୧୯ ବର୍ଷରୁ କମ୍‌ ବିଶ୍ବକପ୍‌: ଇଂଲଣ୍ଡକୁ ହରାଇ ଭାରତ ଷଷ୍ଠଥର ବିଶ୍ବବିଜେତା

୧୯ ବର୍ଷରୁ କମ୍‌ ବିଶ୍ବକପ୍‌: ଇଂଲଣ୍ଡକୁ ହରାଇ ଭାରତ ଷଷ୍ଠଥର ବିଶ୍ବବିଜେତା

ହରାରେ: ୧୯ ବର୍ଷରୁ କମ୍ ବିଶ୍ବକପ୍ ଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଭାରତ ଷଷ୍ଠ ଥର ପାଇଁ ବିଶ୍ୱ କପ୍‌ ଜିତିଛି। ହରାରେ ସ୍ପୋର୍ଟ୍ସ କ୍ଲବ୍‌ରେ ଖେଳାଯାଇଥବା ଫାଇନାଲ୍‌ରେ ଇଂଲଣ୍ଡକୁ ୧୦୦ ରନ୍ରେ ଭାରତ ପରାସ୍ତ କରିଛି। ୪୧୨ ରନ୍ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଇଂଲଣ୍ଡ ୪୦. ଓଭରରେ ସମସ୍ତ ୱିକେଟ୍ ହରାଇ ୩୧୧ ରନ୍ ସଂଗ୍ରହ କରିପାରିଥିଲା। ଭାରତର ବିଜୟରେ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ  ବଡ଼ ଭୂମିକା ତୁଲାଇଥିଲେ। ସେ ୫୫ ବଲ୍‌ରୁ ଦ୍ରୁତ ଶତକ ଅର୍ଜନ କରିବା ସହ ୧୭୫ ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ। ତାଙ୍କ ବ୍ୟାଟିରେ ୧୫ଟି ଲେଖାଏଁ ଚୌକା ଓ ଛକା ସାମିଲ ଥିଲା। ଯାହାଫଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୱିକେଟ୍ ହରାଇ ୪୧୧ ରନ୍ ସଂଗ୍ରହ କରିଥିଲା। 

ସମ୍ବନ୍ଧିତ ଖବର ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ୪୦ ଭାରତୀୟ ବଂଶୋଦ୍ଭବ

ଭାରତ ପ୍ରଥମେ ବ୍ୟାଟିଂ କରି ଆରମ୍ଭରୁ ଆରୋନ ଜର୍ଜ ()ଙ୍କୁ ହରାଇଥିଲେ। ସୂର୍ଯ୍ୟବଂଶୀ ଅଧିନାୟକ ଆୟୁଷ ମହାତ୍ରେ କିନ୍ତୁ ଦ୍ବିତୀୟ ୱିକେଟ୍‌ ପାଇଁ ମାତ୍ର ୧୫ ଓଭରରେ ୧୪୦ ରନ୍‌ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ସୂର୍ଯ୍ୟବଂଶୀ ୫୫ ବଲ୍‌ରୁ ଶତକ ପୂର୍ଣ୍ଣ କରିଥିବା ବେଳେ ଭାରତ ୨୫ ଓଭରରେ ୨୫୦ ରନ୍‌ କରିଥିଲା। ସୂର୍ଯ୍ୟବଂଶୀ ୧୭୫ ରନ୍‌ କରି ଆଉଟ୍‌ ହୋଇଥିଲା ବେଳେ ଆୟୁଷ ମହାତ୍ରେ ୫୩, ୱିକେଟ୍‌ରକ୍ଷକ ଅଭିଜ୍ଞାନ କୁଣ୍ଡୁ ୪୦, କନିଷ୍କ ଚୌହାନ ୩୭*, ବେଦାନ୍ତ ତ୍ରିବେଦୀ ୩୨, ବିହାନ ମାଲହୋତ୍ରା ୩୦ରନ୍‌ର ମହତ୍ବପୂର୍ଣ୍ଣ ଅବଦାନ ଦେଇଥିଲେ।

ସମ୍ବନ୍ଧିତ ଖବର ଅଣ୍ଡର ୧୯ ୱାର୍ଲଡ କପ ମହାମୁକାବିଲା...

ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବେଳେ ଇଂଲଣ୍ଡ ୫୮ ବଲ୍‌ ପୂର୍ବରୁ ୩୧୧ ରନ୍‌ ସଂଗ୍ରହ କରି ସମସ୍ତ ୱିକେଟ୍‌ ହରାଇଥିଲା। କାଲବ୍‌ ଫାଲକନର୍‌ ଲଢ଼ୁଆ ଶତକ (୬୭ ବଲ୍‌ରୁ ୧୧୫ ରନ୍) ଅର୍ଜନ କରିଥିଲେ ମଧ୍ୟ ଏହା ଇଂଲଣ୍ଡ ପାଇଁ ଯଥେଷ୍ଟ ହୋଇ ନଥିଲା। ଆର୍‌ଏସ୍‌ ଅମ୍ବ୍ରିସ୍‌, ଦୀପେଶ ଦେବେନ୍ଦ୍ରନ, କନିଷ୍କ ଚୌହାନ ମିଳିତ ଭାବେ ୱିକେଟ୍‌ ଦଖଲ କରି ଇଂଲଣ୍ଡ ବ୍ୟାଟିଂକ୍ରମକୁ ଭାଙ୍ଗିଥିଲେ। ଚର୍ଚ୍ଚିତ ଶତକ ପାଇଁ ସୂର୍ଯ୍ୟବଂଶୀ ଫାଇନାଲ୍ ଶ୍ରେଷ୍ଠ ଖେଳାଳି ଏବଂ ଦ୍ବିତୀୟ ସର୍ବାଧିକ ରନ୍‌ (୪୩୯) ସଂଗ୍ରହ କରିବା ସହ ଗୋଟିଏ ୱିକେଟ୍‌ ନେଇ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର ଯଦି ବାଂଲାଦେଶକୁ ଟି-୨୦ ବିଶ୍ୱକପରେ ପୁଣି ଥରେ ସୁଯୋଗ ଦିଆଯାଏ, ତେବେ ଭାରତ-ପାକିସ୍ତାନ ମ୍ୟାଚ୍ ହୋଇପାରିବ: ପୂର୍ବତନ ପିସିବି ମୁଖ୍ୟ

 

Tags: