ଟି-୨୦ କ୍ରିକେଟ୍ ଲିଗ୍ ଆଇପିଏଲ୍ 2023: ଡିସେମ୍ବର ୨୩ରେ ଖେଳାଳି ନିଲାମ୍
ନୂଆଦିଲ୍ଲୀ : ଲୋକପ୍ରିୟ ଟି-୨୦ କ୍ରିକେଟ୍ ଲିଗ୍ ଆଇପିଏଲ୍ର ଖେଳାଳି ନିଲାମ୍ ଡିସେମ୍ବର ୨୩ରେ କୋଚିରେ ହେବାକୁଯାଉଛି । ଆଇପିଏଲ୍-୨୦୨୩ ସଂସ୍କରଣ ନିମନ୍ତେ ଏହି ନିଲାମ୍ ହେବ ବୋଲି ବୁଧବାର ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଖେଳାଳି ନିଲାମ୍ ସହର ତାଲିକାରେ ତୁର୍କିର ଇସ୍ତାନବୁଲ୍, ବେଙ୍ଗାଲୁରୁ, ନୂଆଦିଲ୍ଲୀ, ମୁମ୍ବାଇ ଓ ହାଇଦ୍ରାବାଦ ଥିଲେ । କି;ୁ କେରଳର କୋଚିକୁ ଆଇପିଏଲ୍ ଖେଳାଳି ନିଲାମ୍ ପାଇଁ ବିସିସିଆଇ ଚୟନ କରିଛି । ବ୍ୟବସାୟୀ ଓ […]
ନୂଆଦିଲ୍ଲୀ : ଲୋକପ୍ରିୟ ଟି-୨୦ କ୍ରିକେଟ୍ ଲିଗ୍ ଆଇପିଏଲ୍ର ଖେଳାଳି ନିଲାମ୍ ଡିସେମ୍ବର ୨୩ରେ କୋଚିରେ ହେବାକୁଯାଉଛି । ଆଇପିଏଲ୍-୨୦୨୩ ସଂସ୍କରଣ ନିମନ୍ତେ ଏହି ନିଲାମ୍ ହେବ ବୋଲି ବୁଧବାର ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଖେଳାଳି ନିଲାମ୍ ସହର ତାଲିକାରେ ତୁର୍କିର ଇସ୍ତାନବୁଲ୍, ବେଙ୍ଗାଲୁରୁ, ନୂଆଦିଲ୍ଲୀ, ମୁମ୍ବାଇ ଓ ହାଇଦ୍ରାବାଦ ଥିଲେ । କି;ୁ କେରଳର କୋଚିକୁ ଆଇପିଏଲ୍ ଖେଳାଳି ନିଲାମ୍ ପାଇଁ ବିସିସିଆଇ ଚୟନ କରିଛି ।
ବ୍ୟବସାୟୀ ଓ ଗମନାଗମନ ଦୃଷ୍ଟିରୁ କୋଚି ଅନ୍ୟାନ୍ୟ ସହର ତୁଳନାରେ ଉପଯୋଗୀ ବୋଲି ବିସିିସିଆଇ ଏକ ପ୍ରେସ୍ ବିବୃତ୍ତିରେ ସ୍ପଷ୍ଟ କରିଛି । ଚଳିତବର୍ଷ ଏକ ମିନି ଖେଳାଳି ନିଲାମ ହେବ । କାରଣ ଅଂଶଗ୍ରହଣକାରୀ ୧୦ଟି ଫ୍ରାଞ୍ଚାଇଜ୍ ଆଗାମୀ ୧୫ ତାରିଖ ମଧ୍ୟରେ ରିଟେନ ଖେଳାଳି ତାଲିକା ଜାରି କରିବେ । ଫ୍ରାଞ୍ଚାଇଜ୍ଗୁଡିକର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖେଳାଳି ତାଲିକା ନିଲାମ ହେବ । ୨୦୨୩ ଆଇପିଏଲ୍ ସଂସ୍କରଣ ପାଇଁ ସାଲାରୀ କ୍ୟାପକୁ ୯୦ରୁ ୯୫ କୋଟିରୁ ବୃଦ୍ଧି କରାଯାଇଛି ।




