ବ୍ରିଜ ଭୂଷଣ ଦୋଷମୁକ୍ତ
ନୂଆଦିଲ୍ଲୀ : ଯୌନ ନିର୍ଯାତନା ମାମଲାରୁ ମୁକ୍ତ ହେଲେ ବ୍ରିଜ ଭୂଷଣ ଶରଣ ସିଂ । ସୋମବାର ଦିନ ଦିଲ୍ଲୀର ଏକ କୋର୍ଟ ରୁ ପୂର୍ବତନ ବିଜେପି ସାଂସଦ ତଥା କୁସ୍ତି ମହାସଂଘର ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହ ଏବଂ ଅନ୍ୟତମ ଅଭିଯୁକ୍ତ ବିନୋଦ ତୋମରଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି । ସେମାନଙ୍କ ବିରୁଦ୍ଧରେ ୬ଜଣ ମହିଳା ମଲ୍ଲଯୋଦ୍ଧା ଯୌନ ନିର୍ଯାତନା ମାମଲା ଆଣିଥିଲେ । ତେବେ ଉପଯୁକ୍ତ ପ୍ରମାଣ ଅଭାବରୁ ଉଭୟଙ୍କୁ କୋର୍ଟ ଦୋଷ ମୁକ୍ତ କରିଛନ୍ତି । ଆଇନଜୀବୀ ରାଜୀବ ମୋହନ, ଋଷଭ ଭାଟି ଏବଂ ରେହାନ ଖାନ କୋର୍ଟରେ ଅଭିଯୁକ୍ତମାନଙ୍କ ପକ୍ଷ ରଖିଥିଲେ।
କୋର୍ଟର ରାୟ ପରେ, ୬୯ବର୍ଷୀୟ ବ୍ରିଜ ଭୂଷଣ କହିଛନ୍ତି, କୋର୍ଟ ମୋତେ "ସମ୍ମାନଜନକ ଭାବରେ ଦୋଷମୁକ୍ତ" କରିଛନ୍ତି ଯାହା ମୁ ପୂର୍ବରୁ କହିଥିଲି । ସେ କହିଛନ୍ତି "ଯେଉଁଦିନ ମୋ ବିରୁଦ୍ଧରେ ଅଭିଯୋଗ ଆଗତ ହୋଇଥିଲା, ମୁଁ କହିଥିଲି ଯଦି ଅଭିଯୋଗ ପ୍ରମାଣିତ ହୁଏ, ତେବେ ମୁଁ ସ୍ୱେଚ୍ଛାକୃତ ଭାବରେ ନିଜକୁ ଫାଶୀ ଦେବି; ଆଜି, କୋର୍ଟ ମୋତେ ଦୋଷମୁକ୍ତ କରିଛନ୍ତି ଏବଂ "ସମ୍ମାନଜନକ ଭାବରେ ଦୋଷମୁକ୍ତ" ଶବ୍ଦ ବ୍ୟବହାର କରିଛନ୍ତି ।
ରାଉଜ୍ ଏଭେନ୍ୟୁ କୋର୍ଟର ଅତିରିକ୍ତ ମୁଖ୍ୟ ବିଚାରପତି (ACJM) ଅଶ୍ୱିନୀ ପନୱାର ଏହି ମାମଲାର ଶୁଣାଣି କରି ଉଭୟ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ବିନୋଦ ତୋମାରଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡ (IPC) ର ଧାରା ୫୦୬ ଭାଗ-୧ ଅଧୀନରେ ମାମଲା ରୁଜୁ ହୋଇଥିଲା ।
ସୂଚନାନୁସାରେ, ୨୦୨୩ ମସିହା ଜାନୁଆରୀ ମାସର ଖ୍ୟାତନାମା ମହିଳା ଅଲିମ୍ପିଆଡ ବିନେଶ ଫୋଗାଟ, ସାକ୍ଷୀ ମଲିକ ଏବଂ ବଜରଙ୍ଗ ପୁନିଆଙ୍କ ସମେତ ଅନେକ କୁସ୍ତିଯୋଦ୍ଧା ଜନ୍ତରମନ୍ତରଠାରେ ବ୍ରିଜଭୂଷଣଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଥିଲେ । ବ୍ରିଜ ଭୁସଂଙ୍କ ଉପରେ ଯୋଉଁ ଶୋଷଣ ଏବଂ ଧମକ ଦେବା ଭଳି ଗମ୍ଭୀର ଆରୋପ ଲଗାଇଥିଲେ ଅଭିଯୋଗକାରୀ । ବ୍ରିଜ ଭୁଷଣଙ୍କ ଇସ୍ତଫା ଦାବି ସହ କୁସ୍ତି ମହାସଂଘକୁ ଭଙ୍ଗ କରିବାକୁ ଦାବି କରିଥିଲେ ।
ପରେ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (IOA) ର ସଭାପତି ପି.ଟି. ଉଷାଙ୍କ ନିର୍ଦ୍ଦେଶକ୍ରମେ ମେରିକମ୍ ଏବଂ ଯୋଗେଶ୍ୱର ଦତ୍ତଙ୍କ ଭଳି ତାରକା ଖେଳାଳିଙ୍କୁ ନେଇ ଏକ ତଦନ୍ତ କମିଟି ଗଠନ କରାଯାଇଥିଲା । ତେବେ WFI ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲା । ବିବାଦ ବଢ଼ିବାରୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ମହାସଂଘର କାର୍ଯ୍ୟକଳାପକୁ ସ୍ଥଗିତ ରଖିବା ସହ ତତ୍କାଳୀନ ସହକାରୀ ସମ୍ପାଦକ ବିନୋଦ ତୋମାରଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦେଇଥିଲା।
ମେ ୨୦୨୪ ରେ ରାଉଜ୍ ଏଭେନ୍ୟୁ କୋର୍ଟ ୫ ଜଣ ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗକୁ ଭିତ୍ତି କରି ବ୍ରିଜଭୂଷଣ ଏବଂ ବିନୋଦ ତୋମାରଙ୍କ ବିରୋଧରେ ଚାର୍ଜଫ୍ରେମ୍ କରିଥିଲେ । ତେବେ ବ୍ରିଜଭୂଷଣ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରି ଆସୁଥିଲେ ଏବଂ ଏହି ମାମଲାକୁ ଖାରଜ କରିବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ।




