ଭୋଟର ତାଲିକାରେ ନାଁ ନଥିବାରୁ ଉତ୍ତେଜନା

ଭୁବନେଶ୍ୱର: ମାର୍ଚ୍ଚ ୨୪: ୧୯ ନମ୍ବର ୱାର୍ଡର ୨୯ ନମ୍ବର ବୁଥ୍ରେ ମତଦାନ ବନ୍ଦ କରିଛନ୍ତି ସ୍ଥାନୀୟ ଲୋକେ । ୧୦ଟି ପରିବାରର ପ୍ରାୟ ୩୫ ଜଣଙ୍କ ନାଁ ଭୋଟର ତାଲିକାରେ ନଥିବା ଅଭିଯୋଗ ଆଣି ମତଦାନ ବନ୍ଦ କରିଛନ୍ତି ।ଘଟଣାସ୍ଥଳରେ ପୁଲିସ୍ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଥିଲେ ମଧ୍ୟ ସେମାନେ ନିଜ ଜିଦ୍ରେ ଅଟଳ ଅଛନ୍ତି। ଏନେଇ ଉତ୍ତ୍ୟକ୍ତ ଲୋକେ କହିଛନ୍ତି, ଆମର ଭୋଟ ଦେବାର ଅଧିକାର ଅଛି। ଯେପର୍ଯ୍ୟନ୍ତ […]

Samaya Live Picture
Published On

ଭୁବନେଶ୍ୱର: ମାର୍ଚ୍ଚ ୨୪: ୧୯ ନମ୍ବର ୱାର୍ଡର ୨୯ ନମ୍ବର ବୁଥ୍ରେ ମତଦାନ ବନ୍ଦ କରିଛନ୍ତି ସ୍ଥାନୀୟ ଲୋକେ । ୧୦ଟି ପରିବାରର ପ୍ରାୟ ୩୫ ଜଣଙ୍କ ନାଁ ଭୋଟର ତାଲିକାରେ ନଥିବା ଅଭିଯୋଗ ଆଣି ମତଦାନ ବନ୍ଦ କରିଛନ୍ତି ।ଘଟଣାସ୍ଥଳରେ ପୁଲିସ୍ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଥିଲେ ମଧ୍ୟ ସେମାନେ ନିଜ ଜିଦ୍ରେ ଅଟଳ ଅଛନ୍ତି। ଏନେଇ ଉତ୍ତ୍ୟକ୍ତ ଲୋକେ କହିଛନ୍ତି, ଆମର ଭୋଟ ଦେବାର ଅଧିକାର ଅଛି। ଯେପର୍ଯ୍ୟନ୍ତ ଆମର ନାଁ ଏଥିରେ ନଉଠିଛି ସେପର୍ଯ୍ୟନ୍ତ ଭୋଟ ବନ୍ଦ ରହିବ ।