ପୁଷ୍କର ସିଂହ ଧାମୀ ୫୪,୦୦୦ ଭୋଟରେ ବିଜୟୀ
ନୂଆଦିଲ୍ଲୀ: ଜୁନ ୬:ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ୫୪,୦୦୦ ଭୋଟରେ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ପଦବୀ ବଜାୟ ରଖିବାରେ ସମର୍ଥ ହୋଇଛନ୍ତି । ଚମ୍ପାୱତ ଉପନିର୍ବାଚନର ଭୋଟ୍ ଗଣନାରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଆଗୁଆ ଥିଲେ । ସକାଳ ୯.୩୦ ସୁଦ୍ଧା ବିଜେପି ପ୍ରାର୍ଥୀ ଧାମୀ ୨୫,୦୦୦ ଭୋଟ୍ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥି ନିର୍ମଳା ଗାଠୋରି ୧,୩୦୦ରୁ କମ୍ ଭୋଟ୍ ପାଇଥିଲେ । ସେହିପରି ସମାଜବାଦୀ ପାର୍ଟିର […]
ନୂଆଦିଲ୍ଲୀ: ଜୁନ ୬:ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ୫୪,୦୦୦ ଭୋଟରେ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ପଦବୀ ବଜାୟ ରଖିବାରେ ସମର୍ଥ ହୋଇଛନ୍ତି । ଚମ୍ପାୱତ ଉପନିର୍ବାଚନର ଭୋଟ୍ ଗଣନାରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଆଗୁଆ ଥିଲେ । ସକାଳ ୯.୩୦ ସୁଦ୍ଧା ବିଜେପି ପ୍ରାର୍ଥୀ ଧାମୀ ୨୫,୦୦୦ ଭୋଟ୍ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥି ନିର୍ମଳା ଗାଠୋରି ୧,୩୦୦ରୁ କମ୍ ଭୋଟ୍ ପାଇଥିଲେ । ସେହିପରି ସମାଜବାଦୀ ପାର୍ଟିର ମନୋଜ କୁମାର ଭଟ୍ଟ ଏବଂ ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଗାର୍କୋତି ପ୍ରତ୍ୟେକ ୩୦୦ରୁ କମ୍ ଭୋଟ୍ ପାଇଥିଲେ । ଗତ ଫେବ୍ରୁଆରି-ମାର୍ଚ୍ଚ ମାସରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି କ୍ଷମତା ବଜାୟ ରଖିଥିଲେ ସୁଦ୍ଧା ଖାତିମା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଧାମୀ କଂଗ୍ରେସ ପ୍ରାର୍ଥୀଙ୍କ ନିକଟରେ ପରାସ୍ତ ହୋଇଥିଲେ । କି;ୁ, କ୍ଷମତାସୀନ ବିଜେପି ଗତ ମାର୍ଚ୍ଚ ମାସରେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଇଥିଲା । ସେତେବେଳେ ସେ କଂଗ୍ରେସ ପ୍ରାର୍ଥୀ ଭୁବନଚନ୍ଦ୍ର କାପ୍ରିଙ୍କଠାରୁ ୬,୫୭୯ ଭୋଟରେ ପରାସ୍ତ ହୋଇଥିଲେ । ଗତ ବିଧାନସଭା ନିର୍ବାଚନରେ ଜିଣିଥିବା ବିଜେପି ପ୍ରାର୍ଥୀ କୈଳାଶଚନ୍ଦ୍ର ଗେଠୋରି ମୁଖ୍ୟମନ୍ତ୍ରୀ ଧାମୀଙ୍କ ପାଇଁ ନିଜ ଆସନରୁ ଇସ୍ତଫା ଦେଇଥିଲେ । ମେ ୩୧ ତାରିଖ ଦିନ ଏହି ଆସନ ନିମନ୍ତେ ଭୋଟ୍ ଗ୍ରହଣ କରାଯାଇଥିଲା ।




