କମନ୍େୱଲ୍ଥ ଗେମ୍ସ: ଜିତିଲା ଭାରତୀୟ ମହିଳା ଟିଟି ଦଳ
ବର୍ମିଂହାମ୍ : ରାଜ୍ୟଗୋଷ୍ଠୀ କ୍ରୀଡାର ପ୍ରଥମ ଦିନ ଭାରତୀୟ ଟେବୁଲ ଟେନିସ୍ ଖେଳାଳି ଉଚ୍ଚକୋଟୀର ପ୍ରଦର୍ଶନ ଦେଖାଇଛନ୍ତି । ମହିଳା ଟେବୁଲ ଟେନିସ୍ ଦଳ ଗ୍ରୁପ୍ ବି’ର ଏକ ମ୍ୟାଚ୍ରେ ଦ.ଆଫ୍ରିକାକୁ ୩-୦ରେ ହରାଇଛି । ଏହି ମ୍ୟାଚର ଡବଲ ଇଭେଣ୍ଟରେ ଭାରତୀ ମଙ୍ଗ ଧରିଥିବା ଅକୁଲା ଶ୍ରୀଜା ଓ ରିତା ଟେନିସନା କମାଲ କରିଥିଲେ । ଉଭୟ ଡବଲ୍ସ ମୁକାବିଲାରେ ଦମ୍ଦାର ପ୍ରଦର୍ଶନ କରି ଦ.ଆଫ୍ରିକାର ଲାଇଲା ଏଡୱାର୍ଡ୍ସ ଓ ଡାନିସ୍ା ପଟେଲଙ୍କୁ ୧୧-୭, ୧୧-୭, […]
ବର୍ମିଂହାମ୍ : ରାଜ୍ୟଗୋଷ୍ଠୀ କ୍ରୀଡାର ପ୍ରଥମ ଦିନ ଭାରତୀୟ ଟେବୁଲ ଟେନିସ୍ ଖେଳାଳି ଉଚ୍ଚକୋଟୀର ପ୍ରଦର୍ଶନ ଦେଖାଇଛନ୍ତି । ମହିଳା ଟେବୁଲ ଟେନିସ୍ ଦଳ ଗ୍ରୁପ୍ ବି’ର ଏକ ମ୍ୟାଚ୍ରେ ଦ.ଆଫ୍ରିକାକୁ ୩-୦ରେ ହରାଇଛି । ଏହି ମ୍ୟାଚର ଡବଲ ଇଭେଣ୍ଟରେ ଭାରତୀ ମଙ୍ଗ ଧରିଥିବା ଅକୁଲା ଶ୍ରୀଜା ଓ ରିତା ଟେନିସନା କମାଲ କରିଥିଲେ ।

ଉଭୟ ଡବଲ୍ସ ମୁକାବିଲାରେ ଦମ୍ଦାର ପ୍ରଦର୍ଶନ କରି ଦ.ଆଫ୍ରିକାର ଲାଇଲା ଏଡୱାର୍ଡ୍ସ ଓ ଡାନିସ୍ା ପଟେଲଙ୍କୁ ୧୧-୭, ୧୧-୭, ୧୧-୫ ସେଟ୍ରେ ହରାଇଥିଲେ । ସିଙ୍ଗଲ୍ସରେ ଭାରତର ଅଭିଜ୍ଞ ମୋନିକା ବାତ୍ରା ଦ.ଆଫ୍ରିକାର ମୁସଫିକର କଲାମଙ୍କୁ ଏକତରଫା ଭାବେ ପରାଜିତ କରିଥିଲେ । ସେ ୧୧-୫, ୧୧-୩ ଓ ୧୧-୨ ଗେମ୍ରେ ଜିତି ନେଇଥିଲେ । ତୃତୀୟ ସିଙ୍ଗଲ୍ସ ମୁକାବିଲାରେ ସିର୍ଜା ଅକୁଲା ଦ.ଆଫ୍ରିକାର ଡାନିସା ପଟେଲଙ୍କୁ ୩-୦ ସେଟ୍ରେ ହରାଇଥିଲା । ଏହି ବିଜୟ ସହ ଆଉ ଦୁଇଟି ମୁକାବିଲା ପୂର୍ବରୁ ହିଁ ଭାରତ ୩-୦ରେ ମ୍ୟାଚ ଜିତି ନେଇଛି । ଭାରତୀୟ ମହିଳା ଟେବୁଲ ଟେନିସ୍ ଦଳ ଦ୍ୱିତୀୟ ମୁକାବିଲାରେ ଫିଜୁକୁ ଭେଟିବ ।




