କମନ୍‌େୱଲ୍‌ଥ ଗେମ୍‌ସ: ଭାରତକୁ ପ୍ରଥମ ସୁନା ପଦକ ଦେଲେ ମୀରାବାଈ, ଏପର୍ଯ୍ୟନ୍ତ ଭାରତକୁ ୬ଟି ପଦକ

ଦିଲ୍ଲୀ: ସାଇଖୋମ୍‌ ମୀରାବାଈ ଚାନୁ ପୁଣି ଥରେ ଭାରତର ଗର୍ବ ବଢ଼ାଇଛନ୍ତି । କମନ୍‌େୱଲ୍‌ଥ ଗେମ୍‌ସ ବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଗୋଟିଏ ଦିନରେ ହିଁ ଭାରତ ପାଇଛି ୩ ଟି ପଦକ ଜିତିଛି । ସେଥିରେ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ, ଗୋଟିଏ ବ୍ରୋଞ୍ଜ ପଦକ ରହିଛି । ଅନ୍ୟପକ୍ଷରେ, ଭାରୋତ୍ତୋଳନରେ ଭାରତକୁ […]

Samaya Live Picture
Published On

ଦିଲ୍ଲୀ: ସାଇଖୋମ୍‌ ମୀରାବାଈ ଚାନୁ ପୁଣି ଥରେ ଭାରତର ଗର୍ବ ବଢ଼ାଇଛନ୍ତି । କମନ୍‌େୱଲ୍‌ଥ ଗେମ୍‌ସ ବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଗୋଟିଏ ଦିନରେ ହିଁ ଭାରତ ପାଇଛି ୩ ଟି ପଦକ ଜିତିଛି । ସେଥିରେ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ, ଗୋଟିଏ ବ୍ରୋଞ୍ଜ ପଦକ ରହିଛି ।

କମନ୍‌େୱଲ୍‌ଥ ଗେମ୍‌ସ: ଭାରତକୁ ପ୍ରଥମ ସୁନା ପଦକ ଦେଲେ ମୀରାବାଈ, ଏପର୍ଯ୍ୟନ୍ତ ଭାରତକୁ ୬ଟି ପଦକ
ଅଚିନ୍ତା ଶେଉଳି

ଅନ୍ୟପକ୍ଷରେ, ଭାରୋତ୍ତୋଳନରେ ଭାରତକୁ ଆଉ ଦୁଇଟି ସ୍ୱର୍ଣ୍ଣ ପଦକ ମିଳିଛି । ଭାରୋତ୍ତୋଳନର ୭୩ କିଲୋଗ୍ରାମ ବର୍ଗରେ ଅଚିନ୍ତା ଶେଉଳି ଏବଂ ପୁରୁଷ ୬୭ କିଲୋଗ୍ରାମରେ ଜେରେମି ଲାଲ୍‌ରିନୁଙ୍ଗା ସ୍ୱର୍ଣ୍ଣ ପଦକ ହାସଲ କରି ଭାରତର ଗୌରବ ବଢ଼ାଇଛନ୍ତି । ଅଚିନ୍ତା ସ୍ନାଚ୍‌ରେ ୧୪୩ କେଜି ଓଜନ ଉଠାଇ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରେକର୍ଡ କରିଛନ୍ତି ।

କମନ୍‌େୱଲ୍‌ଥ ଗେମ୍‌ସ: ଭାରତକୁ ପ୍ରଥମ ସୁନା ପଦକ ଦେଲେ ମୀରାବାଈ, ଏପର୍ଯ୍ୟନ୍ତ ଭାରତକୁ ୬ଟି ପଦକ
ଜେରେମି ଲାଲ୍‌ରିନୁଙ୍ଗା

ସେ କ୍ଲିନ୍‌ ଏଣ୍ଡ୍‌ ଜର୍କର ପ୍ରଥମ ଉଦ୍ୟମରେ ୧୬୬ କେଜି ଓଜନ ଉଠାଇଥିଲେ । ହେଲେ ଦ୍ୱିତୀୟ ପ୍ରୟାସରେ ଫେଲ୍‌ ମାରିଥିଲେ ମଧ୍ୟ ତୃତୀୟ ପ୍ରୟାସରେ ୧୭୦ କେଜି ଉଠାଇବା ସହ ମୋଟ ୩୧୩ କେଜି ଓଜନ ଉଠାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ରୌପ୍ୟ ପଦକ ପାଇଥିବା ପ୍ରତିଯୋଗୀଙ୍କ ଠାରୁ ୧୦ କେଜି ଅଧିକ ଓଜନ ଉଠାଇଛନ୍ତି ଅଚିନ୍ତା । ଏହି ପଦକ ସହ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ୬ଟି ପଦକ ମିଳିଛି । ଏହି ସମସ୍ତ ମେଡାଲ ଭାରୋତ୍ତୋଳନରେ ହିଁ ମିଳିଛି ।