ପ୍ରମୋଦ ସାୱନ୍ତ ହେବେ ଗୋଆର ମୁଖ୍ୟମନ୍ତ୍ରୀ
ପାନାଜୀ: ମାର୍ଚ୍ଚ ୨୨: ପ୍ରମୋଦ ସାୱନ୍ତ ହେବେ ଗୋଆର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ସୋମବାର ଅନୁଷ୍ଠିତ ବିଜେପି ବିଧାନସଭା ପାର୍ଟି ବୈଠକରେ ପ୍ରମୋଦ ସାୱନ୍ତ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହେବା ସହିତ ମୁଖ୍ୟମନ୍ତ୍ରୀ ପାଇଁ ତାଙ୍କ ନାମରେ ମୋହର ବାଜିଛି। ମୁଖ୍ୟମନ୍ତ୍ରୀ ପାଇଁ ବିଜେପି ତାଙ୍କ ନାମକୁ ଘୋଷଣା କରିଥିବାରୁ ପ୍ରମୋଦ ସାୱନ୍ତ ଖୁସି ବ୍ୟକ୍ତ କରିଛନ୍ତି ଏବଂ ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗୋଆର […]
ପାନାଜୀ: ମାର୍ଚ୍ଚ ୨୨: ପ୍ରମୋଦ ସାୱନ୍ତ ହେବେ ଗୋଆର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ସୋମବାର ଅନୁଷ୍ଠିତ ବିଜେପି ବିଧାନସଭା ପାର୍ଟି ବୈଠକରେ ପ୍ରମୋଦ ସାୱନ୍ତ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହେବା ସହିତ ମୁଖ୍ୟମନ୍ତ୍ରୀ ପାଇଁ ତାଙ୍କ ନାମରେ ମୋହର ବାଜିଛି। ମୁଖ୍ୟମନ୍ତ୍ରୀ ପାଇଁ ବିଜେପି ତାଙ୍କ ନାମକୁ ଘୋଷଣା କରିଥିବାରୁ ପ୍ରମୋଦ ସାୱନ୍ତ ଖୁସି ବ୍ୟକ୍ତ କରିଛନ୍ତି ଏବଂ ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗୋଆର ମନୋନୀତ ସିଏମ୍ ପ୍ରମୋଦ ସାୱନ୍ତ କହିଛନ୍ତି ଯେ “ଆସନ୍ତା ୫ ବର୍ଷ ପାଇଁ ଗୋଆର ସିଏମ୍ ଭାବରେ କାର୍ଯ୍ୟ କରିବାର ସୁଯୋଗ ଦେଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ମୁଁ ଖୁସି ଯେ ଗୋଆର ଲୋକମାନେ ମୋତେ ଗ୍ରହଣ କରିଛନ୍ତି। ରାଜ୍ୟର ବିକାଶ ପାଇଁ ମୁଁ ସବୁକିଛି କରିବାକୁ ଯଥା ସମ୍ଭବ ଚେଷ୍ଟା କରିବି।ଦ୍ଦ ଗୋଆ ବିଧାନସଭା ନିର୍ବାଚନରେ ବିଜେପି ୪୦ ଟି ସିଟ୍ ମଧ୍ୟରୁ ୨୦ ଟି ଜିତିଛି। ମହାରାଷ୍ଟ୍ରବାଦୀ ଗୋମନ୍ତକ ଦଳର ଦୁଇ ଜଣ ବିଧାୟକ ଏବଂ ତିନି ଜଣ ସ୍ୱାଧୀନ ବିଧାୟକ ମଧ୍ୟ ବିଜେପିକୁ ସମର୍ଥନ କରିଛନ୍ତି। ବିଧାନସଭାରେ ବିଜେପି ଏକ ସହଜ ସ୍ଥିତିରେ ଥିବା ଜଣାପଡିଛି।




