ଟ୍ବେଣ୍ଟି-୨୦ ବିଶ୍ବକପ୍‌: ନେପାଳକୁ ହରାଇ ସୁପର ୮ରେ ୱେଷ୍ଟଇଣ୍ଡିଜ୍‌

ଟ୍ବେଣ୍ଟି-୨୦ ବିଶ୍ବକପ୍‌: ନେପାଳକୁ ହରାଇ ସୁପର ୮ରେ ୱେଷ୍ଟଇଣ୍ଡିଜ୍‌

ମୁମ୍ବାଇ: ୱେଷ୍ଟଇଣ୍ଡିଜ୍ ଟି-୨୦ ବିଶ୍ୱକପ୍ ୨୦୨୬ରେ ନିଜର ଉତ୍କୃଷ୍ଟ ଫର୍ମ ଜାରି ରଖବା ସହ ପ୍ରଥମ ଦଳ ଭାବେ ସୁପର ୮ରେ ପ୍ରବେଶ କରିଛି। ରବିବାର ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ‌ ୱେଷ୍ଟଇଣ୍ଡିଜ୍‌ ୯ୱିକେଟ୍‌ରେ ନେପାଳକୁ ପରାସ୍ତ କରି ଏହି ଯୋଗ୍ୟତା ହାସଲ କରିଛି। ଫଳରେ ବିଶ୍ବକପ୍‌ରୁ ନେପାଳର ଅଭିଯାନ ମଧ୍ୟ ଶେଷ ହୋଇଯାଇଛି।  

ସମ୍ବନ୍ଧିତ ଖବର ଟି-୨୦ ବିଶ୍ବକପ୍‌: ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ

ୱିଣ୍ଡିଜ୍ ପେସରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ଯୋଗୁଁ ନେପାଳ ଇନିଂସର ପ୍ରାରମ୍ଭିକ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ଭାବରେ ପରାଜିତ ହୋଇଥିଲା। ତଥାପି ଦୀପେନ୍ଦ୍ର ସିଂହ ଏରିଙ୍କ ୫୮ ରନ୍‌ ସହାୟତାରେ ଦଳ ଏକ ସମ୍ମାନଜନକ ସ୍କୋର ୧୩୩/୮ରେ ପହଞ୍ଚିଯାଇଥିଲା। ଜାସନ ହୋଲ୍‌ଡର ସର୍ବାଧିକ ୪ ୱିକେଟ୍‌ ନେଇଥିଲେ। ଅକିଲ ହୋସେନ୍‌, ମାଥ୍ୟୁ ଫୋର୍ଡ, ସମାର ଜୋସେଫ, ରୋଷ୍ଟନ ଚେସ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ୱେଷ୍ଟଇଣ୍ଡିଜ୍ ସତର୍କତାର ଖେଳିବା ସହିତ ୧୫.୨ ଓଭରରେ ବିଜୟ ଲକ୍ଷ୍ୟରେ ପହଞ୍ଚିଥିଲା। ପାୱାରପ୍ଲେରେ ୨୨ ରନ୍‌ କରିଥିଲା ବେଳେ ବ୍ରାଣ୍ଡନ୍ କିଙ୍ଗଙ୍କୁ ହରାଇବା ସତ୍ତ୍ୱେ, ଶାଇ ହୋପ୍ ଏବଂ ଶିମରୋନ୍ ହେଟମାୟରଙ୍କ ମଧ୍ୟରେ ଅବିଭାଜିତ ଭାଗୀଦାରି ସେମାନଙ୍କୁ ଜିତାଇବା ପାଇଁ ଯଥେଷ୍ଟ ଥିଲା। ହୋପ୍ ୬୧ ରନ ଏବଂ ହେଟମାୟରଙ୍କ ୪୬ ରନ ସ୍କୋର କରିଥିଲେ। ଜାସନ ହୋଲ୍‌ଡର ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର ସଞ୍ଜୁଙ୍କ ଦମଦାର ଇଂନିସ , ଭାରତର ଶାନଦାର ବିଜୟ

Tags: