ରାଜରାସ୍ତା ଅବରୋଧ କଲେ ସଂଗୀତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ

ରାଜରାସ୍ତା ଅବରୋଧ କଲେ ସଂଗୀତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ

ଭୁବନେଶ୍ଵର : ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି  I ରାଜରାସ୍ତା ଅବରୋଧ କଲେ ସଂଗୀତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ । ଡ୍ରାମା ବିଭାଗର ଜଣେ ଅଧ୍ୟାପକଙ୍କ ନାଁରେ ନିର୍ଯ୍ୟାତନା ଅଭିଯୋଗ ହୋଇଛି । ଏହାକୁ ନେଇ କ୍ୟାମ୍ପସ୍‌ରେ ଛାତ୍ରୀଙ୍କ ହଙ୍ଗାମାକୁ ନେଇ ପ୍ରବଳ ଉତ୍ତେଜନା ଦେଖାଦେଇଛି । ଡ୍ରାମା ବିଭାଗର ଅଧ୍ୟାପକ ଶତ୍ରୁଘନ ସାମଲଙ୍କ ବିରୋଧରେ କାଷ୍ଟିଂ କାଉଚ୍ ଅଭିଯୋଗ ପରେ ଉତ୍ତେଜନା ପ୍ରକାଶ ପାଇଛି ।  ସମ୍ପୃକ୍ତ ଅଧ୍ୟାପକଙ୍କୁ ନିଲମ୍ବନ କରିଛନ୍ତି ଛାତ୍ରଛାତ୍ରୀ । ଘଟଣାସ୍ଥଳରେ ସଂସ୍କୃତି ମନ୍ତ୍ରୀ ପହଞ୍ଚିଥୀଆବର ସୂଚନା ମିଳିଛି I  ଏ ନେଇ କଲେଜ କର୍ତ୍ତୃପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ବିକ୍ଷୋଭ କରୁଥିବା ଜଣେ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି  ।

Read More ଶୁକ୍ରବାର ବସିବ ମହାନଦୀ ଜଳ ବିବାଦ ପ୍ରସଙ୍ଗ ବୈଠକ

Tags: