ଆରସିବି କିଣିବାକୁ ଆଗ୍ରହ ଦେଖାଇଲେ ପୁନାଓ୍ବାଲା
By: Samaya Live Desk
ମୁମ୍ବାଇ: ଆଇପିଏଲ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) କିଣିବାକୁ ଆଗ୍ରହ ଦେଖାଇଛନ୍ତି ସେରମ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାଓ୍ବାଲା। ଆସନ୍ତା କିଛି ମାସ ମଧ୍ୟରେ ଆରସିବି କିଣିବା ପାଇଁ ସେ ଏକ ଦୃଢ ଓ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ବିଡ୍ ଦାଖଲ କରିବେ ବୋଲି କହିଛନ୍ତି। ଗତ ବର୍ଷ ଅକ୍ଟୋବରରେ ମଧ୍ୟ ସେ କହିଥିଲେ ଯେ ଉପଯୁକ୍ତ ମୂଲ୍ୟାଙ୍କନ ସହ ଆରସିବି ଏକ ଭଲ ଦଳ। ଆରସିବିର ମାଲିକାନା ଏବେ ୟୁନାଇଟେଡ୍ ସ୍ପିରିଟ୍ସର ମୂଳ କମ୍ପାନି ଡିଏଗୋ ପାଖରେ ରହିଛି। ଗତ ବର୍ଷ ଆରସିବି ଆଇପିଏଲ ଜିତିବା ପରେ ଏହି ଦଳକୁ ବିକ୍ରି କରିବାକୁ ଆଗ୍ରହ ଦେଖାଇଥିଲା ଡିଏଗୋ। ଗତ ନଭେମ୍ବରରେ କମ୍ପାନି କହିଥିଲା ଯେ ଆରସିବିରେ ଥିବା କମ୍ପାନିର ନିବେଶ ସଂପର୍କରେ ସମୀକ୍ଷା କରାଯିବ। ୨୦୦୭ରେ ୟୁନାଇଟେଡ୍ ସ୍ପିରିଟ୍ସର ତତକାଳୀନ ଅଧ୍ୟକ୍ଷ ବିଜୟ ମାଲ୍ୟା ଏହାକୁ ୧୧୧.୬ ନିୟୁତ ଡଲାରରେ ଖରିଦ କରିଥିଲେ। ପରେ ଡିଓଗୋ ୟୁନାଇଟେଡ୍ ସ୍ପିରିଟ୍ସକୁ ଅଧିଗ୍ରହଣ କରିବା ପରେ ଆରସିବି ମଧ୍ୟ ଏହି କମ୍ପାନି ଅଧିନକୁ ଆସିଥିଲା।
Tags:



