଦା କରିବା ବହୁତ କଠିନ । ଖେଳାଳିମାନେ ଦଳରୁ ବାଦ ପଡ଼ିଲେ ନିଜର ଆବେଗକୁ ଅଟକାଇ ପାରି ନଥାନ୍ତି । ଯେତେବେଳେ ଖେଳାଳିଙ୍କ ରିଟେନ କଥା ଆସେ, ଏହା ମଧ୍ୟ ଫ୍ରାଞ୍ଚାଇଜ ପାଇଁ କଷ୍ଟସାଧ୍ୟ ହୋଇଥାଏ । ଫ୍ରାଞ୍ଚାଇଜ ଖେଳାଳିଙ୍କ ସହ ଆବେଗିକ ଭାବେ ଜଡ଼ିତ ଅଛି ।
ରିଟେନ ଖେଳାଳି : ମହେନ୍ଦ୍ର ସିଂ ଧୋନୀ, ଦେବନ କନେୱ, ରୁତୁରାଜ ଗାଏକ୍ୱାର୍ଡ, ସୁଭ୍ରାଂଶୁ ସେନାପତି, ଅମ୍ବାତି ରାଇଡୁ, ମୋଇନ ଅଲ୍ଲୀ, ଶିବମ ଦୁବେ, ରାଜବର୍ଦ୍ଧନ ହଙ୍ଗେରକର, ପ୍ରିଟୋରିୟସ, ମାଇକେଲ ସାଣ୍ଟନର, ରବିନ୍ଦ୍ର ଜାଡେଜା, ତୁଷାର ଦେଶପାଣ୍ଡେ, ମୁକେଶ ଚୌଧୁରୀ, ମାଥିସା ପଥିରନ, ସିମ୍ରନଜିତ ସିଂହ. ଦିପକ ଚହର, ପ୍ରଶାନ୍ତ ସୋଲାଙ୍କି ଓ ମହିସ ତୀଖନା ।
ବାଦ ପଡ଼ିଥିବା ଖେଳାଳି : ଡେ୍ୱðନ ବ୍ରାଭୋ, ରବିନ ଉ‹ାପା, ଆଡାମ ମିଲନେ, ହରି ନିଶାନ୍ତ, କି୍ରସ ଜୋର୍ଡାନ, ଭଗତ ଶର୍ମା, କେଏମ ଆସିଫ ଓ ନାରାୟଣ ଜଗଦିଶାନ ।




