ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ୍ ହେଉଛନ୍ତି ତେଜସ୍ୱୀ
ନୂଆଦିଲ୍ଲୀ: ଜୁଲାଇ ୧୩: ବିହାର ବିଧାନସଭା ଶତାବ୍ଦୀ ସମାପାନ ସମାରୋହରେ ତେଜସ୍ୱୀଙ୍କ ଭାଷଣ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେଜସ୍ୱୀ ଯାଦବ ଯେଉଁଭଳି ଭାବରେ ଲେଖା ହୋଇଥିବା ଭାଷଣ ପଢୁଥିଲେ ତାକୁ ନେଇ ସବୁଠି ଚର୍ଚ୍ଚା । ତେଜସ୍ୱୀ ଯାଦବ ତାଙ୍କ ଭାଷଣ ସମୟରେ ବାରମ୍ବାର ଅଟକି ଯାଉଥିଲେ । ଏହାସହ କାର୍ଯ୍ୟକ୍ରମ ଶେଷରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ ମଞ୍ଚରେ ଉପସ୍ଥିତ ଥିବା ଅନ୍ୟ ନେତା ପ୍ରଧାନମନ୍ତ୍ରୀଙ୍କୁ ବିଦାୟ ଦେଇଥିଲେ । ଏହି […]
ନୂଆଦିଲ୍ଲୀ: ଜୁଲାଇ ୧୩: ବିହାର ବିଧାନସଭା ଶତାବ୍ଦୀ ସମାପାନ ସମାରୋହରେ ତେଜସ୍ୱୀଙ୍କ ଭାଷଣ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେଜସ୍ୱୀ ଯାଦବ ଯେଉଁଭଳି ଭାବରେ ଲେଖା ହୋଇଥିବା ଭାଷଣ ପଢୁଥିଲେ ତାକୁ ନେଇ ସବୁଠି ଚର୍ଚ୍ଚା । ତେଜସ୍ୱୀ ଯାଦବ ତାଙ୍କ ଭାଷଣ ସମୟରେ ବାରମ୍ବାର ଅଟକି ଯାଉଥିଲେ । ଏହାସହ କାର୍ଯ୍ୟକ୍ରମ ଶେଷରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ ମଞ୍ଚରେ ଉପସ୍ଥିତ ଥିବା ଅନ୍ୟ ନେତା ପ୍ରଧାନମନ୍ତ୍ରୀଙ୍କୁ ବିଦାୟ ଦେଇଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଏମିତି କିଛି କହିଦେଲେ ଯାହା କେହି କେବେ କଳ୍ପନା କରିନଥିଲେ । କଥାଟି ହେଉଛି ନିଜକୁ ସୁସ୍ଥ ରଖିବା ପାଇଁ ଯୋଗ କରୁଥିବା ତଥା ଦେଶକୁ ଫିଟ୍ ରହିବାକୁ ପରାମର୍ଶ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଜସ୍ୱୀ ଯାଦବଙ୍କୁ ନିଜର ଓଜନ ହ ୍ରାସ କରିବାକୁ ପରାମର୍ଶ ଦେଇଥିଲେ । ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଜସ୍ୱୀ ଯାଦବଙ୍କୁ ଓଜନ ହ ୍ରାସ କରିବାକୁ ପରାମର୍ଶ ଦେଲେ, ସେତେବେଳେ ସେ ଏହା ଶୁଣି ହସିବାକୁ ଲାଗିଲେ । ଏଇ କଥାରେ କେବଳ ତେଜସ୍ୱୀ ନୁହେଁ ସେଠାରେ ଉପସ୍ଥିତ ଥିବା ଅନ୍ୟ ସମସ୍ତେ ଖୁବ ଜୋରରେ ହସିଥିଲେ । ତେବେ ଭାଷଣ ଦେବା ସମୟରେ ତେଜସ୍ୱୀଙ୍କ ଥଙ୍ଗେଇବା ଏବଂ ଭାଷଣ ପରେ ତେଜସ୍ୱୀଙ୍କୁ ମୋଦିଙ୍କ କଟାକ୍ଷ ସୋସିଆଲ ମିଡିଆରେ ବେସ୍ ଚର୍ଚ୍ଚାର ବିଷୟ ପାଲଟିଛି ।




