ଏସିଆ କପ୍‌: ମ୍ୟାଚ ଛଡାଇ ନେଲେ ରିଜୱାନ, ନୱାଜ୍‌

ଦୁବାଇ : ଏସିଆ କପ୍‌ ସୁପର-୪ ମହାମୁକାବିଲାରେ ଦୁଇ ଚିରାଚରିତ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତନ ମୁହାଁମୁହିଁ ହୋଇଛନ୍ତି । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚରେ ପାକିସ୍ତାନ ୫ ୱିକେଟ୍‌ରେ ଭାରତକୁ ହରାଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୮୧ ରନ୍‌ କରିଥିଲା । ଜବାବରେ ପାକିସ୍ତାନ ୧୯.୫ ଓଭରରେ ୧୮୨/୫ ରନ୍‌ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲା । ମହମ୍ମଦ ରିଜୱାନ ୫୧ ବଲ୍‌ରୁ […]

Samaya Live Picture
Published On

ଦୁବାଇ : ଏସିଆ କପ୍‌ ସୁପର-୪ ମହାମୁକାବିଲାରେ ଦୁଇ ଚିରାଚରିତ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତନ ମୁହାଁମୁହିଁ ହୋଇଛନ୍ତି । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚରେ ପାକିସ୍ତାନ ୫ ୱିକେଟ୍‌ରେ ଭାରତକୁ ହରାଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୮୧ ରନ୍‌ କରିଥିଲା । ଜବାବରେ ପାକିସ୍ତାନ ୧୯.୫ ଓଭରରେ ୧୮୨/୫ ରନ୍‌ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲା । ମହମ୍ମଦ ରିଜୱାନ ୫୧ ବଲ୍‌ରୁ ୭୧, ମହମ୍ମଦ ନୱାଜ ୨୦ ବଲ୍‌ରୁ ୪୦ ରନ୍‌ କରି ଭାରତ ହାତରୁ ମ୍ୟାଚ ଛଡାଇନେଇଥିଲେ । ଏଥିସହ ଭାରତ ପୁଲ୍‌ ପର୍ଯ୍ୟାୟର ପରାଜୟର ପ୍ରତିଶୋଧ ନେଇଛି ।

 ଏସିଆ କପ୍‌: ମ୍ୟାଚ ଛଡାଇ ନେଲେ ରିଜୱାନ, ନୱାଜ୍‌

ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଏସିଆ କପ୍‌ ମୁକାବିଲାରେ ଏହା ଉଭୟ ଦଳ ମଧ୍ୟରେ ଅଷ୍ଟମ ମ୍ୟାଚ । ପୂର୍ବରୁ ପୁଲ ପର୍ଯ୍ୟାୟରେ ଭାରତ ପ୍ରଥମ ମ୍ୟାଚରେ ପାକିସ୍ତାନକୁ ପରାଜିତ କରି ଏସିଆ କପ୍‌ ଅଭିଯାନ ଆରମ୍ଭ କରିଥିଲା । ଏହି ବିଜୟଧାରାକୁ ଜାରି ରଖିବା ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ଟିମ୍‌ ଇଣ୍ଡିଆ ବ୍ୟାଟିଂ ପାଇଁ ଓହ୍ଲାଇଥିଲା । ଲୋକେଶ ରାହୁଲଙ୍କ ସହ ରୋହିତ ଶର୍ମା ପାଳି ଆରମ୍ଭ କରିଥିଲେ । ପ୍ରଥମ ୱିକେଟ୍‌ ପାଇଁ ୫.୧ ଓଭରରେ ଦୁହେଁ ୫୪ ରନ୍‌ ସଂଗ୍ରହ କରିଥିଲେ । ରୋହିତ ୧୬ ବଲ୍‌ରୁ ୩ଟି ଚୌକା ଓ ୨ଟି ଛକା ସହାୟତାରେ ୨୮ ରନ୍‌ କରି ହାରିସ ରଫଙ୍କ ଶିକାର ହୋଇଥିଲେ । ଓପନିଂ ଯୋଡି ଭାଙ୍ଗିବାର କିଛି ସମୟ ପରେ ଲୋକେଶ ରାହୁଲ ୨୦ ବଲରୁ ୨୮ ରନ୍‌ କରି ପାଭିଲିୟନ୍‌ ଫେରିଯାଇଥିଲେ ।

 ଏସିଆ କପ୍‌: ମ୍ୟାଚ ଛଡାଇ ନେଲେ ରିଜୱାନ, ନୱାଜ୍‌

 

ତେଣୁ ୬୨ ରନ୍‌ରେ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ଙ୍କୁ ହରାଇଥିଲା ଭାରତ । ଅଭିଜ୍ଞ ବିରାଟ କୋହଲି ଅପରାଜିତ ରହି ୩୮ ବଲ୍‌ରୁ ୫୬ ରନ୍‌ କରିଥିଲେ । ଏଥିରେ ୪ଟି ଚୌକା ଓ ଗୋଟିଏ ଛକା ରହିଛି । ମଧ୍ୟମକ୍ରମର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ବଡ଼ ଇନିଂସ ଖେଳିପାରିନଥିଲେ । ସୂର୍ଯ୍ୟକୁମାର ୧୦ ବଲ୍‌ରୁ ୧୩ ରନ୍‌ କରି ଆଉଟ୍‌ ହୋଇଥିଲେ । ସୂର୍ଯ୍ୟକୁମାର ୧୦ ବଲ୍‌ରୁ ୧୩, ପନ୍ତ ୧୪ ରନ୍‌, ହାର୍ଦ୍ଦିକ ପାଣ୍ଡ୍ୟା ୦, ଦୀପକ ହୁଦା ୧୬ ରନ୍‌ କରିଥିଲେ । ପୂର୍ବଭଳି ବିରାଟ କୋହଲି ପାକିସ୍ତାନ ବିପକ୍ଷ ମ୍ୟାଚରେ ଭଲ ଖେଳିଛନ୍ତି । ଚଳିତ ଏସିଆ କପ୍‌ ଟି-୨୦ରେ ଏହା କୋହଲିଙ୍କ ଦ୍ୱିତୀୟ ଅର୍ଦ୍ଧଶତକ । କୋହଲି ୪୪ ବଲ୍‌ରୁ ୬୦ ରନ୍‌ କରି ରନ୍‌ଆଉଟ୍‌ ହୋଇଥିଲେ । କୋହଲି ପାଭିଲିୟନ୍‌ ଫେରିବା ପରେ ରବି ବିଷ୍ଣୋଇ ଦୁଇଟି ବଲ୍‌ରୁ କ୍ରମାଗତ ଚୌକା ମାରି ଦଳୀୟ ସ୍କୋରକୁ ୧୮୧/୭ରେ ପହଞ୍ଚାଇଥିଲେ । ବୋଲିଂରେ ପାକିସ୍ତାନର ସଦବ ଖାନ୍‌ ୨ଟି, ନସିମ ଶାହ, ମହମ୍ମଦ ହସନାନି, ହାରିସ ରଫ ଓ ମହମ୍ମଦ ନୱାଜ ଗୋଟିଏକରି ୱିକେଟ୍‌ ସଫଳତା ହାସଲ କରିଥିଲେ ।

 ଏସିଆ କପ୍‌: ମ୍ୟାଚ ଛଡାଇ ନେଲେ ରିଜୱାନ, ନୱାଜ୍‌

ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜୱାନ ୭୧, ବାବର ଆଜମ ୧୪, ଫଖର ଜାମନ ୧୫, ମହମ୍ମଦ ନୱାଜ ୪୨, ଖୁସଦିଲ ଶାହ ଅପରାଜିତ ୧୪ ଓ ଆସିଫ ଅଲ୍ଲୀ ୧୬ ରନ୍‌ କରି ବିଜୟମୁଣ୍ଡି ମାରିଥିଲେ ।