ପାକିସ୍ତାନ ସରକାରଙ୍କୁ ଆଫ୍ରିଦିଙ୍କ କଡା ଚେତାବନୀ

ପାକିସ୍ତାନ ସରକାରଙ୍କୁ  ଆଫ୍ରିଦିଙ୍କ କଡା ଚେତାବନୀ
Samaya Live News Picture
Published On

ପାକିସ୍ତାନର କୋହାଟ୍ ଜିଲ୍ଲାରେ ଏକ ହାଇପୋ୍ରଫାଇଲ୍ ପିଟିଆଇ ରାଲିରେ ଖାଇବର ଫଖତୁନଖ୍ୱା ମୁଖ୍ୟମନ୍ତ୍ରୀ ମହମ୍ମଦ ସୋହେଲ୍ ଆଫ୍ରିଦି ଦଳୀୟ ସମର୍ଥକମାନଙ୍କୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି । ଯଦି ପ୍ରତିବାଦ ଘୋଷଣା କରାଯାଏ ତେବେ ପ୍ରସ୍ତୁତ ରୁହନ୍ତୁ । ଏହି ବାର୍ତ୍ତାକୁ ନେଇ ଅନୁମାନ କରାଯାଉଛି ଯେ ପିଟିଆଇ ଦଳ ଶେହବାଜ ସରିଫ ଏବଂ ଅସୀମ ମୁନୀରଙ୍କ ବିରୋଧରେ ପ୍ରତିବାଦର ବିଗୁଲ ଫୁଙ୍କିବାକୁ ପ୍ରସ୍ତୁତ ହେଉଛି । ଆଫି୍ରଦି କହିଥିଲେ – ଆମେ ବର୍ତ୍ତମାନର ଶାସନଠାରୁ ଆମର ପ୍ରକୃତ ସ୍ୱାଧୀନତା ଛଡାଇ ନେବୁ । ଜେଲରେ ଥିବା ପିଟିଆଇ ପ୍ରତିଷ୍ଠାତା ଇମ୍ରାନ ଖାନଙ୍କ ଏକ ବାର୍ତ୍ତାକୁ ଉଲ୍ଲେଖ କରି ଆଫ୍ରିଦି ଜନତାଙ୍କୁ ମନେ ପକାଇ ଦେଇଥିଲେ ଯେ ଖାନ ଜେଲରୁ ସ୍ୱାଧୀନତା କିମ୍ବା ମୃତ୍ୟୁ ସ୍ଲୋଗାନ ଦେଇଥିଲେ । ସେ ଉସôାହୀ ସ୍ୱରରେ କହିଥିଲେ ଯଦି ଏଥର ଆମେ ବାହାରକୁ ଯାଉ ତେବେ ଆମେ କଫନ ପିନ୍ଧି କିମ୍ବା ସ୍ୱାଧୀନତା ସହିତ ଫେରିବୁ ।

WhatsApp Image 2025-12-16 at 6.30.40 PM

ଇମ୍ରାନ ଖାନ ସରକାରଙ୍କ ସହିତ ଆଲୋଚନା କିମ୍ବା ପ୍ରତିବାଦ ଭଳି ପ୍ରମୁଖ ନିଷ୍ପତ୍ତି ପଖତୁନଖ୍ୱା ମିଲି ଆୱାମୀ ପାର୍ଟି ଅଧ୍ୟକ୍ଷ ମହମୁଦ ଖାନ ଆଚକଜାଇ ଏବଂ ସେନେଟର ଆଲ୍ଲାମା ରାଜା ନାସିର ଆବାସଙ୍କୁ ଦେଇଛନ୍ତି । ଯେଉଁମାନେ ବିରୋଧୀ ମେଣ୍ଟ ତେହେରିକ୍-ଏ-ତହାଫୁଜ୍ ଆଇନ-ଏ-ପାକିସ୍ତାନ ର ଅଂଶ ଯେଉଁଥିରେ ପିଟିଆଇ ମଧ୍ୟ ଅନ୍ତର୍ଭୁକ୍ତ । ଆଫି୍ରଦି କହିଛନ୍ତି ସେ ଉଭୟ ନେତାଙ୍କୁ ଭେଟି ସମସ୍ତ ପ୍ରକାରର ସମର୍ଥନର ପ୍ରତିଶ୍ରୁତି ଦେଇଛନ୍ତି । ସେ ତାଙ୍କ ସମର୍ଥକମାନଙ୍କୁ କହିଛନ୍ତି ଯେତେବେଳେ ସେମାନେ ଡାକିବେ ଆପଣଙ୍କୁ ପ୍ରସ୍ତୁତ ରହିବାକୁ ପଡିବ । ଏକାଠି ହେଲେ ହିଁ ଆମେ ବର୍ତ୍ତମାନର ସରକାରଙ୍କଠାରୁ ପ୍ରକୃତ ସ୍ୱାଧୀନତା ଛଡାଇ ନେବୁ । ଦାବି ହେଉଛି ଯେ ସମସ୍ତ ଅନୁଷ୍ଠାନ ଏବଂ ସରକାର ପିଟିଆଇକୁ ଧ୍ୱଂସ କରିବା ପାଇଁ ଏକାଠି କାମ କରୁଛନ୍ତି । ଏମିତିକି କୋର୍ଟ ମଧ୍ୟ ଦଳର ଅଭିଯୋଗକୁ ଅଣଦେଖା କରୁଛନ୍ତି । କାହାର ନାଁ ନନେଇ ସେ କହିଛନ୍ତି ସେମାନେ ଏବେ ଆମକୁ ହତ୍ୟା କରିବାକୁ ଲାଗିଛନ୍ତି । ଯେଉଁମାନେ ଆମ ଭୋଟକୁ ସୁରକ୍ଷା ଦେବା କଥା ଥିଲା ସେମାନେ ସେ ଭୋଟକୁ ଚୋରି କରି ନେଇଛନ୍ତି । ତେବେ କୁହନ୍ତୁ ଆମ ପାଖରେ ଆଉ କେଉଁ ଉପାୟ ବାକି ଅଛି ।

Tags: