୧୯୯୮ରୁ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ

ନୂଆଦିଲ୍ଲୀ : ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଆସିଛି । ଖାସ୍‌ କରି ୨୦୧୦ ନୂଆଦିଲ୍ଲୀ ସଂସ୍କରଣରେ ଭାରତ ୧୦୧ ପଦକ ଜିତି ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିଲା । ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡା ୨୮ ତାରିଖରୁ ଆରମ୍ଭ ହେବାକୁଯାଉଛି । ଏହି ପ୍ରତିଯୋଗିତାରେ ୭୨ଟି ରାଷ୍ଟ୍ର ଅଂଶଗ୍ରହଣ କରିବେ । ଏହି ପ୍ରତିଯୋଗିତା ପାଇଁ ଭାରତୀୟ କ୍ରୀଡାବିତ୍‌ ବର୍ମିଂହାମ୍‌ ପହଞ୍ଚିସାରିଛନ୍ତି । ଭାରତୀୟ ଆଥଲେଟ୍‌ଙ୍କ ମଧ୍ୟରେ ଟୋକିଓ ଅଲିମ୍ପିକ୍‌ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା […]

Samaya Live Picture
Published On

ନୂଆଦିଲ୍ଲୀ : ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଆସିଛି । ଖାସ୍‌ କରି ୨୦୧୦ ନୂଆଦିଲ୍ଲୀ ସଂସ୍କରଣରେ ଭାରତ ୧୦୧ ପଦକ ଜିତି ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିଲା ।

ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡା ୨୮ ତାରିଖରୁ ଆରମ୍ଭ ହେବାକୁଯାଉଛି । ଏହି ପ୍ରତିଯୋଗିତାରେ ୭୨ଟି ରାଷ୍ଟ୍ର ଅଂଶଗ୍ରହଣ କରିବେ । ଏହି ପ୍ରତିଯୋଗିତା ପାଇଁ ଭାରତୀୟ କ୍ରୀଡାବିତ୍‌ ବର୍ମିଂହାମ୍‌ ପହଞ୍ଚିସାରିଛନ୍ତି । ଭାରତୀୟ ଆଥଲେଟ୍‌ଙ୍କ ମଧ୍ୟରେ ଟୋକିଓ ଅଲିମ୍ପିକ୍‌ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଅଛନ୍ତି । ସେ ଏହି ସଂସ୍କରଣରେ କୀର୍ତ୍ତିମାନ ରଚିବେ ବୋଲି ଆଶା କରାଯାଉଛି । ପ୍ରଥମଥର ପାଇଁ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରୁ ସୁଟିଂକୁ ବାଦ ଦିଆଯାଇଛି । ତେଣୁ ସୁଟିଂ ବର୍ଗ ନଥିବାରୁ ଏହା ଭାରତର ପଦକ ସଂଖ୍ୟାକୁ ପ୍ରଭାବିତ କରିବ । ୧୯୯୮ରୁ ୨୦୧୮ ମଧ୍ୟରେ ଅନୁଷ୍ଠିତ ୬ଟି ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପ୍ରଦର୍ଶନ ଉପରେ ନଜର ପକାଇବା ।

୧୯୯୮ ରାଜ୍ୟଗୋଷ୍ଠୀ କ୍ରୀଡା କ୍ୱାଲାଲମ୍ପୁର ସଂସ୍କରଣ ୨୫ ପଦକ
୧୯୯୮ ରାଜ୍ୟଗୋଷ୍ଠୀ କ୍ରୀଡା କ୍ୱାଲାଲମ୍ପୁରରେ ଅନୁଷ୍ଠିତ ହୋଇଥିଲା । ଏହା ପ୍ରଥମ୍‌ଥର ପାଇଁ ଏସୀୟା ମହାଦେଶରେ ଖେଳାଯାଇଥିଲା । ଏହି ସଂସ୍କରଣରେ ପ୍ରଥମଥର ପାଇଁ କ୍ରିକେଟ ଓ ହକିକୁ ସାମିଲ କରାଯାଇଥିଲା । ଅଜୟ ଜାଡେଜାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍‌ ଦଳ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେଇଥିଲା । ସେହିଭଳି ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ନିକଟରୁ ଇଂଲଣ୍ଡ ଦଳକୁ ଫେରିଯାଇଥିଲା । ଏହି ସଂସ୍କରଣରେ ଭାରତ ମୋଟ୍‌ ୨୫ଟି ପଦକ ସହ ପଦକ ତାଲିକାର ଅଷ୍ଟମ ସ୍ଥାନରେ ରହିଥିଲା । ଏହି ସଂସ୍କରଣରେ ଭାରତୀୟ ଖେଳାଳି ୭ଟି ସ୍ୱର୍ଣ୍ଣ, ୧୦ଟି ରୌପ୍ୟ ଓ ୮ଟି ବ୍ରୋଞ୍ଜ ପଦକ ଜିତିଥିଲେ ।

୧୯୯୮ରୁ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ

୨୦୦୨ ମାଞ୍ଚେଷ୍ଟର ସଂସ୍କରଣ (୬୯ ପଦକ)
୨୦୦୨ ମାଞ୍ଚେଷ୍ଟର ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ମୋଟ୍‌ ୬୯ଟି ପଦକ ଜିତିଥିଲା । ଏଥିରେ ୩୦ଟି ସ୍ୱର୍ଣ୍ଣ, ୨୨ଟି ରୌପ୍ୟ ଓ ୧୭ଟି ବ୍ରୋଞ୍ଜ ପଦକ ଥିଲା । ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିଲା । ଭାରତୀୟ ମହିଳା ହକି ଦଳ ପ୍ରଥମଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲା । ଭାରତୀୟ ସୁଟର ମୋଟ୍‌ ୧୪ଟି ସ୍ୱର୍ଣ୍ଣ ଜିତିଥିଲେ ।

୧୯୯୮ରୁ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ

୨୦୦୬ ମେଲବୋର୍ଣ୍ଣ ସଂସ୍କରଣ (୫୦ ପଦକ)
୨୦୦୬ ମେଲବୋର୍ଣ୍ଣ ସଂସ୍କରଣରେ ଭାରତ ମୋଟ୍‌ ୫୦ ପଦକ ଜିିତିଥିଲା । ଏଥିରେ ୨୨ଟି ସ୍ୱର୍ଣ୍ଣ, ୧୭ଟି ରୌପ୍ୟ ଓ ୧୧ଟି ବ୍ରୋଞ୍ଜ ପଦକ ଜିତିଥିଲା । ଭାରତୀୟ ସୁଟର ୧୬ଟି ସ୍ୱର୍ଣ୍ଣ ପଦକ ଜିତିଥିଲେ ।

୧୯୯୮ରୁ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ

୨୦୧୦ ନୂଆଦିଲ୍ଲୀ ସଂସ୍କରଣ (୧୦୧ ପଦକ)
୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡା ନୂଆଦିଲ୍ଲୀରେ ଆୟୋଜନ ହୋଇଥିଲା । ଆୟୋଜକ ରାଷ୍ଟ୍ର ଭାବେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖାଇ ୧୦୧ ପଦକ ଜିତିଥିଲା । ଏଥିରେ ୩୮ଟି ସ୍ୱର୍ଣ୍ଣ, ୨୭ଟି ରୌପ୍ୟ ଏବଂ ୩୬ଟି ବ୍ରୋଞ୍ଜ ପଦକ ରହିଛି । ଭାରତ ପଦକ ତାଲିକାରେ ଅଷ୍ଟ୍ରେଲିଆ ତଳକୁ ଦ୍ୱିତୀୟ ସ୍ଥାନରେ ରହିଥିଲା । ପୁଣିଥରେ ସୁଟିଂ ବର୍ଗରେ ଭାରତକୁ ସର୍ବାଧିକ ପଦକ ମିଳିଥିଲା । ୧୪ଟି ସ୍ୱର୍ଣ୍ଣ ସହ ସୁଟିଂରୁ ମୋଟ୍‌ ୩୦ ପଦକ ଜିତିଥିଲେ ଭାରତୀୟ । ବ୍ୟାଡ଼ମିଣ୍ଟନରେ ମଧ୍ୟ ସାଇନା ନେହ୍ୱାଲ ସ୍ୱର୍ଣ୍ଣ ଜିତିଥିଲେ ।

୧୯୯୮ରୁ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ

୨୦୧୪ ଗ୍ଲାସ୍‌ଗୋ ସଂସ୍କରଣ (୬୪ ପଦକ)
୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ୬୪ଟି ପଦକ ଜିତିଥିଲା । ବିକାଶ ଗୌଡା ପୁରୁଷ ଡିସ୍‌କସ୍‌ ଥ୍ରୋରେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ଜିତିଥିଲେ । ସ୍କ୍ୱାଶରେ ଦୀପିକା ପାଲିକଲ ଓ ଜ୍ୟୋତ୍ସ୍ନା ଚିନ୍ନାପା ପ୍ରଥମଥର ପାଇଁ ସ୍ୱର୍ଣ୍ଣ ହାତେଇଥିଲେ । ବ୍ୟାଡ଼ମିଣ୍ଟନରେ ପ୍ରଥମ ପୁରୁଷ ଭାରତୀୟ ଖେଳାଳି ଭାବେ ପାରୁପଲ୍ଲୀ କାଶ୍ୟପ ୩୨ ବର୍ଷ ପରେ ସ୍ୱର୍ଣ୍ଣ ଜିତି କୀର୍ତ୍ତିମାନର ଅଧିକାରୀ ହୋଇଥିଲେ । ଦୀପା କର୍ମକାର ଜିମ୍ନାଷ୍ଟିକ୍‌ କ୍ରୀଡାରେ ବ୍ରୋଞ୍ଜ ହାତେଇଥିଲେ ।

୨୦୧୮ ଗୋଲïକୋଷ୍ଟ ସଂସ୍କରଣ (୬୬ଟି ପଦକ)
୨୦୧୮ରେ ଅଷ୍ଟ୍ରେଲିଆର ଗୋଲïକୋଷ୍ଟରେ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ ହୋଇଥିଲା । ଏହି ସଂସ୍କରଣରେ ଭାରତ ମୋଟ୍‌ ୬୬ଟି ପଦକ ଜିତି ତୃତୀୟ ସ୍ଥାନରେ ରହିଥିଲା । ଭାରୋତ୍ତୋଳନ, ସୁଟିଂ, କୁସ୍ତି, ବ୍ୟାଡ଼ମିଣ୍ଟନ, ଟେବୁଲ ଟେନିସ୍‌ ଓ ବକ୍ସିଂରେ ଭାରତୀୟ ଖେଳାଳିଙ୍କୁ ଆଶାତୀତ ପଦକ ସଫଳତା ମିଳିଥିଲା ।