ଏସିଆ କପ୍ କ୍ରିକେଟ: ଗତକାଲିଠାରୁ ଟିକେଟ୍ ବିକ୍ରି
ନୂଆଦିଲ୍ଲୀ : ଏସିଆ କପ୍ ଟି-୨୦ କ୍ରିକେଟ୍ ଆଗାମୀ ୨୭ ତାରିଖରୁ ୟୁଏଇରେ ଆରମ୍ଭ ହେବାକୁଯାଉଛି । ଏହି ପ୍ରତିଯୋଗିତା ଆରମ୍ଭ ହେବାକୁ ଆଉ ୨ ସପ୍ତାହରୁ କମ୍ ସମୟ ବାକିଥିବା ବେଳେ ୧୫ ତାରିଖରୁ ଟିକେଟ୍ ବିକ୍ରି ଆରମ୍ଭ ହେବ ବୋଲି ଆୟୋଜନ କର୍ତ୍ତା ଘୋଷଣା କରିଛନ୍ତି । ଚଳିତ ମାସ ୨୭ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁଥିବା ବେଳେ ୨୮ ତାରିଖରେ ଭାରତ-ପାକିସ୍ତାନ ମ୍ୟାଚ ଉପରେ ସଭିଙ୍କ ନଜର ରହିଛି । ଏହି ହାଇଭୋଲେଫଜ ମ୍ୟାଚ […]
ନୂଆଦିଲ୍ଲୀ : ଏସିଆ କପ୍ ଟି-୨୦ କ୍ରିକେଟ୍ ଆଗାମୀ ୨୭ ତାରିଖରୁ ୟୁଏଇରେ ଆରମ୍ଭ ହେବାକୁଯାଉଛି । ଏହି ପ୍ରତିଯୋଗିତା ଆରମ୍ଭ ହେବାକୁ ଆଉ ୨ ସପ୍ତାହରୁ କମ୍ ସମୟ ବାକିଥିବା ବେଳେ ୧୫ ତାରିଖରୁ ଟିକେଟ୍ ବିକ୍ରି ଆରମ୍ଭ ହେବ ବୋଲି ଆୟୋଜନ କର୍ତ୍ତା ଘୋଷଣା କରିଛନ୍ତି । ଚଳିତ ମାସ ୨୭ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁଥିବା ବେଳେ ୨୮ ତାରିଖରେ ଭାରତ-ପାକିସ୍ତାନ ମ୍ୟାଚ ଉପରେ ସଭିଙ୍କ ନଜର ରହିଛି । ଏହି ହାଇଭୋଲେଫଜ ମ୍ୟାଚ ସମେତ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ ନିମନ୍ତେ ଟିକେଟ ଅଫିସିଆଲ ପାର୍ଟନର ପ୍ଲାଟିନମ୍ଲିଷ୍ଟ ଡଟ୍ ନେଟ୍ରେ ଉପଲବ୍ଧ ରହିଛି ।

କ୍ରିକେଟ୍ପ୍ରେମୀ ଏହି େୱବ୍ସାଇଟ୍ ମାଧ୍ୟମରେ ଭାରତ-ପାକିସ୍ତାନ ସମେତ ଅନ୍ୟ ମ୍ୟାଚ ଗୁଡିକ ଟିକେଟ୍ ବୁକ୍ କରିପାରିବେ । ଭାରତ-ପାକିସ୍ତାନ ମ୍ୟାଚ ପାଇଁ ଟିକେଟ୍ର ଚାହିଦା ସବୁ ବେଳେ ଅଧିକ ରହିଥାଏ । ଅକେଫାବର ୨୩ରେ ଟି-୨୦ ବିଶ୍ୱକପ୍ର ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ । ଏହି ମ୍ୟାଚର ସମସ୍ତ ଟିକେଟ୍ ଆଗୁଆ ବିକ୍ରି ସରିଛି । ଏସିଆ କପ୍ର ଭାରତ-ପାକସ୍ତାନ ମ୍ୟାଚଟି ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍ରେ ଖେଳାଯିବ । ଏହି ଷ୍ଟାଡିୟମ୍ର ଦର୍ଶକ କ୍ଷମତା ୨୫ ହଜାର । ତେଣୁ ପୂର୍ଣ୍ଣସଂଖ୍ୟକ ଦର୍ଶକ ଭାରତ-ପାକିସ୍ତାନ ମ୍ୟାଚର ମଜା ନେବେ ।




