ନିତିନ ଦେଶମୁଖଙ୍କ ଭୟାନକ ବୟାନ

ମହାରାଷ୍ଟ୍ର: ଜୁନ ୨୩: ଶିବସେନା ନେତା ଏକନାଥ ସିନ୍ଦେଙ୍କ ପାଖରୁ ଖସି ଆସିଛନ୍ତି ଦଳୀୟ ବିଧାୟକ ନିତିନ ଦେଶମୁଖ । ଆସିବା ପରେ ଦେଇଛନ୍ତି ବିସ୍ପୋରକ ବୟାନ । ସେ କହିଛନ୍ତି ତାଙ୍କୁ ସୁରଟରେ ଜୋର ଜବରଦସ୍ତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଉ ସେଠାରେ ହାର୍ଟ ଆଟାକ୍‌ ଆସିଛି କହି ମୋତେ ଇନଜେକ୍ସନ ମଧ୍ୟ ଦିଆଯାଇଥିଲା । କି;ୁ ବାସ୍ତବରେ ତାଙ୍କୁ କୌଣସି ପ୍ରକାର ହାର୍ଟ ଆଟାକ୍‌ କିମ୍ବା ସ୍ୱାସ୍ଥ୍ୟ ସମସ୍ୟା ନଥିଲା ବୋଲି […]

Samaya Live Picture
Published On

ମହାରାଷ୍ଟ୍ର: ଜୁନ ୨୩: ଶିବସେନା ନେତା ଏକନାଥ ସିନ୍ଦେଙ୍କ ପାଖରୁ ଖସି ଆସିଛନ୍ତି ଦଳୀୟ ବିଧାୟକ ନିତିନ ଦେଶମୁଖ । ଆସିବା ପରେ ଦେଇଛନ୍ତି ବିସ୍ପୋରକ ବୟାନ । ସେ କହିଛନ୍ତି ତାଙ୍କୁ ସୁରଟରେ ଜୋର ଜବରଦସ୍ତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଉ ସେଠାରେ ହାର୍ଟ ଆଟାକ୍‌ ଆସିଛି କହି ମୋତେ ଇନଜେକ୍ସନ ମଧ୍ୟ ଦିଆଯାଇଥିଲା । କି;ୁ ବାସ୍ତବରେ ତାଙ୍କୁ କୌଣସି ପ୍ରକାର ହାର୍ଟ ଆଟାକ୍‌ କିମ୍ବା ସ୍ୱାସ୍ଥ୍ୟ ସମସ୍ୟା ନଥିଲା ବୋଲି ଦେଶମୁଖ କହିଛନ୍ତି । ଏକନାଥ ସିନ୍ଦେଙ୍କ ସହ ସୁରଟ ଯାଇଥିବା ବିଧାୟକଙ୍କ ମଧ୍ୟରୁ ନିତିନ ଦେଶମୁଖ ହେଉଛନ୍ତି ଅନ୍ୟତମ । ସେଠାରୁ ସେ ବହୁ କଷ୍ଟରେ ଖସି ଆସି ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିଛନ୍ତି । ନାଗପୁର ଏୟାରପୋର୍ଟରେ ପହଞ୍ଚିବା ପରେ ଗଣମାଧ୍ୟମ ଆଗରେ ସେ ଏଭଳି କାହାଣୀ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଉଦ୍ଧବ ସରକାର ପ୍ରତି ତାଙ୍କର ଯଥେଷ୍ଟ ଭରସା ରହିଛି । ସେ ଉଦ୍ଧବ ସରକାର ସହ ନିଷ୍ଠାର ସହ ରହିଛନ୍ତି ।