ଶୁକ୍ରବାର ବସିବ ମହାନଦୀ ଜଳ ବିବାଦ ପ୍ରସଙ୍ଗ ବୈଠକ
ଭୁବନେଶ୍ୱର : ମହାନଦୀ ଜଳ ବିବାଦ ପ୍ରସଙ୍ଗ । ଶୁକ୍ରବାର ବସିବ ଯୁଗ୍ମ ବୈଷୟିକ କମିଟି ଓ କାର୍ଯ୍ୟକାରୀ ବୈଠକ । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆସନ୍ତା ୨୦ ତାରିଖରେ ଟ୍ରିବ୍ୟୁନାଲ ଶୁଣାଣି ମଧ୍ୟ ହେବ । ନଭେମ୍ବର ୧୦ ତାରିଖରେ ମୁଖ୍ୟ ଶାସନ ସଚିବ ସ୍ତରୀୟ ବୈଠକ ବସିଥିଲା। ଉଭୟ ରାଜ୍ୟର ବୈଷୟିକ ଟିମଙ୍କ ମଧ୍ୟରେ ଛଅ ଥର ଆଲୋଚନା ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଉପସ୍ଥିତିରେ ପୂର୍ବାଞ୍ଚଳ ପରିଷଦ ବୈଠକରେ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ହୋଇଛି । କେନ୍ଦ୍ର ସରକାର ଏହି ବିବାଦକୁ ଗୁରୁତ୍ବର ସହ ନେଇଛନ୍ତି ।
Tags:




