କମନ୍‌େୱଲ୍‌ଥ ଗେମ୍‌ସ: କ ୍ୱାର୍ଟର ଫାଇନାଲରେ ବକ୍ସର ଅମିତ ପଙ୍ଘଲ

ବର୍ମିଂହାମ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛନ୍ତି ଭାରତର ଷ୍ଟାର ବକ୍ସର ଅମିତ ପଙ୍ଘଲ । ସେ ୪୮ରୁ ୫୧ କେଜି ଫ୍ଲାଏେୱଟ ବର୍ଗର ପ୍ରଥମ ବାଉଟରେ ଏକତରଫା ବିଜୟ ହାସଲ କରିଛନ୍ତି । ଏହି ବିଜୟ ସେ ଏବେ କ ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଅର୍ଥାତ ମେଡାଲ ପMା କରିବା ପାଇଁ ତାଙ୍କୁ ଆଉ ଗୋଟିଏ ବାଉଟ ଜିତିବାର ଅଛି । ଆଜିର ପ୍ରଥମ ମ୍ୟାଚରେ ଅମିତ ନିଜର […]

Samaya Live Picture
Published On

ବର୍ମିଂହାମ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛନ୍ତି ଭାରତର ଷ୍ଟାର ବକ୍ସର ଅମିତ ପଙ୍ଘଲ । ସେ ୪୮ରୁ ୫୧ କେଜି ଫ୍ଲାଏେୱଟ ବର୍ଗର ପ୍ରଥମ ବାଉଟରେ ଏକତରଫା ବିଜୟ ହାସଲ କରିଛନ୍ତି । ଏହି ବିଜୟ ସେ ଏବେ କ ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଅର୍ଥାତ ମେଡାଲ ପMା କରିବା ପାଇଁ ତାଙ୍କୁ ଆଉ ଗୋଟିଏ ବାଉଟ ଜିତିବାର ଅଛି ।

ଆଜିର ପ୍ରଥମ ମ୍ୟାଚରେ ଅମିତ ନିଜର ଜଲୱା ଦେଖାଇ ଭାନାଆତୁର ନାମରି ବେରୀଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ଅମିତଙ୍କ ଫୁଟୱର୍କ ଓ କ୍ରମାଗତ ପଞ୍ଚିଂ ଆଗରେ ବେରୀ ଆଦୌ ତିଷ୍ଠିପାରି ନଥିଲେ । ପ୍ରଥମ ରାଉଣ୍ଡରେ ଅମିତଙ୍କୁ ୫ ଜଣ ଯାକ ୧୦ ପଏଣ୍ଟ ଲେଖାଏ ଦେଇଥିବା ବେଳେ ବେରୀଙ୍କୁ ୯ ପଏଣ୍ଟ ଲେଖାଏ ମିଳିଥିଲା ।

ଦ୍ୱିତୀୟ ରାଉଣ୍ଡରେ ଭାରତର ଅମିତ ଆହୁରି ଦମଦାର ପ୍ରଦର୍ଶନ କରିଥିଲେ । ଏହି ରାଉଣ୍ଡରେ ଅମିତଙ୍କୁ ମୋଟ ୫୦ ପଏଣ୍ଟ ମିଳିଥିବା ବେଳେ ବେରୀଙ୍କୁ ୪ ଜଣ ଜଜ୍‌ ୮ ପଏଣ୍ଟ ଲେଖାଏ ଓ ଜଣେ ଜଜ ୯ ପଏଣ୍ଟ ଦେଇଥିଲେ । ଶେଷ ରାଉଣ୍ଡରେ ମଧ୍ୟ ଅମିତଙ୍କୁ ସମସ୍ତେ ୧୦ ପଏଣ୍ଟ ଲେଖାଏ ଦେଇଥିଲେ । ସେହିପରି ବେରୀଙ୍କ ଖାତକୁ ୪ଟି ୮ ପଏଣ୍ଟ ଓ ଗୋଟିଏ ୯ ପଏଣ୍ଟ ଯାଇଥିଲା । ଶେଷରେ ସର୍ବସମ୍ମତି କ୍ରମେ ଅମିତ ୫-୦ରେ ବାଉଟ ଜିତି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଥିଲେ ।