ହକି ବିଶ୍ୱକପ ୨୦୨୩ : ପି.ଆର୍. ଶ୍ରୀଜେଶଙ୍କ ଶେଷ ବିଶ୍ବକପ୍
ଭୁବନେଶ୍ୱର : ଚଳିତ ଜାନୁଆରୀ ୧୩ ରୁ ୨୯ ମଧ୍ୟରେ ଭୁବନେଶ୍ୱର ଏବଂ ରାଉରକେଲାରେ ଖେଳାଯିବାକୁ ଥିବା ୧୫ ତମ FIH ପୁରୁଷ ବିଶ୍ୱକପ ୨୦୨୩ ର ହକି ମହାକୁମ୍ ପାଇଁ ଅନେକ ହକି ତାରକା ଓଡିଶାରେ ପହଞ୍ଚିଛନ୍ତି। ପ୍ରଥମ ଥର ପାଇଁ FIH ପୁରୁଷ ବିଶ୍ୱକପ ହକି କ୍ରମାଗତ ୨ୟ ବାର ନିଜ ମାଟିରେ ଆୟୋଜିତ ହେବାକୁ ଯାଉଛି I ପ୍ରଥମ ଥର ପାଇଁ ଏହା ୨୦୧୮ ରେ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ଯେଉଁଥିରେ ବେଲଜିୟମ […]
ଭୁବନେଶ୍ୱର : ଚଳିତ ଜାନୁଆରୀ ୧୩ ରୁ ୨୯ ମଧ୍ୟରେ ଭୁବନେଶ୍ୱର ଏବଂ ରାଉରକେଲାରେ ଖେଳାଯିବାକୁ ଥିବା ୧୫ ତମ FIH ପୁରୁଷ ବିଶ୍ୱକପ ୨୦୨୩ ର ହକି ମହାକୁମ୍ ପାଇଁ ଅନେକ ହକି ତାରକା ଓଡିଶାରେ ପହଞ୍ଚିଛନ୍ତି। ପ୍ରଥମ ଥର ପାଇଁ FIH ପୁରୁଷ ବିଶ୍ୱକପ ହକି କ୍ରମାଗତ ୨ୟ ବାର ନିଜ ମାଟିରେ ଆୟୋଜିତ ହେବାକୁ ଯାଉଛି I ପ୍ରଥମ ଥର ପାଇଁ ଏହା ୨୦୧୮ ରେ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ଯେଉଁଥିରେ ବେଲଜିୟମ ନେଦରଲ୍ୟାଣ୍ଡକୁ ପରାସ୍ତ କରି ପ୍ରଥମ ଟାଇଟଲ୍ ହାତେଇଥିଲା I
ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ୱକପ ଆରମ୍ଭ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ଭାରତ ମଧ୍ୟ ନିଜର ପ୍ରଥମ ମ୍ୟାଚ୍ ଖେଳିବାକୁ ଅପେକ୍ଷା କରି ରହିଛି। ଓଡ଼ିଶାରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ ଆୟୋଜନ ହେଉଥିବା ବେଳେ ଭାରତ ନିଶ୍ଚିତ ଇତିହାସ ରଚିବ ବୋଲି ହକି ଟିମ୍ର ଭେଟରାନ ଗୋଲକିପର ପିଆର ଶ୍ରୀଜେଶ ଆଶା ରଖିଛନ୍ତି। ଶ୍ରୀଜେଶ ନିଜର ୪ର୍ଥ ବିଶ୍ୱକପ ଖେଳୁଥିବା ବେଳେ ଭାରତ ମାଟିରେ ୩ୟ ବିଶ୍ୱକପ ଖେଳିବେ। ତେଣୁ ସେ ନିଜ ହକି କ୍ୟାରିୟରକୁ ମେଡାଲ ସହ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି କାର୍ଯ୍ୟକ୍ରମକୁ ଆଜି ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ।
ଚଳିତ ବିଶ୍ୱକପ ଅବସରରେ ଭାରତୀୟ ଦଳର ଭେଟେରାନ୍ ଗୋଲ୍ରକ୍ଷକ ପି.ଆର୍. ଶ୍ରୀଜେଶ ସମ୍ଭବତଃ ତାଙ୍କର ଶେଷ ବିଶ୍ବକପ୍ ଖେଳିବାକୁ ଯାଉଛନ୍ତି। ୨୦୧୦ ଦିଲ୍ଲୀ ସଂସ୍କରଣରେ ଶ୍ରୀଜେଶ ପ୍ରଥମ ଥର ପାଇଁ ବିଶ୍ବକପ୍ ଖେଳିଥିଲା ବେଳେ ପରବର୍ତୀ ଦୁଇ ଥର (୨୦୧୪ ଓ ୨୦୧୮) ସେ ଭାରତୀୟ ଦଳର ସଦସ୍ୟ ରହିଆସିଛନ୍ତି। ୩୪ ବର୍ଷିୟ ଶ୍ରୀଜେଶ ଏପର୍ଯ୍ୟନ୍ତ ୨୭୪ ଆନ୍ତର୍ଜାତିକ ମ୍ୟାଚ୍ ଖେଳିସାରିଲେଣି। ୨୦୦୪ରେ ଭାରତୀୟ କନିଷ୍ଠ ଦଳକୁ ଏବଂ ୨୦୦୬ରେ ବରିଷ୍ଠ ଦଳ (ଦକ୍ଷିଣ ଏସୀୟ କ୍ରୀଡ଼ା) ପାଇଁ ମନୋନୀତ ହୋଇଥିଲେ। ୨୦୦୮ରେ ଭାରତ କନିଷ୍ଠ ଏସିଆ କପ୍ ବିଜେତା ହୋଇଥିଲା ବେଳେ ଶ୍ରୀଜେଶ ଶ୍ରେଷ୍ଠ ଗୋଲ୍ରକ୍ଷକ ପୁରସ୍କାର ଜିତିଥିଲେ। ତେବେ ବରିଷ୍ଠ ଦଳରେ ସ୍ଥାନ ପକ୍କା କରିବାକୁ ଏହାହିଁ ତାଙ୍କ ପାଇଁ ଯଥେଷ୍ଟ ଥିଲା। ଭାରତୀୟ ବରିଷ୍ଠ ଦଳର ନିୟମିତ ଗୋଲ୍ରକ୍ଷକ ଆଦ୍ରିଆନ୍ ଡିସୌଜା ଓ ଭରତ ଛେତ୍ରୀଙ୍କ ଅନୁପସ୍ଥିତିରେ ଶ୍ରୀଜେଶଙ୍କୁ ସୁଯୋଗ ମିଳୁଥିଲା। ନିଜ ଦକ୍ଷତା ବଳରେ ୨୦୧୧ ପରଠୁ ସେ ନିୟମିତ ଗୋଲ୍ରକ୍ଷକ ହୋଇଯାଇଥିଲେ। ୨୦୧୬ରେ ସର୍ଦ୍ଦାର ସିଂହଙ୍କ ପରେ ଦଳର ନେତୃତ୍ୱ ନେଇଥିଲେ ଇ ଏହାପରେ ୨୦୧୬ ଅଲିମ୍ପିକ୍ସରେ ସେ ଭାରତକୁ କ୍ବାର୍ଟରଫାଇନାଲ୍ ପର୍ଯ୍ୟନ୍ତ ନେଇଥିଲେ। ଟୋକିଓ ଅଲିମ୍ପିକ୍ସରେ ଭାରତକୁ କାଂସ୍ୟ ଜିତାଇବାରେ ଶ୍ରୀଜେଶ ବଡ଼ ଭୂମିକା ନେଇଥିଲେ। ହକି ଇଣ୍ଡିଆ ଲିଗ୍ରେ ସେ ମୁମ୍ବାଇ ମ୍ୟାଜିସିଆନ୍ସ ଓ ଉତ୍ତରପ୍ରଦେଶ ୱିଜାର୍ଡ୍ସ ପକ୍ଷରୁ ଖେଳିଛନ୍ତି। ୨୦୨୧ରେ ଭାରତ ସରକାରଙ୍କଠୁ ସେ ଖେଳରତ୍ନ ପୁରସ୍କାର ପାଇଥିଲେ। ବିଗତ ଦୁଇ ବର୍ଷ ହେବ ସେ ଏଫ୍ଆଇଏଚ୍ର ଶ୍ରେଷ୍ଠ ଗୋଲ୍ରକ୍ଷକ ସମ୍ମାନ ମଧ୍ୟ ପାଇଛନ୍ତି।




