ବର୍ମିଂହାମ୍ ଟେଷ୍ଟ: ବିଜୟଲକ୍ଷ୍ୟ ୩୭୮, ଇଂଲଣ୍ଡ ୧୨୦/୩
ବର୍ମିଂହାମ୍ : ପଞ୍ଚମ ତଥା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଭାରତୀୟ ଦଳ ଘରୋଇ ଇଂଲଣ୍ଡ ସମ୍ମୁଖରେ ୩୭୮ ରନ୍ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି । ଚତୁର୍ଥ ଦିବସ ଚା’ପାନ ବିରତି ସୁଦ୍ଧା ଇଂଲଣ୍ଡ ୨୮ ଓଭରରେ ୩ ୱିକେଟ୍ ହରାଇ ୧୨୧ ରନ୍ କରିଛି । ମ୍ୟାଚ୍ ଜିତିବା ପାଇଁ ଇଂଲଣ୍ଡକୁ ୨୫୭ ରନ୍ର ଆବଶ୍ୟକତା ଥିବା ବେଳେ ହାତରେ ୭ ୱିକେଟ୍ ସୁରକ୍ଷିତ ରହିଛି । ଭାରତ ପ୍ରଥମ ଇନିଂସରେ […]
ବର୍ମିଂହାମ୍ : ପଞ୍ଚମ ତଥା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଭାରତୀୟ ଦଳ ଘରୋଇ ଇଂଲଣ୍ଡ ସମ୍ମୁଖରେ ୩୭୮ ରନ୍ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି । ଚତୁର୍ଥ ଦିବସ ଚା’ପାନ ବିରତି ସୁଦ୍ଧା ଇଂଲଣ୍ଡ ୨୮ ଓଭରରେ ୩ ୱିକେଟ୍ ହରାଇ ୧୨୧ ରନ୍ କରିଛି । ମ୍ୟାଚ୍ ଜିତିବା ପାଇଁ ଇଂଲଣ୍ଡକୁ ୨୫୭ ରନ୍ର ଆବଶ୍ୟକତା ଥିବା ବେଳେ ହାତରେ ୭ ୱିକେଟ୍ ସୁରକ୍ଷିତ ରହିଛି । ଭାରତ ପ୍ରଥମ ଇନିଂସରେ ୪୧୬ ରନ୍ ଓ ଦ୍ୱିତୀୟ ଇନିଂସରେ ୨୪୫ ରନ୍ କରିଥିଲା । ଇଂଲଣ୍ଡ ପ୍ରଥମ ଇନିଂସରେ ୨୮୪ ଓ ଦ୍ୱିତୀୟ ଇନିଂସରେ ୧୨୧/୩ ରନ କରି ପରାଜୟ ଏଡାଇବାକୁ ସଂଘର୍ଷ ଜାରି ରଖିଥିଲା । ଏପର୍ଯ୍ୟନ୍ତ ଶୃଙ୍ଖଳାରେ ଭାରତ ୨-୧ରେ ଅଗ୍ରଣୀ ରହିଛି ।
ଚତୁର୍ଥ ଦିନ ଭାରତ ଅସମାପ୍ତ ଦ୍ୱିତୀୟ ଇନିଂସ ୧୨୫/୩ରୁ ପାଳି ଆରମ୍ଭ କରିଥିଲା । ଚେତେଶ୍ୱର ପୂଜାରା ୫୦ ଓ ରିଷଭ ପନ୍ତ ୩୦ ରନ୍ରୁ ଖେଳ ଆରମ୍ଭ କରିଥିଲେ । ପୂଜାରା ୬୬ ରନ୍ ଓ ପନ୍ତ ୫୭ ରନ୍ କରି ଆଉଟ୍ ହୋଇଥିବା ବେଳେ ଶ୍ରେୟାସ ଆୟର ୧୯, ରବିନ୍ଦ୍ର ଜାଡେଜା ୨୩, ମହମ୍ମଦ ସାମି ୧୩ ଓ ଅଧିନାୟକ ଯଶପ୍ରୀତ ବୁମରା ୭ ରନ୍ କରିଥିଲେ । ବୋଲିଂରେ ଇଂଲଣ୍ଡର ବେନ୍ ଷ୍ଟୋକ୍ସ ସର୍ବାଧିକ ୪ଟି, ଷ୍ଟୁଆର୍ଟ ବ୍ରଡ ଓ ମଥୁ୍ୟ ପଟ୍ସ ଦୁଇଟି କରି ୱିକେଟ୍ ସଫଳତା ଏବଂ ଜେମ୍ସ ଆଣ୍ଡରସନ୍ ଓ ଜ୍ୟାକଲିଚ୍ ଗୋଟିଏ କରି ୱିକେଟ୍ ନେଇଥିଲେ ।
ଭାରତ ଅଲଆଉଟ୍ ହେବା ସହ ଇଂଲଣ୍ଡ ସମ୍ମୁଖରେ ୩୭୮ ରନ୍ର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଆଲେକ୍ସ ଲି ଓ ଜ୍ୟାକ୍ କ୍ରାୱଲି ପାଳି ଆରମ୍ଭ କରିଥିଲେ । ପ୍ରଥମ ୱିକେଟ୍ ପାଇଁ ଦୁହିଁଙ୍କ ମଧ୍ୟରେ ୧୦୭ ରନ୍ର ପାର୍ଟନରସିପ୍ ହୋଇଥିଲା । ପ୍ରଥମ ୱିକେଟ୍ ଯୋଡି ଭାଙ୍ଗିବାକୁ ଯଶପ୍ରୀତ ବୁମରା ସକ୍ଷମ ହୋଇଥିଲେ । ଜ୍ୟାକ୍ କ୍ରାଓଲି ଦ୍ରୁତ ବୋଲର ବୁମରାଙ୍କ ଏକ ଇନସୁଇ ବଲକୁ ଛାଡିବାକୁ ଯାଉ କ୍ଲିନ୍ବୋଲï ହୋଇଥିଲେ । ଏହାପରେ ଓଲି ପୋପ୍ ଖାତା ଖୋଲିପାରିନଥିଲେ । ଅନ୍ୟତମ ଓପନର ଆଲେକ୍ସ ଲି ୬୫ ବଲରୁ ୫୬ ରନ୍ କରି ରନ୍ଆଉଟ୍ ହୋଇଥିଲେ । ଶେଷ ଖବର ସୁଦ୍ଧା ଜୋ ରୁଟ୍ ୧୧ ଓ ଜନୀ ବେୟାରଷ୍ଟୋ ୭ ରନ୍ କରି ଅପରାଜିତ ଥିଲେ । ବୋଲିଂରେ ଭାରତର ବୁମରାଙ୍କୁ ହିଁ ଦୁଇଟି ୱିକେଟ୍ ସଫଳତା ମିଳିଥିଲା ।




