ପ୍ରଥମ ରାଉଣ୍ଡରୁ ଦୂତି ବିଦା

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଓଡ଼ିଆ ଝିଆ ଦୂତି ଚାନ୍ଦ ନିରାଶ କରିଛନ୍ତି । ମହିଳା ୧୦୦ ମିଟର ଇଭେଣ୍ଟରେ ଭାଗ ନେଇଥିଲେ ମଧ୍ୟ ଦୂତି ହିଟ୍‌ ପର୍ଯ୍ୟାୟରୁ ବିଦା ହୋଇଛନ୍ତି । ୧୦୦ ମିଟର ୫ମ ହିଟ୍‌୍‌ରେ ଦୂତି ଭାଗ ନେଇଥିଲେ । ଏହି ବଗରେ ଦୂତି ୪ର୍ଥ ସ୍ଥାନରେ ରହିଥିଲେ । ନିର୍ଦ୍ଧାରିତ ଦୂରତ୍ୱକୁ ଦୂତି ୧୧.୫୫ ସେକେଣ୍ଡରେ ଅତିକ୍ରମ କରିଥିଲେ । ଯାହା ଅତ୍ୟନ୍ତ ନୈରାଶ୍ୟଜନକ । ପ୍ରତି ହିଟ୍‌ ପର୍ଯ୍ୟାୟର ଶ୍ରେଷ୍ଠ […]

Samaya Live Picture
Published On

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଓଡ଼ିଆ ଝିଆ ଦୂତି ଚାନ୍ଦ ନିରାଶ କରିଛନ୍ତି । ମହିଳା ୧୦୦ ମିଟର ଇଭେଣ୍ଟରେ ଭାଗ ନେଇଥିଲେ ମଧ୍ୟ ଦୂତି ହିଟ୍‌ ପର୍ଯ୍ୟାୟରୁ ବିଦା ହୋଇଛନ୍ତି । ୧୦୦ ମିଟର ୫ମ ହିଟ୍‌୍‌ରେ ଦୂତି ଭାଗ ନେଇଥିଲେ । ଏହି ବଗରେ ଦୂତି ୪ର୍ଥ ସ୍ଥାନରେ ରହିଥିଲେ । ନିର୍ଦ୍ଧାରିତ ଦୂରତ୍ୱକୁ ଦୂତି ୧୧.୫୫ ସେକେଣ୍ଡରେ ଅତିକ୍ରମ କରିଥିଲେ । ଯାହା ଅତ୍ୟନ୍ତ ନୈରାଶ୍ୟଜନକ ।

ପ୍ରତି ହିଟ୍‌ ପର୍ଯ୍ୟାୟର ଶ୍ରେଷ୍ଠ ୩ ଜଣ ଖେଳାଳି ସେମିଫାଇନାଲ୍‌ ଯୋଗ୍ୟତା ଅର୍ଜନ କରିଥାନ୍ତି । ଦୂତି ୪ର୍ଥ ସ୍ଥାନରେ ଥିବାରୁ ସେମିଫାଇନାଲ୍‌ରେ ପ୍ରବେଶର କରିବାରୁ ବଞ୍ଚିତ ହୋଇଛନ୍ତି । ୧୦୦ ମିଟର ଇଭେଣ୍ଟର ୨୫ ଖେଳାଳିଙ୍କ ମଧ୍ୟରୁ ଦୂତି ୨୪ତମ ସ୍ଥାନରେ ରହିଛନ୍ତି । ତାଙ୍କ ତଳେ ଜାମ୍ବିୟା ଖେଳାଳି ୧୧.୫୭ ସେକେଣ୍ଡ ସହ ୨୫ତମ ସ୍ଥାନରେ ରହିଛନ୍ତି । ସେହିପରି ସମସ୍ତ ହିଟ୍‌ ପରେ ନାଇଜେରିଆ ପ୍ରତିଯୋଗୀ ୧୦.୯୯ ସେକେଣ୍ଡ ସହ ପ୍ରଥମ ସ୍ଥାନରେ ରହିଛନ୍ତି ।