ରାଷ୍ଟ୍ରପତି ନିର୍ବାଚନର ବାଜିବ ବିଗୁଲ

ନୂଆଦିଲ୍ଲୀ: ଜୁନ ୦୯: ରାଷ୍ଟ୍ରପତି ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ । ଅପରାହ୍ନ ୩ଟାରେ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମ ସୂତ୍ରରୁ ଖବର ମିଳିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୦୨୨ରେ ସମାପ୍ତ ହେଉଥିବା କାରଣରୁ ଜୁଲାଇ ୨୪ ତାରିଖ ପୂର୍ବରୁ ଦେଶର ନୂଆ ରାଷ୍ଟ୍ରପତିଙ୍କ ନିର୍ବାଚନ ହେବା ଦରକାର । ସଂସଦର ଉଭୟ ସଦନ ସାଂସଦ ଓ ରାଜ୍ୟ ବିଧାନସଭା ବିଧାୟକଙ୍କ ଭୋଟରେ […]

Samaya Live Picture
Published On

ନୂଆଦିଲ୍ଲୀ: ଜୁନ ୦୯: ରାଷ୍ଟ୍ରପତି ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ । ଅପରାହ୍ନ ୩ଟାରେ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମ ସୂତ୍ରରୁ ଖବର ମିଳିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୦୨୨ରେ ସମାପ୍ତ ହେଉଥିବା କାରଣରୁ ଜୁଲାଇ ୨୪ ତାରିଖ ପୂର୍ବରୁ ଦେଶର ନୂଆ ରାଷ୍ଟ୍ରପତିଙ୍କ ନିର୍ବାଚନ ହେବା ଦରକାର । ସଂସଦର ଉଭୟ ସଦନ ସାଂସଦ ଓ ରାଜ୍ୟ ବିଧାନସଭା ବିଧାୟକଙ୍କ ଭୋଟରେ ନିର୍ବାଚିତ ହେବେ ମହାମହିମ । ଏଥିରେ ବିଧାୟକଙ୍କ ଭୋଟ ଠାରୁ ସାଂସଦଙ୍କ ଭୋଟର ମୂଲ୍ୟ ଅଧିକ ମନେ କରାଯାଏ । ସେହି ଅନୁସାରେ ବିଧାୟକଙ୍କ ପ୍ରତି ଭୋଟର ମୂଲ୍ୟ କେତେ ସେହି ରାଜ୍ୟର ଜନସଂଖ୍ୟା ଆଧାରରେ ନିର୍ଦ୍ଧାରଣ ହୋଇଥାଏ । ତେବେ ପ୍ରତ୍ୟେକ ସାଂସଦଙ୍କ ଭୋଟ ମୂଲ୍ୟ ୭୦୮ ଗଣାଯାଏ । ଏହି ହିସାବରୁ ଦେଖିବାକୁ ଗଲେ ଉତ୍ତରପ୍ରଦେଶ ନବ ନିର୍ବାଚିତ ବିଧାୟକଙ୍କ ପଲା ଏବେ ଭାରି ରହୁଛି ।