ଗୃହରେ ଅଚଳାବସ୍ଥା ଜାରି,୧୧ ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି

ଗୃହରେ ଅଚଳାବସ୍ଥା ଜାରି,୧୧ ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର : ଚାଲିପାରୁନି ବିଧାନସଭା ଗୃହ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଲଗାତାର ୪ ଦିନ ଧରି ଚାଲିପାରୁନାହିଁ ବିଧାନସଭା । ଗୃହରେ ଅଚଳାବସ୍ଥା ପାଇଁ ଗତକାଲି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ମାତ୍ର ତା'ସତ୍ତ୍ୱେ ମଧ୍ୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଛି । ଆଜି ପ୍ରଶ୍ନକାଳ ଆରମ୍ଭ ହେବ। ମାତ୍ରେ ଗୃହ ମଧ୍ୟ ଭାଗକୁ ଆସି ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟ ମାନେ ହାତରେ ପୋଷ୍ଟର ଏବଂ ପ୍ଲାକାର୍ଡ଼ ଧରି ବିଭିନ୍ନ ନାରାବାଜି ଦେଇ ଗୃହରେ ଅଚଳାବସ୍ଥା ସୃଷ୍ଟି କରିଥିଲେ । ଧାନ ମଣ୍ଡିରୁ ଧାନ ଉଠୁନି, ଚାଷୀ ହତାଶ ଏହି ପ୍ରସଙ୍ଗକୁ ମୁଦ୍ଦା କରି ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ସମ୍ବନ୍ଧିତ ଖବର ଟେଟ୍ରା ପ୍ୟାକ ରେ ମିଳିବ ମଦ

ପ୍ରଶ୍ନକାଳ ସମୟରେ ପ୍ରବଳ ହଟ୍ଟଗୋଳ ହେବାରୁ ବାଚସ୍ପତି ଠିଆ ହୋଇ ସେମାନଙ୍କୁ ଅନୁରୋଧ କରିଥିଲେ । ଉଭୟ ସଦସ୍ୟ ନିଜ ନିଜ ସିଟରେ ବସିବାକୁ ନିବେଦନ କରିଥିଲେ । ହେଲେ ଏହାକୁ ମାନିବାକୁ ନାରାଜ ବିରୋଧୀ । ପ୍ରବଳ ନାରାବାଜି ଯୋଗୁଁ ଗୃହକୁ ୧୧ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ଗତକାଲି ବଜେଟ ଉପସ୍ଥାପନ ହୋଇଥିବା ବେଳେ ଆଜି ଏହା ଉପରେ ଆଲୋଚନା ହେବାର ଥିଲା ।ତେବେ ପୁନଶ୍ଚ ଗୃହ ଆରମ୍ଭ ହେଲେ ମଧ୍ୟ ଏହି ପ୍ରକାର ସ୍ଥିତି ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର ୧୬ଟି ନୂଆ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Tags: