ମମତାଙ୍କୁ ମାର୍ଗାରେଟ୍ ଆଲ୍ଭାଙ୍କ ପରାମର୍ଶ, ଅଭିମାନ କରିବାର ଏ ସମୟ ନୁହେଁ
ନୂଆଦିଲ୍ଲୀ: ମିଳିତ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ୍ ଆଲ୍ଭାଙ୍କୁ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ସମର୍ଥନ ନଦେବା ଓ ଭୋଟ୍ ଦାନରୁ ବିରତ ରହିବା ପାଇଁ ନିଷ୍ପତ୍ତି ନେଇଛି । ଏହାର ପ୍ରତିକ୍ରିୟାରେ ମାର୍ଗାରେଟ୍ ଆଲ୍ଭା କହିଛନ୍ତି ଯେ ବର୍ତ୍ତମାନ ସମୟ କ୍ରୋଧ, ଅହଙ୍କାର ଓ ଅଭିମାନ କରିବାର ସମୟ ନୁହେଁ । ବର୍ତ୍ତମାନ ସମୟ ହେଉଛି ସାହାସ, ନେତୃତ୍ୱ ଓ ଏକତାର । ମୁଁ ବିଶ୍ୱାସ କରୁଛି ଯେ ମମତା ବାନାର୍ଜୀ ଯିଏକି […]
ନୂଆଦିଲ୍ଲୀ: ମିଳିତ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ୍ ଆଲ୍ଭାଙ୍କୁ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ସମର୍ଥନ ନଦେବା ଓ ଭୋଟ୍ ଦାନରୁ ବିରତ ରହିବା ପାଇଁ ନିଷ୍ପତ୍ତି ନେଇଛି । ଏହାର ପ୍ରତିକ୍ରିୟାରେ ମାର୍ଗାରେଟ୍ ଆଲ୍ଭା କହିଛନ୍ତି ଯେ ବର୍ତ୍ତମାନ ସମୟ କ୍ରୋଧ, ଅହଙ୍କାର ଓ ଅଭିମାନ କରିବାର ସମୟ ନୁହେଁ । ବର୍ତ୍ତମାନ ସମୟ ହେଉଛି ସାହାସ, ନେତୃତ୍ୱ ଓ ଏକତାର । ମୁଁ ବିଶ୍ୱାସ କରୁଛି ଯେ ମମତା ବାନାର୍ଜୀ ଯିଏକି କ୍ଷମତାସୀନ ବିଜେପିର ଉପରାଷ୍ଟ୍ରପତି ପ୍ରାର୍ଥୀ ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଥିଲେ ତାଙ୍କୁ ସାକ୍ଷାତ କରିଛନ୍ତି । ବିଜେପିର ଉତ୍ତରପୂର୍ବ ରାଜ୍ୟଗୁଡିକ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ମଧ୍ୟ ତାଙ୍କୁ ଭେଟିଛନ୍ତି । ଏହାପରେ ଭୋଟ୍ ଦାନରୁ ନିବୃତ ରହିବାକୁ ସେ ନିଷ୍ପତ୍ତି ନେଇଛନ୍ତି ।
ତୃଣମୂଳ କଂଗ୍ରେସ ଭୋଟ୍ ଦାନରୁ ବିରତ ରହିବା ବିରୋଧୀ ଦଳ ଏକତା ପ୍ରତି ଏକ ଧMା ସଦୃଶ ହୋଇଛି । ସେହିଭଳି ରାଷ୍ଟ୍ରପତି ନିର୍ବାଚନରେ ଶିବସେନା ଓ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଏନ୍ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଥିଲେ । ନ୍ୟାସନାଲ କନ୍ଫରେନ୍ସର ଓମର ଅବଦୁଲ୍ଲା ମଧ୍ୟ କହିଛନ୍ତି ଯେ ରାଜନୈତିକ ଦଳଗୁଡିକ ନିଜ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ଆରମ୍ଭ କରିଦେଇଛନ୍ତି । ସାହାସର ସହ ବିରୋଧୀଙ୍କ ସହିତ ଠିଆ ହେବାର ଆବଶ୍ୟକତା ରହିଛି ।




