ଅଷ୍ଟ୍ରେଲିଆନ୍ ଓପନ୍: ସେମିଫାଇନାଲରେ ଏଲେନା ରିବାକିନା-ଜେସିକା ପେଗୁଲା ମୁକାବିଲା

ଅଷ୍ଟ୍ରେଲିଆନ୍ ଓପନ୍: ସେମିଫାଇନାଲରେ ଏଲେନା ରିବାକିନା-ଜେସିକା ପେଗୁଲା ମୁକାବିଲା

ମେଲବର୍ଣ୍ଣ: ବିଶ୍ବର ପଞ୍ଚମ ସିଡ୍ ଏଲେନା ରିବାକିନା ଅଷ୍ଟ୍ରେଲିଆନ୍ ଓପନ ମହିଳା ସିଙ୍ଗଲ୍ସ ସେମି-ଫାଇନାଲରେ ପ୍ରବେଶ କରିଛନ୍ତି। ବୁଧବାର ଖେଳାଯାଇଥିବା କ୍ବାର୍ଟର ଫାଇନାଲ ମ୍ୟାଚରେ ସେ ୨ ନମ୍ବର ସିଡ୍ ଇଗା ସ୍ବିଆଟେକଙ୍କୁ -, - ସେଟ୍‌ରେ ହରାଇ ନିଜ ଗ୍ରାଣ୍ଡସ୍ଲାମ୍ ସ୍ବପ୍ନ ବଜାୟ ରଖିଛନ୍ତି। ଶନିବାର ହେବାକୁ ଥିବା ସେମି-ଫାଇନାଲରେ ସେ ଜେସିକା ପେଗୁଲାଙ୍କୁ ଭେଟିବେ। ମ୍ୟାଚ ପ୍ରାରମ୍ଭରେ ନିଜର ସର୍ଭିସକୁ ନେଇ କିଛିଟା ସମସ୍ୟାର ସମ୍ମୁଖୀନ ହୋଇଥିଲେ ବି ପରେ ଏଥିରେ ସୁଧାର ଆଣି ରିବାକିନା ପ୍ରଥମ ଗେମକୁ -୫ରେ ଜିତି ନେଇଥିଲେ। ପରବର୍ତ୍ତୀ ଗେମ୍‌ରେ ସେ ଆଧିପତ୍ୟ ବିସ୍ତାର କରି ଖେଳି -୧ରେ ଜିତି ନେଇଥିଲେ। ଏହି ବିଜୟ ସହ ସେ ନିଜ କ୍ୟାରିୟରର ୪ର୍ଥ ୨୦୨୪ ଓ୍ବିମ୍ବିଲଣ୍ଡନ ପରଠାରୁ ପ୍ରଥମ ଗ୍ରାଣ୍ଡସ୍ଲାମ୍ ସେମି-ଫାଇନାଲରେ ପ୍ରବେଶ କରିଛନ୍ତି। ବିଜୟ ପରେ ସେ କହିଛନ୍ତି, ପ୍ରଥମ ଗେମରେ ସେ ସର୍ଭିସକୁ ନେଇ ସାମାନ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ, କିନ୍ତୁ ଦ୍ବିତୀୟ ଗେମରେ ସର୍ଭିସରେ ଉନ୍ନତି ଆସିଥିଲା ସେ ଅଧିକ ମୁକ୍ତଭାବେ ଖେଳିପାରିଥିଲେ। ଅନ୍ୟପକ୍ଷରେ ଏହି ପରାଜୟ ପରେ ସ୍ବିଆଟେକଙ୍କ ପାଇଁ ନିଜ କ୍ୟାରିୟରର ପ୍ରଥମ ଅଷ୍ଟ୍ରେଲିଆନ ଓପନ ଜିତିବାର ସ୍ବପ୍ନ ଚୁରମାର୍ ହୋଇଯାଇଛି। ଏହା ପୂର୍ବରୁ ସେ ଅନ୍ୟ ତିନିଟି ଗ୍ରାଣ୍ଡସ୍ଲାମ୍ ଓପନ- ଫ୍ରେଞ୍ଚ ଓପନ୍, ଓ୍ବିମ୍ବିଲଡନ୍ ୟୁଏସ୍ ଓପନ୍ ଜିତିସାରିଛନ୍ତି। କିନ୍ତୁ ସେ କେବେ ବି ଅଷ୍ଟ୍ରେଲିଆନ୍ ଓପନ୍ ଜିତି ନାହାନ୍ତି।

ସମ୍ବନ୍ଧିତ ଖବର ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟ୍ବେଣ୍ଟି-୨୦ ଆଜି

Tags: