ରାଜ୍ୟଗୋଷ୍ଠୀ କ୍ରୀଡା: ଟ୍ରିପଲ ଜମ୍ପରେ ଭାରତର ଦମ୍ଦାର ପ୍ରଦର୍ଶନ
ବର୍ମିଂହାମ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାର ଟ୍ରାକ୍ ଆଣ୍ଡ୍ ଫିଲïରେ ଭାରତୀୟ ଖେଳାଳିମାନେ ଦମ୍ଦାର ପ୍ରଦର୍ଶନ କରିଛନ୍ତି । ପୁରୁଷ ଟ୍ରିପଲ ଜମ୍ପରେ ଭାରତର ଏଲ୍ଡୋସ୍ ପଲ୍ ଓ ଅବଦ୍ଦୁଲ୍ଲା ଆବୁବାକର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହି ନୂଆ ଇତିହାସ ରଚିଛନ୍ତି । ତୃତୀୟ ପ୍ରୟାସରେ ପଲ୍ ମାରିଥିବା ୧୭.୦୩ ମିଟରର ଲମ୍ଫ ବଳରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଅନ୍ୟପକ୍ଷରେ କେରଳର ଆବୁବାକର ପଞ୍ଚମ ପ୍ରୟାସରେ ୧୭.୦୨ ମିଟରର ଦୂରତା ପାଇଁ ରୌପ୍ୟ […]
ବର୍ମିଂହାମ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାର ଟ୍ରାକ୍ ଆଣ୍ଡ୍ ଫିଲïରେ ଭାରତୀୟ ଖେଳାଳିମାନେ ଦମ୍ଦାର ପ୍ରଦର୍ଶନ କରିଛନ୍ତି । ପୁରୁଷ ଟ୍ରିପଲ ଜମ୍ପରେ ଭାରତର ଏଲ୍ଡୋସ୍ ପଲ୍ ଓ ଅବଦ୍ଦୁଲ୍ଲା ଆବୁବାକର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହି ନୂଆ ଇତିହାସ ରଚିଛନ୍ତି । ତୃତୀୟ ପ୍ରୟାସରେ ପଲ୍ ମାରିଥିବା ୧୭.୦୩ ମିଟରର ଲମ୍ଫ ବଳରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

ଅନ୍ୟପକ୍ଷରେ କେରଳର ଆବୁବାକର ପଞ୍ଚମ ପ୍ରୟାସରେ ୧୭.୦୨ ମିଟରର ଦୂରତା ପାଇଁ ରୌପ୍ୟ ପଦକ ପାଇଥିଲେ । ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିିତିଥିଲେ ବରମୁଡାର ଜେ ମହାଲ ପେରିନ୍ ଚିଫ୍ ରାଜ୍ୟଗୋଷ୍ଠୀ କ୍ରୀଡା ଇତିହାସରେ ବିଶେଷକରି ଟ୍ରିପଲ ଜମ୍ପରେ ଭାରତର ଦୁଇ ଜଣ ପ୍ରତିଯୋଗୀ ପ୍ରଥମଥର ପାଇଁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିବା ଦେଶ ପାଇଁ ବିରଳ ସଫଳତା ବୋଲି କୁହାଯାଉଛି ।

ସୂଚନାଯାଉକି, ୧୯୭୦ ଓ ୧୯୭୪ରେ ମହିନ୍ଦ୍ର ସିଂ ଗିଲ୍ ଯଥାକ୍ରମେ କାଂସ୍ୟ ଓ ରୌପ୍ୟ ପଦକ ଜିତିଥିଲେ । ସେହିଭଳି ୨୦୧୦ ଓ ୨୦୧୪ରେ ରଞ୍ଜିତା ମାହେଶ୍ୱରୀ ଓ ଅର୍ପିନ୍ଦର ସିଂ ଯଥାକ୍ରମେ ଦୁଇଟି କାଂସ୍ୟ ପଦକ ଅର୍ଜନ କରିଥିଲେ ।




